Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

କରୋନା ଆତଙ୍କ ମଧ୍ୟରେ ଅନେକଙ୍କ ପାଇଁ ସାହାରା ପାଲଟିଛନ୍ତି ଗୃହପାଳିତ ପଶୁ

4/04/2020 at 10:29 AM

ନୂଆଦିଲ୍ଲୀ, ୦୪|୦୩: କରୋନା ଆତଙ୍କ ବିଶ୍ୱର ଅନେକ ଦେଶ ଓ କେତେକ ସହରକୁ ସମ୍ପର୍ଣ୍ଣ ଭାବେ ଲକଡାଉନ୍ କରାଯାଇଛି । ଲୋକମାନଙ୍କୁ ବାହାରକୁ ବାହାରିବା ପାଇଁ ଦିଆଯାଉ ନାହିଁ । ଏହି ସମୟରେ ସେମାନେ ଘରେ ଟିଭି ଦେଖିବା, ବହି ପଢି ସମୟ ଅତିବାହିତ କରୁଛନ୍ତି । ତେବେ କିଛି ଲୋକ ନିଜ ଗୃହପାଳିତ ପଶୁଙ୍କ ସହ ସମୟ କାଟୁଛନ୍ତି । ସେମାନେ ନିଜ ପୋଷା ବିଲେଇ ଓ କୁକୁରଙ୍କ ସହ ଖେଳୁଛନ୍ତି ।

ଏହାକୁ ନେଇ କାଭାଲାୟର କିଙ୍ଗ୍ ଚାର୍ଲେସର ବାରନେ କହିଛନ୍ତି ଯେ, ସେ ଲକଡାଉନର ଗୋଟିଏ ଦିନ ପୂର୍ବରୁ କୁକୁରକୁ ଘରକୁ ଆଣିଥିଲେ ।ଏବେ ଲକଡାଉନ ସମୟରେ କୁକୁର ସହ ଖେଳିବା ପାଇଁ ସମୟ ମିଳୁଛି ।କୁକୁରଟି ମଧ୍ୟ ବାରନେଙ୍କ ଶିଶୁମାନଙ୍କ ସହ ଖେଳୁଛି । ଏହାକୁ ନେଇ ସେମାନେ ଖୁସି ଅଛନ୍ତି । ଘରେ କେହି ଅତିଥୀ ଆସୁଥିବା ଭଳି ଲାଗୁଛି ।

ବ୍ରିକ୍ସଟୋନରେ ରହୁଥିବା ବେଥନ ଟେଲର କହିଛନ୍ତି ଯେ, ସେ ରଖିଥିବା ପୋଷା କୁକୁରଟି ପରିବାର ସଦସ୍ୟ ଭଳି ହୋଇଯାଇଛି । ଯେତେବେଳେ ତାଙ୍କ ପତି ମେଡିକାଲରୁ ଆସନ୍ତି ସେ କବାଟ ପାଖରେ ଅପେକ୍ଷା କରି ରହିଥାଏ ।

ବର୍ମିଂହାମର ରାଚେଲ କୋନସିଲ୍କ କହିଛନ୍ତି ଯେ, ତାଙ୍କ ଘରେ ରହିଥିବା ବିଲେଇଟି ଛୋଟ ପିଲାଙ୍କ ସହ ଖେଳୁଛି । ପିଲାମାନେ ମଧ୍ୟ ତାହା ସହ ଖେଳି ମଜା କରୁଛନ୍ତି । କେବଳ କୁକୁର କିମ୍ବା ବିଲେଇ ନୁହେଁ ସାଉଥ ଓ୍ୱେଲସର ଆଲେକଜାଣ୍ଡର ଫେଶୀ ୧୮ ପ୍ରକାରର ଜୀବଜନ୍ତୁଙ୍କୁ ଘରେ ରଖିଛନ୍ତି । ଏମାନଙ୍କ ମଧ୍ୟର କଇଁଛ, ସାପ, ଗୋଧୀ ଆଦି ରହିଛନ୍ତି । ସେମାନଙ୍କୁ ସେ ପ୍ରତିଦିନ ଖାଇବାକୁ ଦେବା ସହ ଖେଳୁଥିବା କହିଛନ୍ତି । ଏହାସହ କେବଳ ମଣିଷ ନୁହେଁ ପୋଷା ଜୀବଜନ୍ତୁ ମଧ୍ୟ ଲକଡଡାଉନ ସମୟରେ ସମୟ ଅତିବାହିତ କରିବା ପାଇଁ ପ୍ରମୁଖ ମାଧ୍ୟମ ପାଲଟିଥିବା ସେ କହିଛନ୍ତି ।

   Related Posts