୧୪ ରାଉଣ୍ଡ ଗଣତି ପରେ ବେଣୁ ମଉସା କେତେ ପାଇଛନ୍ତି ଭୋଟ୍ ?

Published By : Prameya-News7 Bureau | November 10, 2020 IST

ବାଲେଶ୍ବର୧୦/୧୧: ମଙ୍ଗଳବାର ରାଜ୍ୟର ୨ଟି ଉପ-ନିର୍ବାଚନର ଭୋଟ ଗଣତି ଚାଲିଛି। ବାଲେଶ୍ବର ସଦର ଏବଂ ତିର୍ତ୍ତୋଲରେ ଉପ ନିର୍ବାଚନରେ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦୁଇଟି ନିର୍ବାଚନରେ ବିଜେଡି ଆଗୁଆ ରହିଛି।ବାଲେଶ୍ବରରେ ବିଜେଡି-୫୧୦୯୩ ବିଜେପି-୪୪,୬୧୭ ଏବଂ କଂଗ୍ରେସ-୩୩୩୭ ଭୋଟ୍ ପାଇଛି। ତିର୍ତ୍ତୋଲରେ ସେହିପରି ବିଜେଡି-୪୩୯୫୪ ବିଜେପି-୨୪୬୯୦ ଏବଂ କଂଗ୍ରେସ- ୧୦୭୬୬ ଭୋଟ୍ ପାଇଛି।

ବାଲେଶ୍ବରରେ ୧୪ ରାଉଣ୍ଡ ଗଣତି ପରେ ବିଜେଡି ଆଗୁଆ ରହିଛି।  ଏହା ମଧ୍ୟରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ବର୍ତ୍ତମାନ ସୁଦ୍ଧା କେତେ ଭୋଟ୍ ପାଇଛନ୍ତି, ସେହି ସଂପର୍କରେ ଜାଣିବା ଲାଗି ତାଙ୍କ ପ୍ରଶଂସକମାନେ ଆଗ୍ରହୀ ଥିବେ। ମିଳିଥିବା ସୂଚନା ଅନୁସାରେ ୧୪ ରାଉଣ୍ଡ ଗଣତି ସୁଦ୍ଧା ବେଣୁଧର ବାରିକ ୪୨୦ ଭୋଟ୍ ପାଇଛନ୍ତି।

ବାଲେଶ୍ବର ଉପ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ତିର୍ତ୍ତୋଲରେ ବିଜେଡି ଆଗରେ ରହିଛି। କିନ୍ତୁ ବେଣୁଧର ବାରିକଙ୍କୁ ଯେଉଁଭଳି ସମର୍ଥନ ମିଳିଥିଲା, ତାହା ଭୋଟ୍‌ରେ ପରିଣତ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.