କେବିସିରେ ୭କୋଟି ଜିତିଥିବା ବ୍ୟକ୍ତିଙ୍କଠୁ ସରକାର କେତେ ଟ୍ୟାକ୍ସ ଆଦାୟ କରନ୍ତି ଜାଣନ୍ତୁ

Published By : Prameya-News7 Bureau | September 23, 2019 IST

ମୁମ୍ବାଇ ୨୩/୯: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ କୌନ ବନେଗା କରୋଡ଼ପତି ଭାରତର ସବୁ ଘରେ ଲୋକେ ଦେଖନ୍ତି। ଏହି ଶୋ କୁ ଅମିତାଭ ବଚ୍ଚନ ପ୍ରସ୍ତୁତ କରିଥାଆନ୍ତି। ବାସ୍, ଏହି କାରଣ ଯୋଗୁଁ ଏହି ଶୋ ସାଧାରଣ ଲୋକଙ୍କ ଗହଣରେ ଅତ୍ୟଧିକ ଲୋକପ୍ରିୟ ହୋଇପାରିଛି। ଏହି ଶୋ କୁ ଲୋକେ ଏକ ଆଶା ନେଇ ଆସିଥାଆନ୍ତି ଯେ ସେମାନେ ଏହି ଶୋ ଜରିଆରେ ଯେତେ ଟଙ୍କା ଜିତିବେ, ସେହି ଟଙ୍କାରେ ସେ ନିଜ ଜୀବନକୁ ଉନ୍ନତ କରିବେ କାରଣ ଯେଉଁମାନେ ଏହି ଶୋ କୁ ଆସିଥାଆନ୍ତି ସେମାନଙ୍କର କୌଣସି ନା କୌଣସି ସମସ୍ୟା ରହିଥାଏ ଯେପରିକି କେହି ଲୋନ୍‌ ନେଇଥାଆନ୍ତି ,ତ କାହା ପାଖରେ ଘର ନାହିଁ, କେହି ସ୍କୁଲ୍ ଖୋଲିବାକୁ ଚାହିଁଥାଆନ୍ତି ତ କେହି ନିଜ ମାଆଙ୍କୁ ଘର କରି ଦେବାକୁ ଚାହଁନ୍ତି। ସମସ୍ତଙ୍କୁ ଟଙ୍କାର ଆବଶ୍ୟକତା ରହିଥାଏ।

ଏହି ଶୋରେ ଏଣ୍ଟ୍ରି ନେବାଠୁ ଆରମ୍ଭ କରି ହଟ୍ ସିଟ୍ ଯାଏଁ ପହଞ୍ଚିବା ପର୍ଯ୍ୟନ୍ତ ଏବଂ ଅମିତାଭ ବଚ୍ଚନଙ୍କ ସହ ବସି କୌନ ବନେଗା କରୋଡ଼ପତି ଖେଳିବା ପାଇଁ ଅନେକ ଷ୍ଟେଜ୍ ପାର କରିବାକୁ ପଡ଼ିଥାଏ। ଏହା ପରେ ହିଁ କୌଣସି ପ୍ରତିଯୋଗୀ ପ୍ରଶ୍ନର ଜବାବ ଦେଇ ଟଙ୍କା ହାସଲ କରିଥାଏ,ଯେପରି ଯେପରି ଟଙ୍କା ବଢ଼ିଥାଏ ସେହିପରି ପ୍ରଶ୍ନଗୁଡ଼ିକ ମଧ୍ୟ କଠିନ ହୋଇ ହୋଇଯାଇଥାଏ। ସବୁ ପ୍ରଶ୍ନର ୪ଟି ଅପ୍ସନ ରହିଥାଏ ଏବଂ ଏହି ୪ଟିରୁ ଗୋଟିଏ ଉତ୍ତର ଠିକ୍ ହୋଇଥାଏ।

ଯେତେବେଳେ ଆପଣ ଏହି ଶୋ କୁ ଘରେ ବସି ଟିଭିରେ ଦେଖୁଛନ୍ତି ସେତେବେଳେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ ଯେ ଏହି ଶୋ ରେ ଜିତିଥିବା ଟଙ୍କାରେ କ’ଣ ଟ୍ୟାକ୍ସ ଦେବାକୁ ପଡ଼ୁଥିବ। ହଁ ଆଜ୍ଞା,ଏହି ଶୋ ରେ ଜିତାଯାଇଥିବା ଟଙ୍କାରେ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଟ୍ୟାକ୍ସ ସମ୍ବନ୍ଧିତ ଅନେକ ନିୟମ କାନୁନ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁରସ୍କାର ରାଶି,ଜ୍ୟାକପଟ୍ କିମ୍ବା ଯଦି ଲଟେରୀ ଲାଗିଥାଏ ​‌ତେବେ ଏହି ସମସ୍ତ ଟଙ୍କାରେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

 ସରକାରଙ୍କୁ ଜିତିଥିବା ଟଙ୍କାର ୩୦ପ୍ରତିଶତ ଦେବାକୁ ପଡ଼ିଥାଏ। ଯଦି ଆପଣ ୭କୋଟି ଟଙ୍କା କୌନ ବନେଗା କରୋଡ଼ପତିରେ ଜିତିଛନ୍ତି ତେବେ ଆପଣଙ୍କୁ ଏହାର ୩୦ପ୍ରତିଶତ ଭାଗ ସରକାରଙ୍କୁ ଟ୍ୟାକ୍ସ ଆକାରରେ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ଆପଣ ଯଦି ଏକ କୋଟି କିମ୍ବା ୧୦,୦୦୦ଟଙ୍କା ପୁରସ୍କାର ରାଶି ଭାବେ ଜିତିଛନ୍ତି ତେବେ ମଧ୍ୟ ଆପଣଙ୍କୁ ଏହାର ୩୦ପ୍ରତିଶତ ଟ୍ୟାକ୍ସ ଆକାରରେ ସରକାରଙ୍କୁ ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.