ନାଗରୋଟ ଅପରେସନ : କଣ ଥିଲା ଆତଙ୍କବାଦୀ ମାସୁଦ ଆଝାର ଭାଇର ଷଡଯନ୍ତ୍ର? କିଭଳି ମୁକାବିଲା କରିଥିଲା ଭାରତୀୟ ସେନା?

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ଜାମ୍ମୁ-କାଶ୍ମୀରର ନାଗରୋଟ​‌ରେ ମଙ୍ଗଳବାର ଭାରତୀୟ ସେନା ଦ୍ବାରା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କର ରହିଛି ଆଇଏସଆଇ ଲିଙ୍କ୍ । ​‌ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରରୋଚନାରେ ପୁଲଓ୍ବାମା ଭଳି ଆଉ ଏକ ଆତଙ୍କୀ ହାମଲା କରିବା ପାଇଁ ଯୋଜନା କରୁଥିଲେ ଆତଙ୍କବାଦୀ !

{"id":365537,"sizeSlug":"large"}

କଣ ଥିଲା ଆତଙ୍କବାଦୀ ମାସୁଦ ଆଝାର ଭାଇର ଷଡଯନ୍ତ୍ର?

ତେବେ ଏହି ମିଶନ ଦାୟିତ୍ବ ନେଇଥିଲା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଭାଇ । ମିଳିଥିବା ସୂଚନା ଅନୁସାରେ ମାସୁଦ ଆଝାରର ଭାଇ ଅବଦୁଲ ରୌଫ୍ ଅସଗର୍ ନେତୃତ୍ବରେ ୪ ଜଣ ଆତଙ୍କବାଦୀ ଭାରତ ସୀମାନ୍ତ ପାକିସ୍ତାନର ସାଖରଗଡରୁ ଆସିଥିଲେ । ସେମାନଙ୍କୁ ଆଉ ଏକ ବଡ ଆକ୍ରମଣ ପାଇଁ ସହଯୋଗ କରିଥିଲା ଆଉ ଜଣେ ଟପ ଆତଙ୍କବାଦୀ କ୍ବାଜି ତରାର ।

{"id":365538,"sizeSlug":"large"}

୨୬/୧୧ ଆକ୍ରମଣ ଭଳି କରିଥିଲେ ଆଉ ଏକ ମାଷ୍ଟର ପ୍ଲାନ

ସରକାରୀ ସୂତ୍ର ଅନୁଯାୟୀ ଜାମ୍ମୁ-ଶ୍ରୀନଗର ରାଜମାର୍ଗରେ ନଗରୋଟାରେ ପ୍ରାଣ ହରାଇଥିବା ଚାରି ଆତଙ୍କବାଦୀ ୨୬/୧୧ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ କିଛି ବଡ ଅଘଟଣ ଘଟାଇବାକୁ ଷଡଯନ୍ତ୍ର ରଚିଥିଲେ। ଗୁରୁବାର ସକାଳେ ଏଠାରେ ଆତଙ୍କବାଦୀ ସେଓଫଳ ଟ୍ରକରେ ଲୁଚି ଯାଉଥିଲେ। ହେଲେ ଗୁଇନ୍ଦା ସୂଚନା ମିଳିବା ପରେ ପ୍ରତି ଚେକ୍‌ଗେଟ୍‌ର ଗାଡି ଗୁଡିକର ଟିକିନିଖି ତଲାସି କରାଯାଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ଓ ବଳିଷ୍ଠ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ବିଫଳ ହୋଇଥିଲା। ନଗରୋଟାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଅନେକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

{"id":365539,"sizeSlug":"large"}

କିଭଳି ମୁକାବିଲା କରିଥିଲା ଭାରତୀୟ ସେନା?

ସୁରକ୍ଷାବଳ ଟୋଲ୍ ପ୍ଲାଜା ନିକଟରେ ଘେରାବନ୍ଦୀ କରି ତଲାସି ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଆତଙ୍କୀ  ଜଙ୍ଗଲ ଅଭିମୁଖେ ପଳାୟନ କରିଥିଲେ ଏବଂ ସକାଳ ୫ଟାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରାଣ ହରାଇଥିବା ଚାରି ଆତଙ୍କବାଦୀ ଜୈସ ଏ ମହମ୍ମଦର ହୋଇଥିବା ଜଣା ପଡିଛି।

wp:core-embed/twitter {"url":"https://twitter.com/narendramodi/status/1329728388852903938?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329728388852903938%7Ctwgr%5E\u0026ref_url=https%3A%2F%2Ftimesofindia.indiatimes.com%2Findia%2Fhow-indian-forces-foiled-jaish-attack-planned-by-masood-azhars-brother%2Farticleshow%2F79340238.cms","type":"rich","providerNameSlug":"twitter","className":""}
https://twitter.com/narendramodi/status/1329728388852903938?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1329728388852903938%7Ctwgr%5E&ref_url=https%3A%2F%2Ftimesofindia.indiatimes.com%2Findia%2Fhow-indian-forces-foiled-jaish-attack-planned-by-masood-azhars-brother%2Farticleshow%2F79340238.cms
/wp:core-embed/twitter

ଏନକାଉଣ୍ଟର ପରେ କଣ କହିଲେ ମୋଦୀ?

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବୈଠକ କରିଥିଷଳ । ଏହି ବୈଠକରେ ମୋଦିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ବିଟ୍ କରି ପାକିସ୍ତାନକୁ କଡା ସନ୍ଦେଶ ଦେଇଛନ୍ତି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି କହିଛନ୍ତି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯିବା ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ଜବତ କରାଯାଇଥିବାରୁ ସେମାନେ ଏକ ବଡ ଧରଣର ଆକ୍ରମଣ କରୁଥିଲେ ବୋଲି ସୂଚନା ମିଳିଛି । କିନ୍ତୁ ସେମାନଙ୍କ ଯୋଜନାକୁ ପୁଣି ଥରେ ପଣ୍ଡ କରିଛି ଭାରତୀୟ ସେନା । ମୋଦି ଆହୁରୀ ମଧ୍ୟ କହିଛନ୍ତି ଯେ ଆମ ସେନା ପୁଣି ଥରେ ବାହାଦୁରୀ ଦେଖାଇଛନ୍ତି । ସତର୍କତା କାରଣରୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ଚୀରରେ ଆକ୍ରମଣ ପାଇଁ ରଚୁଥିବା ଷଡଜନ୍ତ୍ର ଫସର ଫାଟି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.