Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସରକାରଙ୍କ ଦ୍ଵାରା ଗଠିତ ଉଚ୍ଚସ୍ତରୀୟ କମିଟି କୋଭିଡ୍-୧୯ ମୁକାବିଲାକୁ ଆଗକୁ ବଢାଇଲେ ଏମିତି, ମାତ୍ର ୬ ଦିନରେ ୪୦ ବୈଠକ

5/04/2020 at 3:38 PM

ନୂଆଦିଲ୍ଲୀ ୦୫।୦୪: କରୋନା ଭାଇରସ୍ ମୁକାବିଲା ନେଇ ଭାରତ ସରକାର ନିଜର ପ୍ରୟାସକୁ ଜୋରଦାର କରିଛନ୍ତି। ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ଏନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଗଠନ ହେବାର ମାତ୍ର ଛଅ ଦିନ ଭିତରେ ୪୦ରୁ ଅଧିକ ଅଣ ସରକାରୀ ଓ ଅନେକ ଉଦ୍ୟୋଗପତିଙ୍କ ସହିତ  ବୈଠକ କରିଛନ୍ତି। ଏହା ସହିତ ଛଅ ଅନ୍ତରାଷ୍ଟ୍ରୀୟ ସଂଗଠନ ସହିତ ମଧ୍ୟ ବୈଠକ ହୋଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ଉଠାଯାଉଥିବା ପଦକ୍ଷେପ  ବିଷୟରେ ଆଲୋଚନା କରାଯିବା ସହ ଅନ୍ୟ ଉପାୟ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏଥିରୁ ଦର୍ଶାଯାଉଛି ନରେନ୍ଦ୍ର ମୋଦୀ ସରକାର କରୋନାକୁ ନେଇ କେତେ ତତ୍ପର।

ଏହି ପ୍ରଭାବଶାଳୀ କମିଟି  ଘରୋଇ କ୍ଷେତ୍ର ,ଏନଜିଓ, କୋଭିଡ-୧୯ ମୁକାବିଲା ସମ୍ବନ୍ଧିତ ଅନ୍ତରାଷ୍ଟ୍ରୀୟ ସଂଗଠନ ସହ ସମନ୍ଵୟ ରଖି କାର୍ଯ୍ୟ ଜାରି ରଖିଛନ୍ତି। ଏହି କମିଟିର ସଭାପତି ହେଉଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ଅମିତାଭ କାନ୍ତ। ମହାମାରୀର ସମସ୍ତ ଦିଗକୁ ନୀରିକ୍ଷଣ କରିବା ପାଇଁ ମାର୍ଚ୍ଚ ୨୯ରେ କେନ୍ଦ୍ର ଦ୍ଵାରା ଗଠିତ ୧୧ ପ୍ୟାନେଲ୍ ମଧ୍ୟରୁ ଏହା ଗୋଟିଏ।

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ କାନ୍ତଙ୍କ ଟିମ(ଏମପାଓ୍ଵାରର୍ଡ ଗ୍ରୁପ ନମ୍ବର ୬,ଇଜି ୬)ଙ୍କ ପ୍ରଥମ ପ୍ରାଥମିକତା ହେଉଛି ବିଶିଷ୍ଟ କ୍ଷେତ୍ରରେ ସମର୍ଥ ଓ ପ୍ରଦୌଗିକି ଆଧାରିତ ସମାଧାନ ବାହାର କରିବା ଏବଂ ଅନ୍ୟ ସମୂହ ସହିତ ରାଜ୍ୟର ସମନ୍ଵୟ ରଖିବା ରଖିବା।

ଏହି କମିଟି ଶିଳ୍ପ ସଂଘ, ଅନ୍ତରାଷ୍ଟ୍ରୀୟ ସଂଗଠନ ଓ ନାଗରିକ ସମାଜ ସଂଗଠନଙ୍କ ସହ କୋଭିଡ୍-୧୯ ମୁକାବିଲାରେ ସେମାନଙ୍କର ଯୋଗଦାନ କଣ ରହିଛି, ଆଗାମୀ ଦିନ ପାଇଁ ସେମାନଙ୍କର ଯୋଜନା କଣ ରହିଛି, ସେମାନଙ୍କ ସାମ୍ନାରେ ଆସୁଥିବା ସମସ୍ୟା ଏବଂ ସରକାରଙ୍କଠୁ କଣ ଆଶା ରଖିଛନ୍ତି ଆଦି ଉପରେ ଆଲୋଚନା କରିଛନ୍ତି।

