କାହା ନାଁରେ ରେଜିଷ୍ଟ୍ରାର ଅଛି ସିମ୍ କାର୍ଡ଼ : ଅତ୍ୟନ୍ତ ସହଜରେ ଜାଣନ୍ତୁ ଏହା ଜାଣିବାର ଉପାୟ

Published By : Prameya-News7 Bureau | June 22, 2019 IST

ନୂଆଦିଲ୍ଲୀ ୨୨/୬: ଅଧିକାଂଶ ଥର ଏପରି ହୋଇଥାଏ ଯେ ଫେକ୍ କଲ୍ କିମ୍ବା ଫ୍ରଡ୍ ହେବା ସ୍ଥିତିରେ ଆପଣଙ୍କୁ ଅନେକ ଥର ଜଣା ପଡ଼ିନଥାଏ ଯେ ଏହି କଲ୍ କେଉଁଠୁ କରାଯାଇଛି ଏବଂ କିଏ କରିଛି। କିନ୍ତୁ,ଏପରି ଏକ ଉପାୟ ରହିଛି,ଯାହା ଦ୍ବାରା ଜଣା ପଡ଼ିପାରିବ ଯେ ସିମ୍ କାର୍ଡ଼ କାହା ନାଁରେ ରେଜିଷ୍ଟାର ରହିଛି।

ପ୍ରକୃତରେ ଆପଣ ଏଥିରେ ନିଜ ସିମ୍ ସହ ଅନ୍ୟର ସିମ୍ ବିଷୟରେ ମଧ୍ୟ ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ ଏକ ଆପ୍ ଡାଉନଲୋଡ କରିବାକୁ ପଡ଼ିବ। ବାସ୍ତବରେ ଆପଣଙ୍କ ପାଖରେ ଯେଉଁ ଟେଲିକମ୍ କମ୍ପାନୀର ନମ୍ବର ରହିଛି,ସେହି ଆପ୍ ଆପଣଙ୍କୁ ଡାଉନଲୋଡ କରିବାକୁ ପଡ଼ିବ।

ଆଇଡିଆ-ଭୋଡ଼ାଫୋନ୍,ଏୟାରଟେଲ୍ ସମେତ ସମସ୍ତ କମ୍ପାନୀର ଏପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଏଗୁଡ଼ିକ ଫ୍ରିରେ ଡାଉନଲୋଡ କରାଯାଇପାରିବ।

ଅନେକ ଥର ଆମେ ନିଜେ ଜାଣିନଥାଉ ଯେ ସିମ୍ କାହା ନାଁରେ ରେଜିଷ୍ଟାର ରହିଛି। ଆମେ କାହା ନାଁରେ ସିମ୍ ନେଇଛୁ। ଏହା ଆମ ନାଁରେ ଅଛି ନା ନାହିଁ ଏହା ମଧ୍ୟ ଆମେ ଜାଣି ପାରିବା। ଆପଣଙ୍କୁ ନିମ୍ନଲିଖିତ ଷ୍ଟେପସ୍ ଫଲୋ କରିବାକୁ ପଡ଼ିବ।

ପ୍ରଥମ ଷ୍ଟେପ୍ : ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ପ୍ଲେଷ୍ଟୋରକୁ ଯାଇ ମାଇ ଆଇଡିଆ ଆପ୍ ଡାଉନଲୋଡ କରିବାକୁ ପଡ଼ିବ। ଆପ୍ ଡାଉନଲୋଡ କରିବା ପରେ କିଛି ଅନୁମତି ଦରକାର ପଡ଼ିବ। ଏଗୁଡ଼ିକ ଆଲାଉ କରି ଦିଅନ୍ତୁ।

ଦ୍ବିତୀୟ ଷ୍ଟେପ୍ : ଏଠାରେ ଆପଣଙ୍କୁ ଦିଆଯାଇଥିବା କଲମ୍ନରେ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ। ପ୍ରକୃତରେ ଏହି ନମ୍ବରରେ ଏକ ଓଟିପି ପଠାଯିବ। ସେହି ଓଟିପିକୁ ଆପରେ ଦେଇ ରେଜିଷ୍ଟାର ହେବାର ପ୍ରକ୍ରିୟାକୁ ପୂରା କରନ୍ତୁ।

ତୃତୀୟ ଷ୍ଟେପ୍ : ଏବେ ଆପଣଙ୍କ ଆକାଉଣ୍ଟ ଓପନ ହୋଇଯିବ। ଏହାପରେ ନିଜ ଆପରେ ସବୁଠୁ ଉପରେ ଗୋଟିଏ ନାଁ ଦେଖାଯିବ,ଯାହା ସେହି ସିମର ଅସଲି ମାଲିକଙ୍କ ହୋଇଥିବ।

ଯଦି ଆପରେ ଆପଣଙ୍କ ବଦଳରେ ଆଉ ଜଣଙ୍କର ନାଁ ଥିବ ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜର ମୋବାଇଲ୍ ସେବା ପ୍ରଦାତାଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣ ସେହି କମ୍ପାନୀର ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍ କରନ୍ତୁ ଏବଂ ସୂଚନା ନିଅନ୍ତୁ ଯେ ଏପରି ପରିସ୍ଥିତିରେ କ’ଣ କରିବା ଉଚିତ୍। ଏହା ପରେ କୁହାଯାଇଥିବା ନିର୍ଦେଶର ପାଳନ କରନ୍ତୁ ଏବଂ ନିଜର ମୋବାଇଲ୍ ନମ୍ବରକୁ ନିଜର ଆଧାର ସହ ରେଜିଷ୍ଟାର କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.