Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଭାରତକୁ ଚୀନ ପଠାଇଥିଲା ଶସ୍ତା ପିପିଇ, ଗୁଣବତ୍ତା ପରୀକ୍ଷାରେ ହେଲା ଫେଲ୍, ଏପରି କରାଯାଇଥାଏ ଯାଞ୍ଚ

20/04/2020 at 11:56 AM

ଚେନ୍ନାଇ, ୨୦|୦୪:  କରୋନା ଭାଇରସ ମୁକାବିଲା ପାଇଁ ପିପିଇ କିଟ୍ ବ୍ୟବହାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବହୁ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ଅଟେ । କେବଳ କରୋନା ନୁହେଁ ଅନ୍ୟ ମାରାତ୍ମକ ରୋଗର ସଂକ୍ରମିତଙ୍କ ଚିକିତ୍ସା ସମରେ ଡାକ୍ତରମାନେ ଏହା ପରିଧାନ କରିଥାନ୍ତି । ଚୀନ ଭାରତକୁ ପିପିଇ କିଟ୍ ପଠାଉଛି । ତେବେ ଭାରତର ଯାଂଚରେ ଅନେକ କିଟ୍ ଫେଲ୍ ହୋଇଛି । ପ୍ରାୟ ୬୩ ହଜାର କିଟ୍ ଟେଷ୍ଟରେ ଫେଲ୍ ହୋଇଥିବା ଜଣାପଡିଛି ।

ପିପିଇ କିଟକୁ ଚାରୋଟି ପର୍ଯ୍ୟାୟରେ ଚେକ୍ କରାଯାଏ । ପ୍ରଥମେ ଡିଆରଡିଓ ଓ ବୟନ ଶିଳ୍ପ ବିଭାଗ ଏହାର ଗୁଣବତ୍ତା ପରଖିଥାଏ । ତେବେ କୋଏମ୍ବାଟୁରରେ ଥିବା ସାଉଥ୍ ଇଣ୍ଡିଆ ଟେକ୍ସଟାଇଲ୍ ରିସର୍ଚ ଆସୋସିଏସନ ପାଞ୍ଚୋଟି ପର୍ଯ୍ୟାୟରେ କିଟର ପରୀକ୍ଷା କରାଯାଏ ବୋଲି କହିଛି । ଆସନ୍ତୁ ଜାଣିବା କିପରି ହୁଏ ପରୀକ୍ଷଣ ।

ସିନ୍ଥେଟିକ୍ ରକ୍ତ

ପିପିଇ ସୁଟରେ ବାହାରୁ ଭିତରକୁ ଓ ଭିତରୁ ବାହାରକୁ ଯେପରି କିଛି ତରଳ ପଦାର୍ଥ ଯାଇ ନପାରେ ଯାଂଚ କରାଯାଏ । ରକ୍ତକୁ ଏଥିପାଇଁ ବ୍ୟବହାର କରାଯାଏ । ଲ୍ୟାବରେ ସିନ୍ଥେଟିକ୍ ରକ୍ତ ପ୍ରସ୍ତୁତ କରାଯାଏ ।ଏହାକୁ ପୋଷାକରେ ଢଳାଯାଇ ଟେଷ୍ଟ କରାଯାଏ ।

ଆଦ୍ରତା ଓ ଝାଳ ପରୀକ୍ଷା

ଝାଳ ପିପିଇ ସୁଟର ଭିତରୁ ବାହାରକୁ ଯାଇପାର ନା ନାହିଁ, ତାହାକୁ ମଧ୍ୟ ଯାଂଚ କରାଯାଏ । ଅନଲାଇନ ତଥ୍ୟ ଅନୁସାରେ ପାଣି ଏହି ପୋଷାକକୁ ଅତିକ୍ରମ କରିଯାଏ । କିନ୍ତୁ ଝାଳ ଅତିକ୍ରମ କରେ ନା ନାହିଁ ତାହାର ପରୀକ୍ଷଣ ହୁଏ । ଏହାକୁ ପିନ୍ଧିଲେ ଅଧିକ ଗରମ ହେବ ନା ନାହିଁ ତାହା ମଧ୍ୟ ଦେଖିବାକୁ ପଡେ।

ଓଜନ

ଅନେକ ନୋଟବୁକ ଓ ଖାତାରେ ଜିଏସଏମ ଲେଖାଯାଏ । ଏହାର ଅର୍ଥ ସ୍କୋଏର ମିଟର ପ୍ରତି ଗ୍ରାମ । ଜିଏସଏମ ଯେତେ ଅଧିକ ହେବ କାଗଜର ଓଜନ ସେତେ ଅଧିକ ରହିବ । ପିପିଇ ସୁଟରେ ମଧ୍ୟ ଏପରି କିଛି ରହିଥାଏ । ଏହାର ଓଜନ ଚେକ୍ କରାଯାଏ । ଏହାର ଜିଏସଏମ କମ ନା ବେଶୀ ତାହା ଦେଖାଯାଏ । ଅନେକ ପିପିଇ କିଟର ଓଜନ ୪୯ ଜିଏସଏମରୁ ୬୫ ଜିଏସଏମ ମଧ୍ୟରେ ରହିଥାଏ ।

କେତେ ଶକ୍ତିଶାଳୀ ବ୍ୟବହୃତ କପଡା

ଡାକ୍ତର ଓ ଅନେକ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିନରାତି ପିପିଇ ସୁଟ୍ ପିନ୍ଧିବାକୁ ପଡିଥାଏ । ଏଥିରେ ବ୍ୟବହୃତ କପଡା ଯେପରି ନ ଛିଡିଯାଏ ତାହା ଉପରେ ଅନୁଧ୍ୟାନ କରାଯାଏ । ଡାକ୍ତରଙ୍କୁ ଦୁର୍ବଳ ପିପିଇ ପ୍ରଦାନ କରାଯାଇ ପାରିବ ନାହିଁ । ଡବ୍ଲୁଏଚଓ ତରଫରୁ ଏହାର ଲେବୁଲ୍ ପ୍ରସ୍ତୁତ କରାଯାଇଛି । ସବୁଠାରୁ କମ ଲେବୁଲ ହେଉଛି ୧ । ଲେବୁଲ ୨ର ପିପିଇ ସବୁଠାରୁ ଭଲ ।

କିପରି ହୋଇଛି ସିଲେଇ

କପଡା ନ ଛିଡିଲେ ମଧ୍ୟ ସିଲେଇ ଫିଟିଯିବାର ଆଶଙ୍କା ରହିଛି । ସିଲେଇ ପରଫେକ୍ଟ ଅଛି ନା ନାହିଁ ତାହା ମଧ୍ୟ ଯାଂଚ କରାଯାଏ । ସିଲେଇ ହୋଇଥିବା ସ୍ଥାନରେ ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥ ବାହାରୁ ଭିତରକୁ କିମ୍ବା ଭିତରୁ ବାହାରକୁ ଯାଉଛି ନା ନାହିଁ ତାହା ଉପରେ ନଜର ଦିଆଯାଏ । ଏଥିରେ ସଫଳ ହେଲେ ପିପିଇ ଟେଷ୍ଟରେ ପାସ ହୁଏ ।

   Related Posts