ଏମିତି ସ୍ଥିତି ଆଉ କେତେ ଦିନ ! ରାସ୍ତା ନାହିଁ, ପହଞ୍ଚିଲାନି ଆମ୍ବୁଲାନ୍ସ...

Published By : Prameya-News7 Bureau | April 03, 2021 IST

ସାନଖେମୁଣ୍ଡି ୦୩।୦୪: ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଟି. ଗୋବିନ୍ଦପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଦ୍ବିତୀୟ ଗୁଣ୍ଡୁରିଗୁଡା ଗାଁକୁ ରାସ୍ତା ନ ଥିବା ରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଯାହା ଫଳରେ ଗର୍ଭବତୀ ମହିଳାଙ୍କୁ ଗାଁର ଯୁବକ ଷ୍ଟ୍ରେଚର ଯୋଗେ ମୁଖ୍ୟ ରାସ୍ତାକୁ ନେଇ ଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

{"id":432775,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ ସେହି ଗାଁର  ପବିତ୍ର ମଣ୍ଡଳଙ୍କ  ସ୍ତ୍ରୀ ମୀରାବତୀ ଗତକାଲି ପ୍ରସବ ବେଦନା ପାଇବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। ଶେଷରେ ଗାଁର ଯୁବକମାନେ ଷ୍ଟ୍ରେଚର ଯୋଗେ ମହିଳାଙ୍କୁ ତପ୍ତପାଣି ଘାଟି ଉପରେ ଥିବା ଗଣି ଛକକୁ ଆଣିଥିଲେ। ସେଠାରୁ ୧୦୨ ଆମ୍ବୁଲାନ୍ସ ଯୋଗେ ଡେଙ୍ଗାଓସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

{"id":432774,"sizeSlug":"large","linkDestination":"none"}

ମହିଳା ମେଡିକାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ସେହି ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବ ନୁହେଁ, ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ  ଏକ ଷ୍ଟ୍ରେଚର୍ ଯୋଗାଇ ଦିଆଯାଇଛି । ଯିଏ ଷ୍ଟ୍ରେଚର୍ ଯୋଗେ ଆଣିବେ ସେମାନଙ୍କୁ  ଏକ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଓ ପ୍ରସବ ପରେ ଯିବା ପାଇଁ ମଧ୍ୟ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ । ତେବେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିବାରେ ଅସୁବିଧା ହେଉଥିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.