ବଜାରରେ କେଟେ ଟଙ୍କାରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ ? ମଞ୍ଜୁରୀ ମିଳିବା ପରେ ଏତିକି ରହିପାରେ ଏହାର ଦାମ୍

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬।୦୧: କରୋନା ମହାମାରୀ ବିରୋଧୀ ଲଢେଇରେ ସବୁଠୁ ବଡ ହତିଆର ସାବ୍ୟସ୍ତ ହୋଇଛି ଟିକାକରଣ। ଦେଶରେ ଏହି ମହା ଅଭିଯାନର ଆରମ୍ଭ ଗତ ବର୍ଷ  ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଦେଶରେ ଟିକା ନିର୍ମାତାକାରୀ ଦୁଇ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଏସଆଇଆଇ) ଏବଂ  ଭାରତ ବାୟୋଟେକ୍ ବର୍ତ୍ତମାନ ସରକାରଙ୍କୁ ନିଜର ଟିକା ଖୋଲା ବଜାରେ ବିକ୍ରି କରିବାକୁ ଅନୁମତି ମାଗିଛନ୍ତି।

ହେଲେ ଭ୍ୟାକ୍ସିନର ମୂଲ୍ୟ କେତେ ରହିବ, ଏହାକୁ ନେଇ ଏବେ ମଧ୍ୟ ସଂଶୟ ଲାଗି ରହିଛି। ତେବେ ସରକାରୀ ସୂତ୍ର ଭ୍ୟାକ୍ସିନ ମୂଲ୍ୟ କେତେ ରହିପାରେ ତାର ଖୁଲାସା କରିଛି। ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, କୋଭିସିଲ୍ଡ ଏବଂ କୋଭାକ୍ସିନର ମୂଲ୍ୟ ଡୋଜ୍ ପିଛା ୨୭୫ ଟଙ୍କା ଏବଂ ଅତିରିକ୍ତ ସେବା ଶୁଳ୍କ ୧୫୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରଖାଯିବାର ସମ୍ଭାବନା ରହିଛି। ଦୁଇ ଟିକାକୁ ଶୀଘ୍ର ଭାରତୀୟ ବଜାରରେ ଛାଡିବା ପାଇଁ ଔଷଧ ନିୟାମକ ଦ୍ଵାରା ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।

ରାଷ୍ଟ୍ରୀୟ ଔଷଧୀ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧୀକରଣ(ଏନପିପିଏ)କୁ ଟିକାର ମୂଲ୍ୟ କମ ଟଙ୍କାରେ ସୀମିତ ରଖିବା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ପର୍ଯ୍ୟନ୍ତ କୋଭାକ୍ସିନର ମୁଲ୍ୟ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ଡୋଜ୍ ଘରୋଇ ହସ୍ପିଟାଲ୍‌ରେ ୭୮୦ ଟଙ୍କା ରହିଛି। ମୂଲ୍ୟରେ ୧୫୦ ଟଙ୍କା ଅତିରିକ୍ତ ଶୁଳ୍କ ମଧ୍ୟ ସାମିଲ୍। ବର୍ତ୍ତମାନ ଦୁଇ ଟିକାକୁ ଦେଶରେ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.