ହାତରେ କେତେ ସମୟ ଯାଏଁ ରହେ ସାନିଟାଇଜରର ପ୍ରଭାବ ଜାଣନ୍ତୁ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : କରୋନା ଯୋଗୁଁ ବିଶ୍ୱର ଅନେକ ଦେଶ ଲକ ଡାଉନ ରହିଛି | ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଗାଇଡଲାଇନ ଜାରି କରିଛନ୍ତି | ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ ନ ମାରିବା, ସାମାଜିକ ଦୂରତା ପାଳନ କରିବା ଆଦି ନିୟମ ମାନିବାକୁ ଜନତାଙ୍କୁ ପରାମର୍ଶ ଦିଆଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠିଛି ଥରେ ସାନିଟାଇଜର ଲଗାଇବା ପରେ ତାର ପ୍ରଭାବ ହାତରେ କେତେ ସମୟ ରହିଥାଏ |

ହ୍ୟାଣ୍ଡ ସାନିଟାଇଜର ଅଧିକ ସମୟ ଯାଏଁ କାମ କରେନାହିଁ | ସେଥିପାଇଁ ନିୟମିତ ସମୟ ବ୍ୟବଧାନରେ ଲୋକଙ୍କୁ ହ୍ୟାଣ୍ଡୱାସରେ ହାତ ଧୋଇବା ଆବଶ୍ୟକ | ତେବେ ଆଲକହଲ ଯୁକ୍ତ ସ୍ନିତିଜାର ଅଧିକ ଉପଯୁକ୍ତ | କିନ୍ତୁ ଏହା ମଧ୍ୟ ଅଧିକ ସମୟ ଯାଏଁ ଆପଣଙ୍କୁ ସୁରକ୍ଷିତ ରଖିନଥାଏ | ଏହାର ମୁଖ୍ୟ କାରଣ ହେଲା ଆପଣଙ୍କ ଆକ୍ଟିଭିଟି ବା କାର୍ଯ୍ୟକଳାପ | ମଣିଷ ସବୁବେକେ କିଛି ନା କିଛି କାମ କରୁଥାଏ | କାମ କରିବା ସମୟରେ ଆମେ ଅନେକ ଜିନିଷକୁ ଛୁଇଁଥାଏ | ଯାହାଫଳରେ ସାନିଟାଇଜରର ପ୍ରଭାବ କମିଯାଇଥାଏ | ସଂକ୍ରମଣକୁ ଏଡ଼ାଇବା ପାଇଁ ସଫା ପାଣିରେ ହାତ ଧୋଇବା ଆବଶ୍ୟକ |

{"id":268197,"sizeSlug":"large"}

- ହାତ ଧୋଇବା ପରେ ସଂକ୍ରମଣ ଆଶଙ୍କା କମିଯାଇଥାଏ | କିନ୍ତୁ କିଛି ବସ୍ତୁକୁ ଛୁଇଁବା ପରେ ସଂକ୍ରମଣ ଆଶଙ୍କା ରହିଥାଏ | ବିଶେଷକରି ଯେଉଁଠାରେ ଅଧିକ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ |

- ଖାଇବା ପୂର୍ବରୁ ଏବଂ ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ନିଶ୍ଚୟ ଧୋଇବା ଦରକାର |

- ହ୍ୟାଣ୍ଡୱାସରେ ମଧ୍ୟ ଭଲ ଭାବେ ହାତ ଧୋଇବା ଆବଶ୍ୟକ | ହାତ ଧୋଇବା ପରେ ସଫା ଗାମୁଛାରେ ପୋଛିବା ଆବଶ୍ୟକ | ସିଡିସି ପରାମର୍ଶ ଅନୁସାରେ, ଅସନା ହାତରେ ସାନିଟାଇଜର ଲଗାଇବାରେ କିଛି ଲାଭ ନାହିଁ | ସେଥିପାଇଁ ହାତକୁ ସଫା କରିବା ପରେ ସାନିଟାଇଜ କରନ୍ତୁ |  

- ସାନିଟାଇଜରର ପ୍ରଭାବ ମାତ୍ର କିଛି ମିନିଟ ପାଇଁ ରହେ | ଅଧିକ ମାତ୍ରାରେ କିମ୍ବା ବାରମ୍ବାର ସାନିଟାଇଜର ବ୍ୟବହାର କଲେ ତାହା ହାତର ଚର୍ମକୁ ଶୁଷ୍କ କରିଦେଇଥାଏ | ସେଥିପାଇଁ ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଭଲ ଭାବେ ଧୋଇବା ଦରକାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.