Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସଙ୍କଟରେ କମଲନାଥ ସରକାର : ସଂଖ୍ୟା ଖେଳ ପାଇଁ ଚାଲିଛି କସରତ

11/03/2020 at 10:52 AM

ଭୋପାଳ ୧୧।୩: ମଧ୍ୟପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ସଙ୍କଟରେ ପଡିଛନ୍ତି କମଲନାଥ ସରକାର । ସରକାର ବଞ୍ଚାଇବାକୁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା । କିଏ ରିସୋର୍ଟରେ ନେଇ ବିଧାୟକଙ୍କ ରଖୁଛି । ତ ଆଉ କିଏ ଅନ୍ୟ ରାଜ୍ୟକୁ ନେଇ ବିଧାୟକଙ୍କ ରଖିବା ଆରମ୍ଭ କଲାଣି । ଏସବୁ ଭିତରେ ଘୋଡା ବେପାର ହେଉଥିବାର ମଧ୍ୟ କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
କମଲନାଥ ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଥିବା ବେଳେ ସମସ୍ତଙ୍କର ନଜର ଦିଲ୍ଲୀ ରାଜନୀତି ଉପରେ ନିବଦ୍ଧ ହୋଇଛି ।​ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳ ଛାଡିବାର  କିଛି ସମୟ ପରେ ୬ ଜଣ ମନ୍ତ୍ରୀଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଫଳରେ କମଳନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ସଙ୍କଟର ସମ୍ମୁଖୀନ ହୋଇଛି ।

୨୨ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣ ବିଧାୟକ ନିଜ ନିଜର ଇସ୍ତଫା ପତ୍ର ରାଜଭବନକୁ ପଠାଇ ଦେଇଥିବାବେଳେ ବିସାହୁଲାଲ୍‍ ସିଂହ, ଇଦାଲ୍‍ ସିଂହ କାନ୍‍ସାନା ଏବଂ ମନୋଜ ଚୌଧୁରୀ ସେମାନଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି ।

ତେବେ କଂଗ୍ରେସର ବିଧାୟକ ଦଳ ବୈଠକରେ କମଲନାଥ ସରକାରଙ୍କୁ ଆଉ ଏକ ଝଟକା ଲାଗିଛି । ବୈଠକରେ ୮୮ ଜଣ ବିଧାୟକ ସାମିଲ ହୋଇଥିଲେ । କଂଗ୍ରେସକୁ ସମର୍ଥନ ଦେଉଥିବା ବହୁଜନ ସମାଜ ପାର୍ଟିର ୨ ଜଣ, ସମାଜବାଦୀ ପାର୍ଟିର ଜଣେ ଏବଂ ୪ ଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିରୋଧୀ ଶିବିରକୁ ଢଳିଛନ୍ତି । ତାଙ୍କ ପାଖରେ କିନ୍ତୁ ବହୁମତ ଥିବା ଦାବି କରିଛନ୍ତି କମଲନାଥ ।

ଏବେ ନଜର ପକାଇବା ମଧ୍ୟପ୍ରଦେଶ ବିଧାନସଭା ଗଣିତ ଉପରେ । ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୩୦ । ଜଣେ ବିଜେପି ଓ ଜଣେ କଂଗ୍ରେସ ସଦସ୍ୟଙ୍କ ମୃତ୍ୟୁ ଫଳରେ ଦୁଇଟି ଆସନ ଖାଲିପଡିଛି । ବିଧାନସଭାରେ କଂଗ୍ରେସର ୧୧୪ ଜଣ ବିଧାୟକ ଥିବାବେଳେ ବିଜେପିର ୧୦୭ ଜଣ ସଦସ୍ୟ ଅଛନ୍ତି । ୪ଜଣ ସ୍ବାଧୀନ, ବିଏସପିର ଦୁଇଜଣ ଓ ସମାଜବାଦୀ ପାର୍ଟିର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି । ସେମାନେ କଂଗ୍ରେସକୁ ସମର୍ଥନ ଦେଉଥିଲେ । ଏବେ କଂଗ୍ରେସର ୨୨ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟା ଲଘୁ ହୋଇଯାଇଛି । ଏପରି ସ୍ଥିତିରେ ବିଧି ବ୍ୟବସ୍ଥା ଅନୁଯାୟୀ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଚସ୍ପତି ।

   Related Posts