ଟାଙ୍କିରେ କେତେ ଟଙ୍କାର ପେଟ୍ରୋଲ ହେଲା ଭର୍ତ୍ତି,ମୋବାଇଲରେ ଆସିବ ନୋଟିଫିକେସନ୍...

Published By : Prameya-News7 Bureau | November 21, 2019 IST

ନୂଆଦିଲ୍ଲୀ୨୧/୧୧:  ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକ ଠକାମିରେ ଶିକାର ହୋଇଥାଆନ୍ତି। ଏହି ଠକାମିରୁ ବର୍ତ୍ତିବା ଲାଗି ଆଇଆଇଟିର ଜଣେ ଛାତ୍ର ଏକ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଗାଡ଼ିରେ ଆପଣ କେତେ ଟଙ୍କାର ପେଟ୍ରୋଲ ଭର୍ତ୍ତି କଲେ ତାହାର ନୋଟିଫିକେସନ ମୋବାଇଲରେ ଦେଖାଯିବ। ପ୍ରଫେସର୍‌ ନଚିକେତା ତିଓ୍ବାରୀଙ୍କ ମାର୍ଗ ଦର୍ଶନରେ ଆଇଆଇଟି ଛାତ୍ର ଏହି ଫ୍ୟୁଲ୍‌ କ୍ବାଲିଫାୟାର ଡିଭାଇସ୍‌ (Fuel Qualifier device) ତିଆରି କରିଛନ୍ତି।

ଆଇଆଇଟି ପ୍ରଫେସର୍‌ ନଚିକେତାଙ୍କ କହିବା ଅନୁସାରେ ଏହି Fuel Qualifier device କୁ  କାର୍‌, ମୋଟର ସାଇକଲେ, ସ୍କୁଟର ଓ ସ୍କୁଟିରେ ଲଗାଇ ପାରିବେ। ଏହି ଡିଭାଇସ୍‌ ଲଗାଇବା ଦ୍ବାରା ଗାଡ଼ିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ଦ୍ବାରା ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକ ଆଉ ଠକାମିର ଶିକାର ହେବେ ନାହିଁ।

ଗାଡ଼ିର ପେଟ୍ରୋଲ ଟାଙ୍କିରେ ଏହି ଡିଭାଇସ ଫିଟ୍‌ କରି ଦିଆଯିବ। ଆପଣ କେ​‌ତେ ଟଙ୍କାରେ ପେଟ୍ରୋଲ ଗାଡ଼ିରେ ଭର୍ତ୍ତି କଲେ ତାହାର ନୋଟିଫିକେସନ୍‌ ମୋବାଇଲରେ ଦେଖାଯିବ। ପେଟ୍ରୋଲ ପମ୍ପରେ ଲାଗିଥିବା ମିଟର ଓ ମୋବାଇଲରେ ଆସଥିବା ନୋଟିଫିକେସନ୍‌କୁ ଦେଖି ଆପଣ ଚେକ୍‌ କରି ପାରିବେ। ଏହି ଡିଭାଇସ୍‌କୁ ବ୍ଲୁଟୁଥରେ କନେକ୍ଟ କରିବା ଫଳରେ ମୋବାଇଲରେ ନୋଟିଫିକେସନ୍‌ ସୋ କରିଥାଏ। ପ୍ରଫେସର ନଚିକେତାଙ୍କ କହିବା ଅନୁସାରେ ଛାତ୍ରଙ୍କ ଦ୍ବାରା ନିର୍ମିତ ଏହି ଡିଭାଇସ୍ ଖୁବ୍‌ ଶୀଘ୍ର ମାର୍କେଟରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.