Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଶରୀରରେ ଭୟଙ୍କର ରୂପ ଧାରଣ କରେ କରୋନା ଭାଇରସ ! ସାମ୍ନାକୁ ଆସିଲା ଚିତ୍ର, ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

28/06/2020 at 3:24 PM

ନୂଆଦିଲ୍ଲୀ, ୨୮|୦୬:  ଆମେରିକାର କାଲିଫର୍ଣ୍ଣିଆ ୟୁନିଭର୍ସିଟିର କିଛି ବୈଜ୍ଞାନିକ କରୋନା ଭାଇରସ ଉପରେ ଏକ ଷ୍ଚଡି କରିଛନ୍ତି । ଏଥିରେ ଚକିତ କଲାଭଳି କିଛି ତଥ୍ୟା ସାମ୍ନାକୁ ଆସିଛି । ମନୁଷ୍ୟ ଶରୀରରେ କରୋନା ଭାଇରସର ପ୍ରଭାବ କିପରି ରହିଛି ତାହାର ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ତବେ ଏଥିରେ ଏପରି କିଛି ଦେଖିବାକୁ ମିଳିଛି ଯାହା ପୂର୍ବରୁ ବୈଜ୍ଞାନିକମାନେ ଜାଣିନଥିଲେ ।

ଏହି ଚିତ୍ରରେ ଦେଖିବାକୁ ମିଳିଛି ଯେ, କରୋନା ଦ୍ୱାରା ସଂକ୍ରମିକ କୋଷ ଅନ୍ୟ କୋଷକୁ ମଧ୍ୟ ସଂକ୍ରମିତ କରୁଛି । ଲାଟିମେସ୍. କମ୍‌ର ରିପୋର୍ଟ ଅନୁସାରେ, ଷ୍ଟଡିରେ ବୈଜ୍ଞାନିକମାନେ କରୋନା ଓ ଶରୀରେ ତାହାର ପ୍ରଭାବ ସମ୍ବନ୍ଧରେ ଏକ ରିସର୍ଚ୍ଚ କରୁଥିଲେ । ଏଥିରେ ସେମାନେ ସାର୍ସ-କୋଭ୍-୨ ମଣିଷ କୋଷକୁ ସଂକ୍ରମିତ କରିବା ପରେ ସେଥିରେ ଭୟଙ୍କର ପରିବର୍ତ୍ତନ ଆଣିଥାଏ । କୋଷ କଣିକାରେ ବିସ୍ତାର ଦେଖିବାକୁ ମିଳିଥାଏ । କରୋନା ଗୋଟିଏ କୋଷକୁ ସଂକ୍ରମିତ କରିବା ପରେ ତାକୁ ନିୟନ୍ତ୍ରଣରେ ନେଇଯାଏ । ଏହି କୋଷ ଗୁଡିକ ନିଜ ପଡୋଶୀ କୋଷକୁ ମଧ୍ୟ ସଂକ୍ରମିତ କରିଥାନ୍ତି । ଏପରି ଅନେକ କୋଷ ନଷ୍ଟ ହୋଇଯାଏ । ତେଣୁ କରୋନା ଭାଇରସକୁ ଅଧିକ ଶକ୍ତିଶାଳୀ କୁହାଯାଉଛି ।

ବୈଜ୍ଞାନିକଙ୍କ କହିବାନୁସାରେ, ଏକି ରିସର୍ଚ୍ଚରେ ସେ କିଛି ଔଷଧର ସନ୍ଧାନ କରିଛନ୍ତି ଯାହା ଶରୀରରେ କରୋନାର ପ୍ରସାର ଧିମା କରିପାରିବ । ଏହି ଔଷଧ ମଧ୍ୟରେ ସିଲମିଟାସରବିବ୍, ରାଲିମେଟିନିବ୍ ଓ ଗିଲଟରିଟିନିବ୍ ରହିଛି ।  

   Related Posts