ଖୁବଶୀଘ୍ର ଭାରତରେ ଆରମ୍ଭ ହେବ ଟୀକାକରଣ, ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଦିଆଯିବ ଟୀକା, ଏତିକି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭/୧୨ : ଖୁବ୍ କମ ଦିନ ମଧ୍ୟରେ ଦେଶରେ କରୋନା ଭ୍ୟାକସିନ୍ ଟୀକାକରଣ ଆରମ୍ଭ ହେବ । ଏ ନେଇ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ଭାରତରେ ପ୍ରଥମପର୍ଯ୍ୟାୟରେ ଟୀକାକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଏକ ଆକଳନ କରଯାଇଛି ।

ସୂଚନା ଅନୂଯାୟୀ କୋଭିଡ୍-୧୯ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ୩୧୨ କୋଟିରୁ ୧୩ ହଜାର ୨୫୯ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଇବାକୁ ଯୋଜାନା ପ୍ରସ୍ତୁତ କରୁଛନ୍ତି । ଭାରତରେ ଆଷ୍ଟ୍ରାଜେନିକା, ସ୍ଫୁଟନିକ୍, ଜାଇଡସ୍ କେଡିଲା ଏବଂ ଭାରତ ବାୟୋଟେକର ଟୀକା ଦିଆଯାଇପାରେ ।

ନ୍ୟୁଜ୍ ଏଜେନ୍ସି ରୋୟଟର୍ସ୍ ମୁତାବକ ଭାରତକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ କୋଟି ଡୋଜ୍ ଆବଶ୍ୟକ ପଡିପାରେ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ବୟସ୍କମାନଙ୍କୁ ଅଗ୍ରାଧିକାର ଦିଆଯିବ । ୨୦୨୦-୨୧ରେ ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ୭୩ ହଜାର ୫ ଶହ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଟୀକାରକରଣ ପାଇଁ କେତେ ଖର୍ଚ୍ଚ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.