ଆହୁରି କେତେ ନସରିନ୍, କେତେ ରଞ୍ଜିତା …କ୍ରିମିନାଲଙ୍କ ଇଜି ଟାର୍ଗେଟ୍‌ରେ ଯୁବତୀ ଏବଂ ଷ୍ଟୁଡେଣ୍ଟ !

Published By : Prameya-News7 Bureau | January 02, 2020 IST

ଭୁବନେଶ୍ୱର ୦୨।୦୧- ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡ ନସରିନ ଖାନ ଓରଫ ଡେଜି ଏବେ ବିଚାର ବିଭାଗୀୟ ହାଜତରେ ।  କଟକ ଏସଡିଜେଏମଙ୍କ ନିର୍ଦ୍ଦେଶ ଅନୁସାରେ  ସେ ବିଚାର ବିଭାଗୀୟ  ହାଜତରେ ୧୪ ଦିନ ରହିବ । ତେବେ ନସରୀନର ଗିରଫଦାରି ପରେ  କ୍ରିମିନାଲଙ୍କ କ୍ରାଇମ୍ ତରିକା ନେଇ ଆସିଛି ଆହୁରି କିଛି ନୂଆ ନୂଆ ତଥ୍ୟ । ପୁଣିଥରେ ପ୍ରମାଣିତ ହୋଇଛିଯେ, ମହିଳା, ଯୁବତୀ ବା ଛାତ୍ର ଛାତ୍ରୀ କ୍ରିମିନିଲଙ୍କ ଇଜି ଟାର୍ଗେଟ । ଅର୍ଥାତ୍ ସେମାନଙ୍କ ଜରିଆରେ ହିଁ ଅପରାଧିକ କାର୍ଯ୍ୟକଳାପ ଚାଲୁ ରଖିବା ଅପରାଧିଙ୍କ ଲାଗି ଅଧିକ ନିରାପଦ ହୋଇଛି ବୋଧହୁଏ । ନ୍ୟାସନାଲ ଲ ୟୁନିଭରସିଟି ଛାତ୍ରୀ ନସରିନ ଖାନ୍ ଦାର୍ଘ ଦିନ ଧରି  ସକିଲର ସହଯୋଗୀଥିବାର ପ୍ରମାଣ ପାଇଛି ପୋଲିସ । ସେହିପରି  ଆଉ ଜଣେ କ୍ରିମିନାଲଙ୍କ ସହଯୋଗୀ ହେଲେ କଟକର ପୂର୍ବତନ କର୍ପୋରେଟର ର଼ଅଜିତା । ତାଙ୍କୁ ଦୁଇ ଦୁଇଥର ଗିରଫ କରିଛି କମିଶନରେଟ ପୋଲିସ । ରଞ୍ଜିତାଙ୍କ ଲିଙ୍କ୍ ଜେଲ୍‌ରେ ଥିବା ଧଳସାମନ୍ତ ଭ୍ରାତାଙ୍କ ସହ ।

{"id":205752,"width":587,"height":452,"sizeSlug":"large"}

 ସଲିମ୍ ଚୌଦ୍ୱାର ଜେଲ୍‌ରେ , କିନ୍ତୁ ତାର କ୍ରାଇମ୍ ନେଟୱର୍କ ସହ ଦାଦାବଟି କାରବାର କୁଆଡେ ଅପରେଟ କରୁଥିଲା ନସରିନ ଓରଫ ଡେଜି । ସେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରୀ ହୋଇଥିବାରୁ ତାକୁ ହାତ ମାରିବା ପୋଲିସ ପାଇଁ ସହଜ ନଥିଲା । ତେବେ କଟକ ବଜ୍ରକବାଟିର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଭିତ୍ତିରେ ଏକ ଦାଦା ବଟି ଧମକ ମାମାଲାର ଖୋଳତାଡ କରି ପୋଲିସ ନସରିନ୍ ପାଖରେ ପହଞ୍ଚି ଯାଇଥିଲା ।ଫୋନ୍ କଲ୍ ଏବଂ ଚୌଦ୍ୱାର ଜେଲ୍ ଭିଜିଟର ରେକର୍ଡ ପୋଲିସ ପାଇଁ ଥିଲା ମଜବୁତ ପ୍ରମାଣ । କାରଣ ଚୌଦ୍ୱାର ଜେଲ୍‌କୁ ଯାଇ ସକିଲକୁ ଦେଖା କରୁଥିଲା ନସରିନ୍ । ଜେଲ୍ରେ ଥିବା ସକିଲର ସହଯୋଗୀ ଭାବେ ଡେଜି ବାହାରେ ରହି ତାର ଆଦେସକୁ କାର୍ଯ୍ୟକାରୀ କରୁଥିଲା ।

{"id":205755,"sizeSlug":"large"}

ଅପରାଧିଙ୍କୁ ବନ୍ଧୁକ ଯୋଗାଇବା ସହ , ଦାଦାବଟି ଆଦାୟର ସିଣ୍ଡିକେଟକୁ ପରିଚାଳନା କରୁଥିଲା ବୋଲି ପୋଲିସ ସୂଚନାରୁ ଜଣାଯାଇଛି ।ତେବେ ଏଥିରେ ତାକୁ ସାହାଯ୍ୟ କରୁଥିଲା , ତାର ଷ୍ଟୁଡେଣ୍ଟ ପରିଚୟ । ଉଚ୍ଚଶିକ୍ଷିତ, ମେଧାବୀ ପୁଣି ଏନ୍ଏଲ୍ୟୁ ଛାତ୍ରୀ । ତେଣୁ ଡେଜିକୁ ଧରିବାକୁ ପୋଲିସ ଚାହୁଁଥିଲା ପ୍ରମାଣ । ଶେଷରେ ବୁଧବାର  ଦିନ ସଫଲ ହେଲା ପୋଲିସ । ତେବେ କେଶରପୁର ଅଞ୍ଚଳର ୟୁସୁଫ୍ ଖାନଙ୍କ ଝିଅ ୨୪ ବର୍ଷୀୟ ଡେଜି ନାମରେ ଦରଘାବଜାର ଥାନାରେ ଆଗରୁ ରହିଛି ଏକାଧିକ ଅଭିଯୋଗ । ସେ ବହୁ ପୂର୍ବରୁ ସକିଲର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଯୁବତୀ ହୋଇଥିବାରୁ ସେ ସଂପୃକ୍ତି ଥାଇ ବି ସନ୍ଦେହକୁ ଆସୁନଥିଲା ।

