ପ୍ରଣାମ ବା ନମସ୍କାରର ରହିଛି ଅନେକ ସକରାତ୍ମକ ପ୍ରଭାବ – ଜାଣନ୍ତୁ କେଉଁଠାରେ କେମିତି କରିବେ ପ୍ରଣାମ

Published By : Prameya-News7 Bureau | November 21, 2019 IST

ନମସ୍କାର କରିବା ସମୟରେ କେତେକ ଦିଗ ପ୍ରତି ବିଧିପୂର୍ବକୁ ଦୃଷ୍ଟି ଦେବା ଉଚିତ୍‌। ଯଥା

- ମନ୍ଦିରର ପାହାଚକୁ ଦକ୍ଷିଣ ହସ୍ତର ଅଙ୍ଗୁଳି ସ୍ପର୍ଶ ପୂର୍ବକ ପ୍ରଣାମ କରିବା।

- ମନ୍ଦିର ମଧ୍ୟରେ ଥିବା ଆରାଧ୍ୟ ଦେବତାଙ୍କ ବାହାନକୁ ସ୍ପର୍ଶ ପୂର୍ବକ ପ୍ରଣାମ କରି ଆରାଧ୍ୟ ଦେବତା ନିକଟକୁ ଯିବା ଉଚିତ୍‌ ।

- ଆରାଧ୍ୟ ଦେବତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ଫଳରେ ଅନେକ କଷ୍ଟ ନିବାରଣ  ହୋଇଥାଏ ।  

- ଗୁରୁ(ପାଞ୍ଚ ଗୁରୁ ଯଥା- ମାତାଗୁରୁ, ପିତାଗୁରୁ,ଶିକ୍ଷାଗୁରୁ,ଦୀକ୍ଷାଗୁରୁ,କର୍ଣ୍ଣଗୁରୁ)ଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ୍‌ ।

- ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ଗୃହରେ ଗୁରୁଜନମାନଙ୍କୁ ପାଦସ୍ପର୍ଶ କରି ପ୍ରଣାମ କରିବା ଅତି ଭଲ ।

- ବିଦେଶ ଯିବା ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସମୟରେ ଗୃହର ବୟୋବୃଦ୍ଧ ଏବଂ ଗୁରୁଜନମାନଙ୍କୁ ପାଦସ୍ପର୍ଶ କରି ପ୍ରଣାମ କରିବା।

- ବିବାହ ପରେ ପତି-ପତ୍ନୀ ଏକତ୍ରିତ ହୋଇ ଗୁରୁଜନମାନଙ୍କୁ ପ୍ରଣାମ କରିବା।

- ବିବାହ ପରେ ପତି-ପତ୍ନୀ ଗୁରୁଙ୍କୁ,ପିତାଙ୍କୁ,ଶାଶୂଶ୍ବଶୂରଙ୍କୁ,କୂଳପୂରୋହିତଙ୍କୁ,ଗ୍ରାମଦେବତାଙ୍କୁ,ଇଶ୍ବରଙ୍କୁ ଏକତ୍ର ସାଷ୍ଟାଙ୍ଗ ପ୍ରଣାମ କରିବା।

- ରାସ୍ତାରେ ବା ବାଟରେ ଗୁରୁଜନମାନଙ୍କୁ ମୁଣ୍ଡ ନୁଆଇଁ  ହାତଯୋଡି ପ୍ରଣାମ କରିବା।

- ଶବକୁ ପ୍ରଣାମ କଲାବେଳେ ମୁଣ୍ଡକୁ ସିଧା ରଖି ଚକ୍ଷୁକୁ ମୁଦ୍ରିତ ରଖି ହାତଯୋଡି ପ୍ରଣାମ କରିବା।

- ନମସ୍କାର ସମୟରେ ଚକ୍ଷୁ ମୁଦ୍ରିତ ରଖିବା।

- ଏକ ହାତରେ ନମସ୍କାର ନ ହେବା।

{"id":187587,"sizeSlug":"large"}

- ଦେବା ଦେବୀ  ଓ ଗୁରୁଙ୍କୁ ନମସ୍କାର ସମୟରେ ଜୋତା କି ଚପଲ ନପିନ୍ଧିବା।

- ନମସ୍କାର ସମୟରେ ହାତରେ କୌଣସି ବସ୍ତୁ ନ ଧରିବା।

- ବିବାହିତା ନାରୀ ନମସ୍କାର ସମୟରେ ମସ୍ତକରେ ଓଢଣା ଦେବା।

- ପରିକ୍ରମା,ପୂଜା,ହୋମ,ଜପ,ଦେବତା ଦର୍ଶନ ଆଦି କ୍ଷେତ୍ରରେ ନମସ୍କାର ସମୟରେ ଦେହକୁ ବସ୍ତ୍ରରେ ଘୋଡାଇ ରଖିବା।

- ତୈଳ ମର୍ଦ୍ଦନ କରିଥିବା ବ୍ୟକ୍ତିଙ୍କୁ ନମସ୍କାର ନ ହେବା।

- ଓଦାବସ୍ତ୍ର ପିନ୍ଧିଥିବା ସମୟରେ କିମ୍ବା କେହି ଓଦାବସ୍ତ୍ର ପିନ୍ଧିଥିଲେ ନମସ୍କାର ନହେବା।

- ଭୋଜନ ମସୟରେ, ଜଳମଧ୍ୟରେ, ଅଶୌଚ ସମୟରେ, କାମକ୍ରୀଡା ସମୟରେ, ଯଜ୍ଞାଦି କର୍ମରେ ବ୍ୟସ୍ତଥିବା ସମୟରେ, ହସ୍ତରେ ପୁଷ୍ପ ଓ କୁଶ ଧରିଥିବା ସମୟରେ, ସମୁଦ୍ର, ନଦୀ ଓ ପୋଖରୀରେ ଥିବା ସମୟରେ, ଶିଶୁକୁ ଧରିଥିବା ସମୟରେ ନମସ୍କାର ନହେବା।

- ଶୋଇଥିବା ସମୟରେ ନମସ୍କାର ନହେବା।

- ଦକ୍ଷିଣାଭିମୁଖୀ ହୋଇ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ନମସ୍କାର ନହେବ ଶାସ୍ତ୍ର ମତୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.