ଏହି ସମୟରେ ଏହି ସବୁ ସଂସ୍ଥା ନିଜ ନିଜ ଅଞ୍ଚଳରେ କେଉଁ ସମର୍ଥନ ଏବଂ ସହାୟତାର ଆବଶ୍ୟକତା ରହିଛି ସେ ନେଇ ସରକାରଙ୍କୁ ଜଣାଇଥିଲେ। ଅଭିକାନ୍ତ କାନ୍ତ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଦିଆଯିବ ବୋଲି କହିଛନ୍ତି। ଏହା ସହିତ ସଂଗଠନକୁ ଅଧିକ କ୍ରିୟାଶୀଳ ଏବଂ ସମନ୍ଵୟ ରଖି କାମ କରିବାକୁ କହିଛନ୍ତି।

କାନ୍ତଙ୍କ ବ୍ୟତୀତ ଏହି କମିଟିରେ ପ୍ରମୁଖ ବୈଜ୍ଞାନିକ ଅଧିକାରୀ  ବିଜୟରାଘବନ, ରାଷ୍ଟ୍ରୀୟ ବିପର‌୍ୟ୍ୟୟ ପ୍ରବନ୍ଧନ ପ୍ରାଧିକରଣର ସଦସ୍ୟ କମଲ କିଶୋର, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡର ସଦସ୍ୟ ସନ୍ଦୀପ ଭଟ୍ଟନାଗର, ଗୃହ ମନ୍ତ୍ରଣାଳୟର ଅନିଲ ମଲିକ, ବିକ୍ରମ ଡୋରାବିଶ୍ଵାସମୀ ଓ ବୈଦେଶିକ କାର୍ଯ୍ୟାଳୟର ପି ହରିଶ,ଗୋପାଳ  ବାଗଲେ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଐଶ୍ଵର୍ଯ୍ୟା ସିଂହ, କ୍ୟାବିନେଟ୍ ସଚିବାଳୟରୁ ଟିନା ସୋନି ଆଦି ସାମିଲ।

ଏହି ସମୂହ ମିଳିତ  ଜାତିସଂଘ , ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ, ମିଳିତ ଜାତିସଂଘ ବାଳ କୋଷ(ୟୁନିସେଫ), ମିଳିତ ଜାତିସଂଘ ଜନସଂଖ୍ୟା କୋଷ(ୟୁଏନଏଫପିଏ), ମିଳିତ ଜାତିସଂଘ ବିକାଶ କାର‌୍ୟ୍ୟକ୍ରମ(ୟୁଏନଡିପି), ଅନ୍ତରାଷ୍ଟ୍ରୀୟ ଶ୍ରମିକ ସଂଗଠନ(ଆଇଏଲଓ), ଓ୍ଵାର୍ଲ୍ଡ ବ୍ୟାଙ୍କ ଓ ଏସିଆନ ଡେଭଲମେଣ୍ଟ ବ୍ୟାଙ୍କର ପ୍ରମୁଖଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

ବୈଠକରେ ମନିଟରିଂ ଏବଂ ସର୍ଭିଲାନ୍ସ ସିଷ୍ଟମ ପାଇଁ ଟେକ୍ନିକାଲ ସହାୟତା ଯୋଗାଇବା,  ସ୍ଵାସ୍ଥ୍ୟ ଓ ପୋଷଣ ସେବାକୁ ମଜବୁତ କରିବା,କ୍ଷମତା ନିର୍ମାଣ, ଆର୍ଥିକ ସମ୍ବଳ ଓ ମହତ୍ଵପୁର୍ଣ୍ଣ ଉପକରଣ ଉପରେ ସହାୟତା କରିବା ବିଷୟକୁ ଗୁରୁତ୍ଵ ଦିଆଯାଇଥିଲା।

   Related Posts