କାଠ ଯୋଡ଼ି ନଦୀରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଦେବବ୍ରତଙ୍କ ପରିବାର ଏବେ କେମିତି ଅଛନ୍ତି?
8/03/2020 at 6:53 PM

କଟକ୮/୩: କିଛି ମାସ ତଳେ କାଠ ଯୋଡ଼ି ନଦୀରୁ ଡ଼େଇଁ ଆତ୍ମହତ୍ୟା କରିଥିବା ଦେବବ୍ରତ ଘଟଣା ଓଡ଼ିଶା ଗଣମାଧ୍ୟମରେ ହେଡ୍ ଲାଇନ୍ସ ପାଲଟିଥିଲା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଦେବବ୍ରତ କାଠ ଯୋଡ଼ି ନଦୀ ଉପରୁ ତଳକୁ ଡ଼େଇଁ ପଡ଼ିଥିଲେ। ଏହି ଖବର ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଦେବବ୍ରତ କାଠ ଯୋଡ଼ି ନଦୀରୁ ଡ଼େଇଁବାର କିଛି ଦିନ ପରେ ତାଙ୍କ ମୃତ ଦେହ ଠାବ ହୋଇଥିଲା। ଆଜି କିନ୍ତୁ ଦେବବ୍ରତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କିପରି ଦିନ କାଟୁଛନ୍ତି, ସେହି ସଂପର୍କରେ ଆଲୋଚନା କରିବା।

ଦେବବ୍ରତଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜଣେ ଶିକ୍ଷୟତ୍ରୀ। ସେ ବାରିପଦାର ବାଣକାଟୀ ବାଳିକା ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାନ୍ତି। ବର୍ତ୍ତମାନ ଶୁଭଲକ୍ଷ୍ମୀ ତାଙ୍କ ଚାରି ବର୍ଷର ପୁଅକୁ ସାଙ୍ଗ ଧରି ବାରିପଦାରେ ରହୁଛନ୍ତି। ସେଠାରେ ଏକ ଘରଭଡ଼ା ନେଇ ନିଜ ପିଲାଙ୍କ ସହ ରହୁଥିବା ଖବର ମିଳିଛି। ଅନ୍ୟ ପଟେ ଦେବବ୍ରତଙ୍କ ମାଆ ମଧ୍ୟ ଜଣେ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ଚାକିରିରୁ ଅବସର ନେବା ପରେ ପେନ୍ସନ ମଧ୍ୟ ପାଉଛନ୍ତି। ଦେବବ୍ରତଙ୍କ ମାଆ ଓ ବାପା ଗାଁରେ ରହୁଥିବା ଖବର ହସ୍ତଗତ ହୋଇଛି।

ଦେବବ୍ରତ ନିଜର ଗାଡକଣା ସ୍ଥିତ ଘରୁ ବାଇକ୍ ଯୋଗେ ଆସି କାଠଯୋଡି ସୁବାଷ ବୋଷ ସେତୁ ଉପରେ ଗାଡି ରଖି ଡେଇଁ ପଡିଥିଲେ । ତେବେ ଦେବବ୍ରତ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ଦେବବ୍ରତଙ୍କ ବାପା କହିଥିଲେ। ଦେବବ୍ରତଙ୍କ ନିଜଘର ମୟୁରଭଞ୍ଜ ହୋଇଥିବା ବେଳେ ସେ ଗାଡକଣରେ ଘରକରି ପରିବାର ସହ ରହୁଥିଲେ ।