ଏମିତି ବି ଆସେ ମୃତ୍ୟୁ : ଚାଲୁ ଚାଲୁ ଟଳିପଡିଲେ, ଚାଲିଗଲା ଜୀବନ, ସିସିଟିଭିରେ ଭିଜୁଆଲ ରେକର୍ଡ

Published By : Prameya-News7 Bureau | July 18, 2021 IST

ଭୁବନେଶ୍ୱର ୧୮/୭ : ମୃତ୍ୟୁ କେମିତି କେତେବେଳେ ଆସିବ ତାହା କହିବା ମୁସ୍କିଲ୍‌ । କେତେବେଳେ କାହାର ମୃତ୍ୟୁ ହେବ କେହି ଜାଣନ୍ତି ନାହିଁ । ଗତ ବୁଧବାର ଦିନ ଏମିତି ହୃଦୟ ବିଦାରକ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଭୁବନେଶ୍ୱର ବାଳକାଟି ହନୁମନ୍ତପାଟଣା ଗ୍ରାମର ବାସୁଦେବ ବାରିକ ବାଳକାଟି ବଜାରରେ ଥିବା ନିଜ ସାର ଦୋକାନ ପାଇଁ କିଛି ସାର ଏବଂ କୀଟନାଶକ କିଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ । କୋକାନରୁ ସାମଗ୍ରୀ କିଣିବା ପରେ ନିଜ ସ୍କୁଟରରେ ରଖିଥିଲେ ।

wp:html /wp:html

ମାତ୍ର କିଛି ସେକେଣ୍ଡ ବ୍ୟବଧାନରେ ବାସୁଦେବ ଚାଲୁଥିବା ଅବସ୍ଥାରେ ସେହିଠାରେ ହିଁ ଟଳି ପଡ଼ିଥିଲେ । ଉପସ୍ଥିତ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାସୁଦେବ କେତେ ସେକେଣ୍ଡ ବ୍ୟବଧାନରେ ମୃତ୍ୟୁମୁଖରେ ପଡ଼ିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାର ସମସ୍ତ ଭିଜୁଆଲ୍ ସିସିଟିଭିରେ ରେକର୍ଡ଼ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.