ଆୟକର ବିଭାଗର ନିୟମ ଅନୁସାରେ ଆପଣ ଘରେ ରଖି ପାରିବେ କେତେ ସୁନା ? ଜାଣନ୍ତୁ...

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩/୭: ସୁନା ସହିତ ସମସ୍ତଙ୍କର ଖାସ୍ ସମ୍ପର୍କ । ବିବାହ-ବ୍ରତ ଆଦି ସମୟରେ ଏହାର ଚାହିଦା ଆହୁରି ବଢିଯାଏ । ପର୍ବପର୍ବାଣି କିମ୍ବା ନିବେଶ ହେଉ ସୁନା ସବୁବେଳେ ଭଲ ବିକଳ୍ପ ଭାବେ ନଜର ଆସିଥାଏ । କିନ୍ତୁ ଜାଣତରେ ହେଉ ବା ଅଜାଣତରେ କିଛି ଲୋକ ସୁନା ସହିତ ଜଡିତ ଟ୍ୟାକ୍ସ ନିୟମକୁ ଅଣଦେଖା କରିଦେଇଥାନ୍ତି । ଏହା ଭବିଷ୍ୟତରେ ଆପଣଙ୍କ ଉପରେ ଭାରୀ ପଡିପାରେ । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟରୁ ବେଳେବେଳେ ନୋଟିସ୍ ଚାଲିଆସେ ତ ଅନେକ ଥର ପେନାଲ୍ଟିର ସାମ୍ନା କରିବାକୁ ପଡେ । ଆସନ୍ତୁ ଜାଣିବା ସୁନା ସହିତ ଜଡିତ ଇନକମ୍ ଟ୍ୟାକ୍ସ ନିୟମ ସମ୍ପର୍କରେ…

ଇନକମ୍ ଟ୍ୟାକ୍ସ ନିୟମ ଅନୁସାରେ ଘରେ ସୁନା ରଖିବାର କିଛି ନିୟମ ଅଛି । HostBooks Ltdର ଫାଉଣ୍ଡର ତଥା ଚେୟାରମ୍ୟାନ୍ କପିଲ ରାଣା କୁହନ୍ତି ଭିନ୍ନ ଭିନ୍ନ କାଟାଗୋରୀର ଲୋକଙ୍କୁ ନେଇ ସେମାନେ ଘରେ କେତେ ସୁନା ରଖିପାରିବେ ସେନେଇ କିଛି ନିୟମ ଅଛି । ଅର୍ଥାତ୍ ବିବାହିତ ମହିଳା କେତେ ସୁନା ରଖିପାରିବେ, ଜଣେ ଅବିବାହିତ ଯୁବତୀ କେତେ ସୁନା ଘରେ ରଖିପାରିବେ, ଜଣେ ଆୟ କରୁଥିବା ପୁରୁଷ ଘରେ କେତେ ସୁନା ରଖିପାରିବେ ଇତ୍ୟାଦିର ନିୟମ ଅଛି ।

ଜଣେ ବିବାହିତ ମହିଳା ୫୦୦ ଗ୍ରାମ୍ ସୁନା ରଖିପାରିବେ, ଯଦିଓ ଜଣେ ଅବିବାହିତା ୨୫୦ ଗ୍ରାମ୍ ପର୍ଯ୍ୟନ୍ତ ସୁନା ଘରେ ରଖିପାରିବେ । ଜଣେ ପୁରୁଷ ନିଜ ଅନିର୍ଦ୍ଦିଷ୍ଟ ଆୟରେ ମଧ୍ୟ ୧୦୦ ଗ୍ରାମ ସୁନା ରଖିପାରିବେ । ତେବେ ୫୦୦ ଗ୍ରାମରୁ ଅଧିକ ସୁନା ରଖିଥିବା ଜଣେ ବିବାହିତ ମହିଳାଙ୍କ ଅଳଙ୍କାର ସିଜ୍ କରେନାହିଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ । ସେହିଭଳି ଯଦି ଅନ୍ୟମାନେ ମଧ୍ୟ ନିଜ ଆୟର ଉତ୍ସ ସ୍ପଷ୍ଟ କରିନପାରନ୍ତି କିମ୍ବା ସେମାନଙ୍କ ଆୟ ସହିତ ଘରେ ଥିବା ସୁନା ମେଳ ଖାଉନଥିବ ତେବେ ମଧ୍ୟ ସେମାନଙ୍କ ସୁନା,ଗହଣାକୁ ସିଜ୍ କରେନାହିଁ ଆୟକର ବିଭାଗ ।

