ଭ୍ୟାକ୍ସିନ ନେବା ପରେ କେତେ ଜଣ ହୋଇଛନ୍ତି କରୋନା ପଜିଟିଭ୍ ? ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ ୨୧।୦୪: କରୋନା ଭାଇରସ୍‌ ସଂକ୍ରମଣର ସଦ୍ୟତମ ପରିସ୍ଥିତିକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ୧୪୮  ଜିଲ୍ଲା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଜିଲ୍ଲାଗୁଡିକରେ ପଜିଟିଭ୍‌ହାର ୧୫ ପ୍ରତିଶତ ଅଧିକ ରହିଛି। ସଂପ୍ରତି ଯେତିକି ଆକ୍ଟିଭ୍ କେସ୍ ରହିଛି ତାହା ଗତବର୍ଷ ତୂଳନାରେ ଦୁଇ ଗୁଣ ଅଧିକ ରହିଛି।

ମନ୍ତ୍ରଣାଳୟ କହିଛି ଯେ, ୭୪୦ ଜିଲ୍ଲାରୁ ୧୪୬  ଜିଲ୍ଲାରେ ପଜିଟିଭ୍ ହାର ୧୫ ପ୍ରତିଶତ ଅଧିକ ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା କୋଭାକ୍ସିନର ଦ୍ଵିତୀୟ ଡୋଜ୍ ନେବା ପରେ ୦.୦୪ ପ୍ରତିଶତ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୋଭିସିଲ୍‌ଡର ଦ୍ଵିତୀୟ ଡୋଜ୍‌ ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କ ସଂଖ୍ୟା ୦.୦୩ ପ୍ରତିଶତ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଛତିଶଗଡ, କେରଳ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। କେନ୍ଦ୍ରର ବିଶେଷ ନଜର ଏହି ରାଜ୍ୟଗୁଡିକ ଉପରେ ରହିଛି ଏବଂ ରାଜ୍ୟ ସହ ସ୍ଥିତି ନିୟନ୍ତ୍ରଣ ପାଇଁ କାମ କରାଯାଉଛି। ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୭ ହଜାର ରହିଛି। କରୋନା ସଂକ୍ରମଣରେ ମୃତ୍ୟୁହାର ୧.୧୭ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୮୫ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.