ଜାଣନ୍ତୁ ଗୋଟିଏ ଦିନରେ କେତୋଟି ବାଦାମ ଖାଇବା ଉଚିତ୍
17/12/2018 at 1:07 PM

ବାଦାମ ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ ବାଦାମ ଅଧିକ ମାତ୍ରାରେ ଖାଇବା ଶରୀର ପକ୍ଷେ କ୍ଷତିକାରକ। ବାଦାମ ଏକ ଉଷ୍ମଜାତୀୟ ଫଳ। ତେବେ ଆଜି ଆମେ ଜାଣିବା ପ୍ରତିଦିନ କେତୋଟି ଲେଖାଏଁ ବାଦାମ ଖାଇବା ଉଚିତ୍।
ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ ୪/୫ଟିରୁ ବେଶୀ ବାଦାମ ଖାଇବା ଉଚିତ୍ ନୁହେଁ । କିନ୍ତୁ ଯଦି ଏହାକୁ ବତୁରାଇ ଖାଇବା ଏହା ଆମ ପାଇଁ ଅଧିକ ଲାଭଦାୟକ ହେବ। ନିୟମିତ ଭାବରେ ବାଦାମ ଖାଇଲେ ହୃଦରୋଗ,ମସ୍ତିଷ୍କ ବିକାର,ସୁସ୍ଥ ତ୍ବଚା ଏବଂ ବାଳ,ମଧୁମେହ,କାଶ,ଶ୍ବାସରୋଗଏବଂ ଆନିମିଆ ରୋଗ ନିମନ୍ତେ ଲାଭଦାୟକ ହୋଇଥାଏ। କିନ୍ତୁ ଅତ୍ୟଧିକ ବାଦାମ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ,ତ୍ବଚା ସମସ୍ୟା,ଅତ୍ୟଧିକ ଝାଳ ବାହାରିବା ସମସ୍ୟା ଦେଖାଯାଇଥାଏ।
ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ବାଦାମ ଖାଉଥିବା ସାମାନ୍ୟ ଏବଂ ଅଧିକ ଓଜନ ଥିବା ଲୋକଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରହିଥାଏ। ବାଦାମରେ ମନୋସେଚ୍ୟୁରେଟେଡ ଫ୍ୟାଟ୍,ଫାଇବର ଏବଂ ପ୍ରୋଟିନ୍ ଅଧିକ ପରିମାଣରେ ରହିଥିବାରୁ ଏପରି ହୋଇଥାଏ।
କେବଳ ଏତିକି ନୁହେଁ ବାଦାମ ଖାଇବା ଦ୍ବାରା ଲିଭର କ୍ୟାନସରର ଆଶଙ୍କା କମିଥାଏ କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଇ ଥାଏ। ବାଦାମରେ ଥିବା ଭିଟାମିନ ଇ ବୟସାଧିକ୍ୟ ଯୋଗୁଁ ହୃଦରୋଗ ଏବଂ ଚକ୍ଷୁ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା କୋଲେଷ୍ଟ୍ରୋଲର ସ୍ତର ମଧ୍ୟ କମିଥାଏ।