Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କେନ୍ଦ୍ରୀୟ ବଜେଟରୁ ଓଡ଼ିଶାକୁ ମିଳିବ କେତେ – ଏବେ ଆରମ୍ଭ ହୋଇଛି ହିସାବ

2/02/2020 at 6:50 PM

ଭୁବନେଶ୍ୱର ୦୨।୦୨ –  ବଜେଟ  ଉପସ୍ଥାପନ  ପରେ  ଏବେ  ଆରମ୍ଭ  ହୋଇଛି  ହିସାବ ନିକାଶ ।  କେନ୍ଦ୍ରୀୟ ବଜେଟରୁ ଓଡିଶାକୁ ମିଳିବ କେତେ ଅନୁଦାନ ରାଜ୍ୟକୁ ଲାଭ ମିଳିବ ନା ନାହିଁ ସେନେଇ ଆକଳନ ଆରମ୍ଭ ହୋଇଛି । କେନ୍ଦ୍ରୀୟ ବଜେଟରୁ ଓଡିଶାକୁ ସେତେଟା  ଆର୍ଥିକ ଲାଭ ମିଳିବ ନାହିଁ ବୋଲି ବିଜେଡି ଆଜି ହିସାବ ଦେଖାଇଛି । ସେପଟେ କଂଗ୍ରସ ବି ସମାନ ଆକଳନ କରି ବିଜେପିକୁ ଘେରିଛି । ବିରୋଧୀଙ୍କ  ଜବାବରେ  ବିଜେପି  କହିଛି ବଜେଟ ଐତିହାସିକ ।  ଏଥିରୁ ରାଜ୍ୟ  ସରକାର ଫାଇଦା ନେବା ଦରକାର । ସରକାର କେନ୍ଦ୍ରୀୟ ଯୋଜନାରୁ ଫାଇଦାରୁ ନେଉ ନାହାନ୍ତି ଏମିତି କହିବା ସମିଚିନ ନୁହେଁ ।

କେନ୍ଦ୍ରୀୟ ବଜେଟରୁ ରାଜ୍ୟକୁ ମିଳିବ କେତେ । ରାଜ୍ୟର ଆର୍ଥିକ ଅନୁଦାନ ବଢିବ ନା କମିବ । ଓଡିଶାକୁ ମିଳିବ କେତେ ଫାଇଦା । ବଜେଟ ଉପସ୍ଥାପନ ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହିସାବ ନିକାଶ । ବଜେଟରୁ ମୋଟାମୋଟି ଭାବେ ଓଡିଶାକୁ କିଛି ଅଧିକ ଫାଇଦା ମିଳିବାର ନାହିଁ ବୋଲି ହିସାବ କରିଛି ବିଜେଡି ।  ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଆଶଜନକ ଭାବେ କିଛି ମିଳିନାହିଁ । ଆଇକନିକ ସ୍ପଷ୍ଟରେ ଓଡିଶାର ଏୈତିହ୍ୟକୁ ସ୍ଥାନ ମିଳିନି । ଜନଜାତିମାନଙ୍କ ପାଇଁ ଓଡିଶାରେ ଜାତୀୟ ସଂଗ୍ରହଣାଳୟ ଖୋଲିବାକୁ ଦାବି ଥିଲେ ବି କେନ୍ଦ୍ର ସରକାର ତାହା ଓଡିଶାରେ ଖୋଲି ନାହାନ୍ତି । ମନରେଗାରେ ପୂର୍ବାପେକ୍ଷା ଓଡିଶା ୧୦ ହଜାର କୋଟି କମ ପାଇବ । ସେହିପରି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ବ୍ୟୟ ବରାଦରୁ କିଛି ଅଧିକ ମିଳିବାର ନାହିଁ ବୋଲି ବିଜେଡି ଯୁକ୍ତି ବାଢିଛି । ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ରାଜ୍ୟଗୁଡିକୁ ମିଳୁଥିବା ଅନୁଦାନରୁ ଏକ ପ୍ରତିଶତ କେନ୍ଦ୍ର ସରକାର କାଟିଛନ୍ତି । ଫଳରେ ଓଡିଶା କେନ୍ଦ୍ରୀୟ ଅନୁଦାନ ବାବଦକୁ ଆର୍ଥିକ ବୋଝ ସହିବ ବୋଲି ଯୁକ୍ତି ବାଢିଛି ବିଜେଡି। ସେପଟେ କଂଗ୍ରେସ ମଧ୍ୟ ସମାନ ହିସାବ ଦେଖାଇ କହିଛି କେନ୍ଦ୍ରୀୟ ବଜେଟରୁ ଓଡିଶା ଳାଭ ବାନ ହେବ ନାହିଁ ।

ବିଜେପି ଯୁକ୍ତି ବଜେଟ ଐତିହାସିକ । ଏଥିରୁ ଓଡିଶା ପରି ରାଜ୍ୟ ଅଧିକ ଲାଭ ପାଇବେ । ସରକାର କେନ୍ଦ୍ରୀୟ ଯୋଜନାର ସୁଫଳ ନେଇ ପାରୁ ନାହାନ୍ତି । ନିଜ ଅପରାଗତାକୁ ଢାଙ୍କିବାକୁ ଏମିତି ହିସାବ ଦର୍ଶାଉଛନ୍ତି ବୋଲି ବିଜେପି ପାଲଟା ପ୍ରଶ୍ନ ଉଠାଇଛି ।

ବଜେଟରେ ଲାଭ କ୍ଷତିର ହିସାବ ଚାଲିଛି । ହେଲେ ସେପଟେ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୨୦ – ୨୧ ଆର୍ଥିକ ବର୍ଷରେ ଓଡିଶାକୁ ୪.୬୨ ପ୍ରତିଶତ ପୂର୍ବାପେକ୍ଷା କମ ଅନୁଦାନ ମିଳିବ । ଏସବୁ ଆର୍ଥିକ ଚିନ୍ତା ରାଜ୍ୟ ଉପରେ ଆର୍ଥିକ ଚାପ ବଢାଇବ ।

   Related Posts