ନିଜ କକ୍ଷପଥରେ ଘୁରୁଛି ପୃଥିବୀ, ଯଦି ଦେଖିନାହାନ୍ତି ଦେଖନ୍ତୁ Video
14/01/2021 at 7:22 PM

ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରୁଛି। ପ୍ରଥମ ଶ୍ରେଣୀରୁ ଆମେ ପଢିଆସିଛେ, ଏଥିପାଇଁ ଦିନ ଓ ରାତି ହେଉଛି ବୋଲି ମଧ୍ୟ ଆମେ ଜାଣିଛେ। ହେଲେ ପୃଥିବୀକୁ ଘୁରୁଥିବାର ଆମେ ନା କେବେ ଦେଖିଛେ କି ଅନୁଭବ କରିଛେ। ତେବେ ଭାବିଲେ ପୃଥିବୀକୁ ଘୁରୁଥିବାର ଦେଖିଲେ ଆମକୁ କିପରି ଲାଗିବ? ଏହା ଆମ ଲାଗି ସମ୍ଭବ କରିଦେଇଛନ୍ତି ଆଷ୍ଟ୍ରୋଫଟୋଗ୍ରାଫର ଆର୍ୟହ ନରେନବର୍ଗ। ସେ କଲରାଡୋରେ ପୃଥିବୀକୁ ନିଜ କକ୍ଷ ପଥରେ ଘୁରୁଥିବାର ଟାଇମଲାପ୍ସ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହା ଏବେ ବିଶ୍ୱରେ ଭାଇରାଲ ହେବାରେ ଲାଗିଛି।
ପୃଥିବୀ ତା ଅକ୍ଷ ଚାରିପଟେ ଘଣ୍ଟାକୁ ୧୫ ଡିଗ୍ରି ହାରରେ ଘୁରୁଛି। ଉତ୍ତରରୁ ଦକ୍ଷିଣକୁ ଘୁରିବୁଲୁଥିବା ପୃଥିବୀ ଘଣ୍ଟାପ୍ରତି ୧୬୦୦ କିମି ବେଗରେ ବୁଲୁଛି। ସୂର୍ଯ୍ୟଙ୍କୁ ପରିକ୍ରମା କରିବାକୁ ପୃଥିବୀ ୨୩.୯୩୪୪୬୯୬ଘଣ୍ଟା ନେଉଛି। ଯାହାକୁ ଆମେ ହାରାହାରି ୨୪ ଘଣ୍ଟା ହିସାବ କରୁଛେ। ତେବେ ଏହି ଘୂର୍ଣ୍ଣନକୁ ନା ଆମେ କେବେ ଅନୁଭବ କରିଛେ କି ଦେଖିଛେ।
ତେବେ ପୃଥିବୀକୁ ଘୁରୁଥିବା ଅବସ୍ଥାରେ ନରେନବର୍ଗ ଦୀର୍ଘ ୩ଘଣ୍ଟାକାଳ ଲାଗି ୧୨ ସେକେଣ୍ଡ ଲେଖାଏଁ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଯାହାକୁ ଯୋଡିଦେବା ପରେ ପୃଥିବୀ କିପରି ଘୁରୁଛି ତାହା ଦେଖିଲେ ହୁଏତ ନିଜ ଆଖିକୁ ବିଶ୍ୱାସ କରି ନପାରନ୍ତି। ତେବେ ସେ କଲରାଡୋର ଏକ ଜଳ ଭଣ୍ଡାରରେ ଛାୟାପଥର ଚିତ୍ର ଉତ୍ତୋଳନ କରିବାକୁ ଯାଇ ୨ବର୍ଷ ପୂର୍ବେ ଏହି ଭିଡିଓ ସୁଟ୍ କରିଥିଲେ। ଏହାକୁ ଏବେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।