Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆମ ଆଖିର କ୍ଷମତା କେତେ ମେଗାପିକ୍ସେଲ୍ସ ? ଆଖିର କ୍ଷମତାକୁ କଣ କ୍ୟାମେରା ଲେନ୍ସ ସହ ତୁଳନା କରାଯାଇ ପାରିବ ?

30/06/2020 at 9:44 PM

ନୂଆଦିଲ୍ଲୀ, ୩୦|୦୬:  ଜଣେ ମଣିଷର ଆଖି କେତେ ମେଗା ପିକ୍ସଲ । ଏହି ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ଆସିଥାଏ । ତେବେ ଏହାକୁ ନେଇ ବୈଜ୍ଞାନିକଙ୍କ ଭିନ୍ନ ଭିନ୍ନ ମତ ରହିଛି । ବୈଜ୍ଞାନିକ ରୋଜର କ୍ଲାର୍କଙ୍କ କହିବାନୁସାରେ, ଆଖି ହେଉଛି ୫୭୬ ମେଗାପିକ୍ସଲ । ଏହା ଆଇଫୋନ୍ ୭ର କ୍ୟାମେରା ଯାହା ୧୨ ମେଗାପିକ୍ସଲଠୁ ଢେର ଅଧିକ । ତେବେ କଣ ପ୍ରକୃତରେ ଆଖି କ୍ୟାମରା ଭଳି ନା ନାହିଁ ତାହା ଏକ ବିତର୍କର ବିଷୟବସ୍ତୁ ।

୫୭୬ ମେଗାପିକ୍ସଲର ଅର୍ଥ ଯେକୌଣସି ବସ୍ତୁକୁ ସ୍ପଷ୍ଟ ଭାବେ ଦେଖିପାରିବା । ଫିଲ୍ଡ୍ ଅଫ୍ ଭ୍ୟୁରେ ଆଖି ସ୍ପଷ୍ଟ ଭାବେ ବହୁ ଦୂର ଯାଏଁ ଭଲ ଦେଖିପାରେ । ଏହାସହ ଆଖି ଡୋଳା ଦୃଶ୍ୟ ଅନୁସାରେ ଠିକ୍ ଭାବେ ବୁଲିଥାଏ । କିନ୍ତୁ ଆଖି ପତା ବନ୍ଦ କରିବା ପରେ ଏହା ୫ରୁ ୧୫ ମେଗା ପିକ୍ସଲକୁ ଖସି ଆସିଥାଏ । ଆଖିରେ ଏପରି କିଛି ଅଛି ଯାହା କ୍ୟାମେରାରେ ନଥାଏ । ଛୋଟ ବସ୍ତୁକୁ ମଧ୍ୟ ଠିକସେ ଦେଖିହୁଏ । ଆଖି ବୁଲାଇବା ଅର୍ଥ କେବଳ ଗୋଟିଏ ବସ୍ତୁ ବିଷୟରେ ଅନେକ ତଥ୍ୟ ଦେଖିବା ନୁହେଁ ବରଂ ଆହୁରି ସ୍ପଷ୍ଟ ଭାବେ ଦେଖିବା ।

ଆଉ କିଛି ବୈଜ୍ଞାନିକଙ୍କ ଅନୁସାରେ, ଆଖିର ରିଜୋଲ୍ୟୁସନ୍ ବାବଦରେ ପଚାରିବା ଏକ ଭୁଲ ପ୍ରଶ୍ନ । କାରଣ ଆଖି କ୍ୟାମେରା ନୁହେଁ ଯେ କୌଣସି ଦୃଶ୍ୟକୁ ସେଭ୍ କରି ରଖିବ । ଏହା ଆମ ପରିବେଶର ବିଭିନ୍ନ ତଥ୍ୟ ସଂଗ୍ରହ କରି ମସ୍ତିଷ୍କକୁ ପଠାଇଥାଏ । ଫଳରେ ଏହା ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳେ । ତେଣୁ ଆଖିକୁ ପିକ୍ସଲରେ ଦେଖିବା ଅନୁଚିତ୍ ।

   Related Posts