Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରର ମୁଖ୍ୟ ଦ୍ବାରରେ ଲଗାନ୍ତୁ ୫ଟି ଜନିଷ, ହେବ ଲାଭ ହିଁ ଲାଭ

18/05/2019 at 6:32 PM

ଶାସ୍ତ୍ରାନୁସାରେ ଘରର ସାମଗ୍ରୀକୁ ଠିକ୍ ସ୍ଥାନରେ ରଖିଲେ ଏହାର ପ୍ରଭାବ ଘରେ ରହୁଥିବା ଲୋକଙ୍କ ଉପରେ ପଡିଥାଏ। କେବେ କେବେ ଘରେ ଭୁଲ ଦିଗରେ ପୂଜାଘର ରହିବା ଯୋଗୁ ଲକ୍ଷ୍ମୀ ଘରକୁ ଆସି ମଧ୍ୟ ଚାଲିଯାଇଥାନ୍ତି। ଘରେ ଝାଡୁ ଏଣେତେଣେ ପଡିଲେ ପରିବାରରେ ଅଶାନ୍ତି କଳହ ଲାଗି ରହେ। ଏମିତି ଅନେକ ଜିନିଷ ଅଛି ଯାହା ଘରର ଠିକ ସ୍ଥାନରେ ନ ରହିଲେ ଘରେ ରହୁଥିବା ଲୋକେ ସର୍ବଦା ଅଶାନ୍ତି ଓ ଅସୁଖରେ ରହନ୍ତି। ତେବେ ଘରେ ପାରିବାରିକ ଅଶାନ୍ତିର ଆଉ ଏକ କାରଣ ହେଉଛି ଘରର ମୁଖ୍ୟ ଦ୍ବାର। ଘରର ମୁଖ୍ୟଦ୍ବାରରେ ଶୁଭ ସନ୍ତକ ଲଗାଇଲେ ଘରେ ସବୁଦିନ ପାଇଁ ଶାନ୍ତି ବିରାଜମାନ କରିଥାଏ।

ମୁଖ୍ୟ ଦ୍ବାର ଉପେ ଯଦି ଚାଇନିଜ ମୁଦ୍ରା ଟଙ୍ଗାଯାଏ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଘରେ ନେଗେଟିଭିଟି ରହେନି। ଆଉ ଘର ଖୁସିରେ ଭରି ରହିଥାଏ। ଘର ଭିତରେ କୌଣସି ନା କୌଣସି ଫୁଲ ଗଛଟିଏ ରହିଲେ ଭଲ। ଘରେ ନେଗେଟିଭିଟି ସୃଷ୍ଟି ହୁଏନା। ଫୁଲର ସୁଗନ୍ଧରେ ଘରକୁ ଖରାପ ଶକ୍ତିମାନଙ୍କର ପ୍ରବେଶ ହୋଇପାରିନଥାଏ। ସେହିପରି ମୁଖ୍ୟଦ୍ବାରରେ ପତ୍ରର ତୋରଣ ଲଗାଇଲେ ଅତି ଶୁଭ ବୋଲି ବିଚାର କରାଯାଏ। ଏହା ଦ୍ବାରା ଘର ଉପରେ ଖରାଜ ଦୃଷ୍ଟି ପଡିନଥାଏ।

ଘରର ମୁଖ୍ୟଦ୍ବାରରେ ଘୋଡାନାଲ ଲଗାଯିବା ବି ଶୁଭ ହୋଇଥାଏ। ଏହାଛଡା ମୁଖ୍ୟ ଦ୍ବାରରେ ଶୁଭ ଓ ଲାଭ, ସ୍ବସ୍ତିକ ଚିହ୍ନ ଆଦି କରାଗଲେ ଶୁଭ ହୋଇଥାଏ। ଘରେ ଯଦି ମୟୁର ପୁଛ ଥାଏ ଗୃହସ୍ବାମୀ ଅନେକ ନେଗେଟିଭିଟିରୁ ରକ୍ଷାପାଇଯାଇଥାନ୍ତି।

   Related Posts