{"id":205753,"sizeSlug":"large"}

 ଠିକ୍ ସେହିପରି ସମାନ ଅଭିଯୋଗରେ ଗିରଫ ହୋଇଥିଲେ କଟକର ପୂର୍ବତନ କର୍ପୋରେଟର ରଞ୍ଜିତା । ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଥିଲେ ସେ । ତାଙ୍କୁ ବନ୍ଧୁକ କାରବାରରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଥରେ ନୁହେଁ ଦୁଇଥର ଗିରଫ ହୋଇଥିଲେ ସେ । ଦୀର୍ଘଦିନ ଧରି ସେ ଧଳସାମନ୍ତ ଭ୍ରାତାଙ୍କ କ୍ରାଇମ ପାର୍ଟନର ଭାବେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଏବଂ ବେଆଇନ ବନ୍ଧୁକ କାରବାର ସହ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସେ ଥିଲେ ସହଯୋଗୀ ।

{"id":205754,"width":578,"height":537,"sizeSlug":"large"}

ଏତ ଗଲା ଏବେ ସୁଦ୍ଧା ସ୍ପଷ୍ଟ ହୋଇଥିବା ଦୁଇଟି କ୍ରିମିନାଲ- ଯୁବତୀ ନେକ୍ସସ । ତେବେ କ୍ରିମିନାଲଙ୍କର ଆଉ ଏକ ସଙ୍ଗୀନ ଲିଙ୍କ୍  ନେଇ ମିଳିଛି ସୂଚନା । ଆକ୍ଟର-ଆକ୍ଟ୍ରେସଙ୍କ ସହାୟତା ବି ନିଅନ୍ତି କ୍ରିମିନାଲ ।  ସିନେମା ସହ ବିଭିନ୍ନ ଅଭିନୟ ଫୋରମ୍‌ରେ କାମ କରୁଥିବା କିଛି ଆକ୍ଟର-ଆକ୍ଟ୍ରେସଙ୍କ ଗାଡିକୁ ସେମାନଙ୍କ ସାମଗ୍ରୀ ଏପରିକି  ବନ୍ଧୁକ ଚାଲାଣ ଲାଗି ବ୍ୟବହାର କରନ୍ତି  ଗ୍ୟାଙ୍ଗଷ୍ଟର ।କାରଣ ସେପରି ଅଭିନେତା-ଅଭିନେତ୍ରୀଙ୍କ ଗାଡ଼ି ପୋଲିସର ସନ୍ଦେହ ବଳୟକୁ ସହଜରେ ଆସେନି ।ସେପଟେ ଗ୍ଲାମର ଇଣ୍ଡଷ୍ଟ୍ରି ସହ କ୍ରିମିନାଲଙ୍କ ଲିଙ୍କ୍ ଥିବାରୁ  ବାଧ୍ୟବାଧ୍ୟକତା ହେଉ ବା ସଂପର୍କ ଦୃଷ୍ଟିରୁ ଏପରି ହେଉଥିବା ସନ୍ଦେହ କରାଯାଏ । ଯଦିଓ ଏନେଇ ପୋଲିସରେ ଅଭିଯୋଗ ନାହିଁ । ଏପରିକି କ୍ରିମିନାଲଙ୍କ ସହ ସଂପର୍କ ନେଇ ମଧ୍ୟ କଳାକାର ମୁହଁ ଖୋଲିନାହାନ୍ତି ।

କ୍ରିମିନାଲ , ଗ୍ୟାଙ୍ଗଷ୍ଟାରଙ୍କ ଅନ୍ୟ ଏକ ସଫ୍ଟ ଟାର୍ଗେଟ୍ ହେଲେ ଛାତ୍ର  । କାରଣ ଛାତ୍ରଙ୍କୁ ପ୍ରଭାବିତ କରିବା ସହଜ ।  ସେଥିଲାଗି ମଡର୍ଣ୍ଣ ଲାଇଫ୍ ତଥା ଷ୍ଟାଇଲର ପ୍ରଭାବରେ ନିଶା ଅଭ୍ୟାସରେ ପଡୁଥିବା ଛାତ୍ରଙ୍କୁ କବଳିତ କରିପାରନ୍ତି ଗ୍ୟାଙ୍ଗଷ୍ଟର ।ଛାତ୍ରଙ୍କ ମଧ୍ୟରେ ଅପରାଧ ପ୍ରବଣତା  ସୃଷ୍ଟିକରି ସେମାନଙ୍କୁ କ୍ରାଇମରେ ସଂପୃକ୍ତି କରିବାର ନଜିର ବି ରହିଛି ।ତେଣୁ ଆହୁରି କେତେ ନସରିନ୍ , କେତେ ରଞ୍ଜିତା । ପୋଲିସର ତଦନ୍ତ ପ୍ରଭାବୀ ହେଲେ ପ୍ରମାଣ ଜୁଟିପାରିବ, ଧରା ବି ପଡିବେ କ୍ରାଇମ୍ ପାର୍ଟନର ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.