କେମିତି ଆମେରିକାକୁ ମୁକାବିଲା କରିବ ଇରାନ୍ ? ବାଲିଷ୍ଟିକ କ୍ଷେପଣାସ୍ତ୍ର, ଭୟାନକ ଡ୍ରୋନ୍ ଏବଂ ଜରୁରୀ ସେନା ହିଁ ତେହେରାନର ରଣନୀତି

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮/୦୧- ଇରାକ ସ୍ଥିତ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନ୍‌ର ଏକାଧିକ କ୍ଷେପଣାସ୍ତ୍ର ମାଡ ଏକ ଦୀର୍ଘ ପ୍ରସ୍ତୁତିର  ପ୍ରମାଣ ଦିଏ ।  ସୁପରପାୱାର ଆମେରିକାକୁ ଶତ୍ରୁ ଭାବେ ଗଣୁଥିବା ଇରାନ୍ ବିରାଟ ଏବଂ  ବେଶ ଆଧୁନୀକ ଅସ୍ତ୍ରରେ ସଜ୍ଜିତ ପ୍ରତିପକ୍ଷକୁ କେମିତି ମୁକାବିଲା କରିବ ? ତେବେ ଇରାକ୍ ଉପରେ କ୍ଷେପଣାସ୍ତ୍ର ମାଡରୁ ତେହେରାନର ପ୍ରସ୍ତୁତି ଅନୁମାନ କରିହେଉଛି ।

{"id":208760,"sizeSlug":"large"}

 ଉପସାଗରୀୟ ବୃହତ ଶକ୍ତି ଇରାନ ପାଖରେ ଅଛନ୍ତି ୫ ଲକ୍ଷରୁ ବେଶି ସକ୍ରିୟ ସେନା । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୫ ହଜାର ହେଉଛନ୍ତି  ରିଭଲ୍ୟୁସନାରୀ ଗାର୍ଡ । ଯେଉଁମାନେ କି ଦକ୍ଷ ଏବଂ ବେଶ୍ ଶକ୍ତିଶାଳୀ । ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଷ୍ଟାର୍ଟେଜିକ ଷ୍ଟଡିଜ୍ ପକ୍ଷରୁ ଗତ ବର୍ଷ ପ୍ରସ୍ତୁତ ରିପୋର୍ଟରୁ ଇରାନର ଏହି ଶକ୍ତି ଜଣାପଡେ । କିନ୍ତୁ ଆନ୍ତର୍ଜାତୀୟ କଟକଣା ଯୋଗୁଁ ଇରାନକୁ ଅତ୍ୟାଧୁନୀକ  ଏବଂ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଏବଂ ସାମରିକ ଉପକରଣ କିଣିବା କିମ୍ବା ବିକଶିତ  କରିବାରେ ସମସ୍ୟା ହୋଇଛି ।

{"id":208759,"sizeSlug":"large"}

 ତେବେ ସେନାର ଶକ୍ତି ବୃଦ୍ଧିରେ ଥିବା ଅସମାନତା ଦୂର କରିବା ସହ ସନ୍ତୁଳନ ରକ୍ଷା ଲାଗି ଇରାନ  ବାଲିଷ୍ଟିକ କ୍ଷେପଣାସ୍ତ୍ର ବିକଶିତ କରିଛି। ତା ସହ ଭୟାନକ ଡ୍ରୋନ ଏବଂ ଏକ ବିରାଟ ଜରୁରୀ ସେନା ବି ଗଠନ କରିଛି ଇରାନ । ଏହା ସହ ପଡୋଶୀ ଇରାକ, ସିରିୟା, ଲେବାନନ ଏବଂ ୟେମେନ୍ରେ ସହଯୋଗୀ ତଥା ସମର୍ଥକ ତିଆରି କରିଛି । ଶତ୍ରୁର ମୁକାବିଲା ଲାଗି ପାରମ୍ପରିକ ଯୁଦ୍ଧ କ୍ଷେତ୍ର ବଦଳରେ ଅନ୍ୟ ପ୍ରକାର ଆକ୍ରମଣ ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଇରାନର ସେନା  ପୁରୁଣା ଏବଂ ବୟସ୍କ ହୋଇଥିବା ବେଳେ ଅନ୍ୟ ଅଣପାରମ୍ପରିକ ଅସ୍ତ୍ର ଶସ୍ତ୍ର  ସମୃଦ୍ଧ କରିଛି  ଇସଲାମିକ ରିପବ୍ଲିକ୍ ।