ଅର୍ଥାତ୍ ଯଦି ଆପଣ ସୁନାରେ ନିବେଶ କରିଛନ୍ତି ଏବଂ ଆପଣଙ୍କ ପାଖରେ ଏହାର ଉତ୍ସ ସମ୍ପର୍କରେ କାଗଜପତ୍ର ଥିବ ତେବେ ଆପଣ ନିଜ ମନ ପସନ୍ଦର ଆଭୂଷଣ ନିଜ ଘରେ ରଖିପାରିବେ । ଯଦି କେହି ଉପହାର ଭାବେ ଆପଣଙ୍କୁ ସୁନା ଦେଇଛନ୍ତି ତେବେ ସେହି ବ୍ୟକ୍ତିଙ୍କ ନାମର ଇନଭଏସ, ଆପଣଙ୍କ ପାଖରେ ରହିବା ଉଚିତ୍ । ଯଦି ଆପଣଙ୍କ ପାଖରେ ଏମିତି କାଗଜପତ୍ର ନାହିଁ ତେବେ ଆୟକର ବିଭାଗ ଆପଣଙ୍କ ଷ୍ଟାଟସ, ରୀତି-ନୀତି ଦେଖି ନିର୍ଦ୍ଧାରିତ କରିବ ଯେ ଆପଣଙ୍କ ପାଖରେ ସେତିକି ସୁନା ରଖିବା ବୈଧ କି ନୁହେଁ ।

ଡିସେମ୍ବର ୧, ୨୦୧୬ ରେ କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପ୍ରେସ ବିଜ୍ଞପ୍ତିରେ ଏହା ସ୍ପଷ୍ଟ ହୋଇଛି ଯେ ସୁନା ଗହଣ କିମ୍ବା ଅଳଙ୍କାର ରଖିବାର କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ, ଯଦି ଜଣେ ନିଜ ଆୟର ଉତ୍ସ ସ୍ପଷ୍ଟ କରୁଛି । ଘରେ ସୁନା ରଖିବାର କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ । ତେବେ ଯଦି ଆପଣ ଲିମିଟ୍ ବାହାରେ ସୁନା ଘରେ ଗଚ୍ଛିତ କରୁଛନ୍ତି ତେବେ ଆପଣଙ୍କୁ ଏହା ଦର୍ଶାଇବାକୁ ହେବ ଯେ ଏତେ ସୁନା ଆପଣ କେମିତି ହାସଲ କଲେ । ଯଦି ଆପଣ ଏହାକୁ କିଣିଛନ୍ତି ତେବେ ଆପଣ ତା ବିଲ୍ ଦେଖାଇ ପାରିବେ । ବାର୍ଷିକ ୫୦ ଲକ୍ଷରୁ ଅଧିକ ଆୟରେ ଘରେ ରଖିଥିବା ସୁନାର ଦାମର ସୂଚନା ରିଟର୍ଣ୍ଣରେ ଦେବାକୁ ପଡିବ । ରିଟର୍ଣ୍ଣରେ ଆସେସ୍ଟ ଓ ଲାଇବିଲିଟିଜର ବିକଳ୍ପରେ ସୁନାର ଦାମ୍ ଭରିବାକୁ ପଡିବ । ସୂଚନାଯୋଗ୍ୟ ସୁନାର ବିକ୍ରି ଉପରେ କ୍ୟାପିଟାଲ୍ ଗେନ୍ସ ଟ୍ୟାକ୍ସ ଲାଗିଥାଏ । ୩ ବର୍ଷ ପୂର୍ବରୁ ସର୍ଟ ଟର୍ମ କ୍ୟାପିଟାଲ୍ ଗେନ୍ସ ଟ୍ୟାକ୍ସ ଲାଗିବ । ଯଦି ୩ ବର୍ଷ ପରେ ବିକ୍ରି କରୁଛନ୍ତି ତେବେ ଲଙ୍ଗ ଟର୍ମ ଗେନ୍ସ ଟ୍ୟାକ୍ସ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.