ମୋଟ୍ କେତେ ଭୋଟ୍ ପାଇଲେ ବେଣୁଧର? ଦେଖନ୍ତୁ ଫଳାଫଳ ତାଲିକା

Published By : Prameya-News7 Bureau | November 10, 2020 IST

ବାଲେଶ୍ଵର ୧୦।୧୧: ବାଲେଶ୍ଵର ବିଧାନସଭା ଉପ ନିର୍ବାଚନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୩,୧୯୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ବିଜେପିକୁ ଝଟକା ଲାଗିଛି। ବିହାର ଏବଂ ମଧ୍ୟ ପ୍ରଦେଶ ନିର୍ବାଚନର ପରିଣାମକୁ ଓଡିଶା ବିଜେପି ରାଜ୍ୟରେ ଦୋହରାଇ ପାରିନାହିଁ। ଦେଖନ୍ତୁ ତାଲିକା...

{"id":359556,"sizeSlug":"large"}

ଅନ୍ୟପଟେ ୨୦୧୯ ନିର୍ବାଚନର ବିଜୟ ଧାରାକୁ ଶାସକ ବିଜେଡି ବଜାୟ ରଖିବାରେ ସମର୍ଥ ହୋଇଛି। ବିଜେଡି ବିଜେପି କବ୍‌ଜାରେ ଥିବା ବାଲେଶ୍ଵର ସଦରକୁ ନିଜ ହାତକୁ ଆଣିବାରେ ସଫଳ ହୋଇଛି। ବିଜେପି ନିଜ ଗଡକୁ ବଞ୍ଚାଇବାରେ ବିଫଳ ହୋଇଛି। ତିର୍ତ୍ତୋଲ ବିଧାନସଭାରେ ମଧ୍ୟ ବିଜେଡି ଆଗୁଆ ରହିଛି। ଅନ୍ୟପଟେ ବେଣୁଧର ବାରିକ ମୋଟ୍ ୧୨୪୫ ଭୋଟ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.