{"id":208761,"sizeSlug":"large"}

 ଇରାନର  ବିଭିନ୍ନ ବର୍ଗର କ୍ଷେପଣାସ୍ତ୍ର ୭୫୦ କିଲୋମିଟରରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରଖିଛି । ଏପରିକି ଇରାନ କ୍ଷେପଣାସ୍ତ୍ର ରେଞ୍ଜରେ ଇସ୍ରାଏଲ ସହ ଦକ୍ଷିଣ ୟୁରୋପର ଅନେକ ଅଞ୍ଚଳ ରହିଛି । ବିଭିନ୍ନ ସହଯୋଗୀ ଏବଂ ଉତ୍ତରକୋରିଆ ଢାଞ୍ଚାରେ ଏସବୁ ବାଲିଷ୍ଟିକ  କ୍ଷେପଣାସ୍ତ୍ରର ବିକାଶ କରିଛି ଇରାନ୍ । ସମୁଦ୍ରପଥରେ ଆମେରିକାକୁ ମୁକାବିଲା କରିବାକୁ ରିଭଲ୍ୟୁସନାରୀ ଗାର୍ଡ  ବାଲାଷ୍ଟିକ୍ ମିସାଇଲ ଯୁକ୍ତ ବୋଟ ,ବୁଡାଜାହାଜ ସହ ଅନ୍ୟ କିଛି ଅସ୍ତ୍ର ବି ରଖିଛି । ପାରସ୍ୟ ଉପସାଗରରେ ଛୋଟ ଯୁଦ୍ଧ ଜାହାଜ ଅଧିକ ଶକ୍ତିଶାଳୀ ହୋଇଥିବାରୁ  ସେଥିରେ ଯୁଏଭି  ମୁତୟନ କରି ଶତ୍ରୁ ପକ୍ଷ ସଂପର୍କରେ ତଥ୍ୟ ସଂଗ୍ରହକୁ ଇରାନ ଗୁରୁତ୍ବ ଦେଇପାରେ । ତେବେ ଭୟାନକ ଡ୍ରୋନ୍ ଇରାନର ଆଉ ଏକ ପ୍ରମୂଖ ଅସ୍ତ୍ର । ଏହା ସହ  ଲେବାନନର ହିଜବୁଲ ଏବଂ ଇରାକ୍‌ର ଅନେକ ଆତଙ୍କୀ ତଥା ବିଦ୍ରୋହୀ ସଂଗଠନ ଇରାନ୍‌ର ସହଯୋଗରେ ଅଛନ୍ତି । ତା ସହ ଇରାକ ସରକାର ଏବଂ ଅନ୍ୟ ପଡେଶୀ ରାଷ୍ଟ୍ର ବିଦ୍ରୋହୀ ଙ୍କ ସହ ଇରାନର ସଂପର୍କ ଭଲ । ଆମେରିକାର ଆକ୍ରମଣରେ ସେମାନେ ଇରାନକୁ ସହଯୋଗ କରିପାରିନ୍ତି ।

{"id":208762,"sizeSlug":"large"}

 ଏହା ବ୍ୟତୀତ ଆଉ ଏକ ବଡ କଥା ହେଲା  ଇରାନ୍‌ର ମିତ୍ର ରାଷ୍ଟ୍ର ଋଷ ଏବଂ ଚୀନ୍  ଏବେ ସୁଦ୍ଧା ପ୍ରତିକ୍ରିୟା ରଖିନାହାନ୍ତି । ଫ୍ରାନ୍ସ ଓ ବ୍ରିଟେନ ଆଦି ରାଷ୍ଟ୍ର ସଂଜମତା କଥା କହୁଛନ୍ତି । ତେଣୁ ଇରାନ୍ ହୁଏତ କିଛି ସମର୍ଥନ ଯୋଗାଡ କରିପାରେ ।

{"id":208763,"sizeSlug":"large"}

 ତେବେ ମଧ୍ୟପ୍ରାଚ୍ୟରେ  ଶକ୍ତି ଜାହିର କରୁଥିବା  ଆମେରିକା ଏ ମଧ୍ୟରେ ଇରାନକୁ ଘେରି ରହିଥିବା ତାର ସାମରିକ ଘାଟୀ ଗୁଡିକୁ ଅଧିକ ସକ୍ରିୟ କରିଥିବା ମନେ କରାଯାଉଛି । କାରଣ ଇରାନର ନିକଟବର୍ତ୍ତୀ ଅଞ୍ଛଳରେ ଆମେରାକିର  ୧୦୦ ସେନା ଘାଟି ରହିଛି ।କୁଏତ, ସାଉଦି ଆରବ, ୟୁନାଇଟେଡ ଆରବ ଏମିରେଟ୍ସ,କାତାର ଓ ବାହାରିନ୍ରେ ଆମେରିକାର ବିରାଟ ସାମରିକ ଭିତ୍ତିଭୂମି ରହିଛି । ଯୁଦ୍ଧ ଜାହାଜ ସହ ସଂଖ୍ୟାଧିକ ବିମାନ ଏବଂ ସେନା ଅଛନ୍ତି । ତାହା ବ୍ୟତୀତ ନାଟୋ ସହଯୋଗୀଙ୍କ ଆଡୁ ମଧ୍ୟ ଆମେରିକାକୁ ସହଯୋଗ ମିଳିବ । ତେବେ ବି କେହି କାହାକୁ ସହଜରେ ଛାଡିବା ଭଳି ଲାଗୁନି । କିନ୍ତୁ ଏହା ସତ ଯେ, ଯୁଦ୍ଧ ହେଲେ  ପରିଣତି କାହାରି ପାଇଁ କିମ୍ବା ସାରାବିଶ୍ୱ ପାଇଁ ଭଲ ହେବନି ଖରାପ ହିଁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.