ଲକଡାଉନ : କ’ଣ ଲକଡାଉନ ଏବଂ କିଭଳି ପରିସ୍ଥିତିରେ କେଉଁଠି ହୋଇଥିଲା ଲକଡାଉନ ?

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩/୦୩ : କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଏହି ଭୟଙ୍କର ପରିସ୍ଥିତିକୁ ଦେଖି ଦେଶର ୭୫ଟି ଜିଲ୍ଲାକୁ ଲକ ଡାଉନ କରାଯାଇଛି | ଲୋକ ନିଜ ନିଜ କଏଦ ହୋଇ ରହିଛନ୍ତି | କେବଳ ଭାରତ ନୁହଁ ବିଶ୍ୱର ଅନେକ ଦେଶ, ଚୀନ, ଇଟାଲୀ, ଜର୍ମାନୀ, ସ୍ପେନ, ଲଣ୍ଡନ, ଆମେରିକା ଭଳି ଅନେକ ଦେଶ ଲକଡାଉନ ହୋଇଛି | କଣ ଏହି ଲକଡାଉନ ? କଣ ଏହାର ନିୟମ ? କେବେ କେବେ ଓ କେଉଁଠାରେ ଲକଡାଉନ ହୋଇଥିଲା ଆସନ୍ତୁ ଜାଣିବା :

କରୋନା ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ପାରିନାହିଁ | ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ଗୋଟିଏ ହିଁ ରାସ୍ତା ଅଛି | ତାହା ହେଲା ଲକଡାଉନ ଓ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା | ଦେଶରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏହିଭଳି ପରିସ୍ଥିତିରେ ସାର୍ବଜନିକ ସ୍ଥାନରୁ ନିଜକୁ ଦୁରେଇ ରଖିବା, ସଫା ରହିବା, ବାହାରକୁ ନ ବାହାରିବା ଆବଶ୍ୟକ | ଦେଶର ଅନେକ ରାଜ୍ୟରେ ସ୍କୁଲ, କଲେଜ, ସପିଙ୍ଗ ମଲ, ସିନେମା ହଲ, ହୋଟେଲ, ରେସ୍ତୋରାଁ, ଜିମ, କ୍ଲବ ଆଦି ବନ୍ଦ କରିଦିଆଯାଇଛି | ରବିବାର ଦିନ ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ରହିବ |  

ଲକଡାଉନ କଣ ? ଲକଡାଉନ ଏକ ଜରୁରୀକାଳୀନ ବ୍ୟବସ୍ଥା ଯାହା କୌଣସି ସଂକ୍ରମଣ କିମ୍ବା ବିପଦ ସମୟରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥାଏ | ଲକଡାଉନ ପରିସ୍ଥିତିରେ ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଥାଏ | ବାହାରକୁ ବାହାରିବାକୁ ଅଣୂତ୍ରଟି ଦିଆଯାଇନଥାଏ | କେବଳ ଜରୁରୀ ଜିନିଷ ଯେପରିକି ଔଷଧ, ପାରିବ, ଦଳି ଚାଉଳ ଆଦି କିଣିବା ପାଇଁ ବାହାରକୁ ଆସିବାକୁ ଅନୁମତି ଦିଆଯାଇଥାଏ | ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମଧ୍ୟ ଅନୁମତି ଦିଆଯାଇଥାଏ | 

ଲୋକଙ୍କ ସେବା ପାଇଁ ବ୍ୟାଙ୍କ ଖୋଲା ରହେ |

ବର୍ତ୍ତମାନ ଭୟାବହ କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ସହରରେ ଲକଡାଉନ ଘୋଷଣା କରାଯାଇଛି | କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଲୋକେ ଏତେ ଭୟଭୀତ ଅଛନ୍ତି ଯେ ସରକାରଙ୍କ ବଦଳରେ ଲୋକେ ନିଜେ ନିଜକୁ ଲକଡାଉନ କରିଦେଇଛନ୍ତି | ସଂକ୍ରମଣ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି | ଇଟାଲୀରେ ମଧ୍ୟ ଲୋକେ ନିଜକୁ ନିଜ ନିଜ ଘରେ ଲକଡାଉନ କରିଦେଇଛନ୍ତି |

କରୋନା ସଂକ୍ରମଣ ଯୋଗୁଁ ଚୀନ, ଆମେରିକା, ଡେ଼ନ୍ମାର୍କ, ଲଣ୍ଡନ, ଭାରତ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ, ପୋଲାଣ୍ଡ, ସ୍ପେନ ଆଦି ଦେଶରେ ଲକଡାଉନ ପରିସ୍ଥିତି ରହିଛି | ଚୀନର ବୁହାନରୁ କରୋନା ସଂକ୍ରମଣ ସାରା ବିଶ୍ୱକୁ ବ୍ୟାପିଛି | ସେଥିପାଇଁ ସବୁଠାରୁ ପ୍ରଥମେ ସେଠାରେ ଲକଡାଉନ ଲାଗୁ କରାଯାଇଥିଲା | ସେଠାରେ ଲୋକେ ଗୃହବନ୍ଦୀ ଭଳି ରହିଛନ୍ତି |

ଚୀନ ପରେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଇଟାଲୀରେ | ଇଟାଲୀରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରଟିଲାଣି ଓ ହଜାର ହଜାର ଲୋକ ସଂକ୍ରମିତ ହୋଇଛନ୍ତି | ପ୍ରଧାନମନ୍ତ୍ରୀ ପୁରା ଦେଶରେ ଲକଡାଉନ ବ୍ୟବସ୍ଥା ଲାଗୁ କରିଛନ୍ତି | ଇଟାଲୀ ପରେ ଫ୍ରାନ୍ସ ଓ ସ୍ପେନ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଲାଗୁ କରିଛନ୍ତି |

ଆମେରିକାରେ ୯/୧୧ ଆତଙ୍କୀ ହମଲା ପରେ ପୁରା ଦେଶକୁ ଲକଡାଉନ କରାଯାଇଥିଲା | ତତ୍କାଳୀନ ଆମେରିକା ସରକାର ସେତେବେଳେ ୩ ଦିନ ଲକଡାଉନ ଘୋଷଣା କରିଥିଲେ | ୨୦୦୫ ମସିହା ଡିସେମ୍ବର ମାସରେ ନ୍ୟୁ ସାଉଥ ୱେଲ୍ସ ପୋଲିସ ଦଙ୍ଗା ରୋକିବା ପାଇଁ ଲକଡାଉନ ଜାରି କରିଥିଲେ |  

୨୦୧୩ ମସିହା ଏପ୍ରିଲ ୧୯ ତାରିଖରେ ବୋଷ୍ଟନ ସହରରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଲକଡାଉନ କରାଯାଇଥିଲା | ୨୦୧୫ ମସିହା ନଭେମ୍ବର ମାସରେ ପ୍ୟାରିସ ହମଲା ପରେ ସନ୍ଦିଗ୍ଧଙ୍କୁ କାବୁ କରିବା ପାଇଁ ଲକଡାଉନ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.