ଆଉ କେତେ ଦୁଷ୍କର୍ମ ହେବାଯାଏଁ ଚୁପ ରହିବେ ମମତା ବାନାର୍ଜୀ ? ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଦିଦିଙ୍କୁ ସ୍ମୃତି ଇରାନୀଙ୍କ ପ୍ରଶ୍ନ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୦୬ : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାର ଯାଞ୍ଚ ପାଇଁ ଜାତୀୟ ମାନବ ଅଧିକାର ଆୟୋଗକୁ ଯାଞ୍ଚ ଦଳ ଗଠନ କରିବା ଆଦେଶ ବଦଳାଇବାକୁ କୋଲକାତା ହାଇକୋର୍ଟ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ସମ୍ପର୍କରେ ବିଜେପି ନେତା ସ୍ମୃତି ଇରାନୀ କହିଛନ୍ତି ଯେ ଏହା ଦ୍ୱାରା ପୀଡିତଙ୍କ ବିଶ୍ୱାସ ଦୃଢ ହେବ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, 'ମୁଁ କୋର୍ଟଙ୍କୁ ଧନ୍ୟବାଦ ଦେଉଛି। କୋର୍ଟଙ୍କ ଏହି ନିଷ୍ପତ୍ତି ହେତୁ ସେମାନଙ୍କ ବିଶ୍ୱାସ ଦୃଢ ହେବ ଯେଉଁମାନଙ୍କର ଶୋଷଣ ହୋଇଛି। ଯାହାର ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଛି ଏବଂ ମହିଳାମାନଙ୍କର ଦୁଷ୍କର୍ମ ହୋଇଛି। ସେହି ଲୋକମାନେ ନ୍ୟାୟ ପାଇବେ। ଦେଶର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ମୁଁ ଦେଖୁଛି ଯେ ଜଣେ ମୁଖ୍ୟମନ୍ତ୍ରୀ ଲୋକଙ୍କର ମୃତ୍ୟୁକୁ କେବଳ ଏଇଥିପାଇଁ ଦେଖୁଛନ୍ତି ସେ ସେମାନେ ତାଙ୍କୁ ଭୋଟ୍ ଦେଇ ନାହାଁନ୍ତି।'

wp:embed {"url":"https://twitter.com/ANI/status/1406934357227413515","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1406934357227413515
/wp:embed

ମମତା ବାନାର୍ଜୀଙ୍କୁ ତୀକ୍ଷ୍ଣ ଭାଷାରେ ସ୍ମୃତି ଇରାନୀ କହିଛନ୍ତି, 'ମହିଳାମାନଙ୍କୁ ଘରୁ ଟେକିନେଇ ଖୁଲମଖୁଲ୍ଲା ଦୁଷ୍କର୍ମ କରାଯାଉଛି। ସେ ଦଳିତ ମହିଳା ହେଉ କି ଆଦିବାସୀ ମହିଳା। ଜଣେ ୬୦ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛନ୍ତି ଓ କହିଛନ୍ତି କିଭଳି ତାଙ୍କର ୬ ବର୍ଷର ନାତି ସାମ୍ନାରେ ଦୁଷ୍କର୍ମ କରାଯାଇଥିଲା। ତାଙ୍କ ସହ ଏହିଭଳି ଘୃଣ୍ୟ କାମ ଏଇଥିପାଇଁ କରାଯାଇଥିଲା କାରଣ ସେ ବିଜେପି କର୍ମୀ। ମମତା ବାନାର୍ଜୀ ଚୁପ ହୋଇ ଆଉ କେତେ ଦୁଷ୍କର୍ମ ଦେଖିବେ ? ସ୍ମୃତି ପ୍ରଶ୍ନ କରିଛନ୍ତି, ଯେଉଁ ରାଜ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ ପଥର ମାଡ ହେଉଛି ସେ ରାଜ୍ୟରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ।

ସ୍ମୃତି ଇରାନୀ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ନିଜକୁ ମାନବାଧିକାର କାର୍ଯ୍ୟକର୍ତ୍ତା କହୁଥିବା ଲୋକେ ଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ପାଇଁ ପ୍ରେସ କ୍ଲବ ବାହାରେ କୌଣସି ଶୋଭାଯାତ୍ରା କରୁନାହାନ୍ତି କାହିଁକି। ସୋମବାର ଦିନ କୋଲକାତା ହାଇକୋର୍ଟ ୫ ଜଣିଆ ଖଣ୍ଡପୀଠ ଦ୍ବାରା ଜାରି ଆଦେଶର ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଯେଉଁଥିରେ ମାନାବାଦୀଙ୍କର ଆୟୋଗକୁ ହିଂସା ମାମଲାର ଯାଞ୍ଚ ପାଇଁ ଟିମ ଗଠନ ଓ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.