Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

କେନ୍ଦ୍ର ସରକାରଙ୍କୁ ମମତା କଲେ ପ୍ରଶ୍ନ, ‘କାହିଁକି ଦୋମୁହାଁ ନୀତି, ଦୋକାନ ଯଦି ଖୋଲିବ ତେବେ କେମିତି ହେବ୍ ଲକ୍‌ଡାଉନ୍‌ ? ‘

27/04/2020 at 8:41 PM

କୋଲକାତା ୨୭।୦୪: ଦେଶରେ ଲକ୍‌ଡାଉନ୍‌ ଲାଗୁ ନେଇ କେନ୍ଦ୍ର ଦେଉଥିବା ବିରୋଧାଭାସ ବୟାନ ଉପରେ ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଦୋମୁହାଁ ନୀତି ଆପଣଉଛନ୍ତି। ଲକ୍‌ଡାଉନ୍‌ ସମୟରେ ଦୋକାନ ଖୋଲିବା ନେଇ କେନ୍ଦ୍ର ସରକାର ନିଜ ଆଦେଶରେ ଆହୁରି ସ୍ପଷ୍ଟ କରିବା ଦରକାର।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଗୋଟିଏ ପଟେ ଲକ୍‌ଡାଉନ୍‌ କଡାକଡି କରିବାକୁ କହୁଥିବା ବେଳେ ଅନ୍ୟପଟେ ଦୋକାନ ଖୋଲିବାକୁ କହୁଛନ୍ତି। ଏମିତିରେ କଣ କରାଯିବ ? କେନ୍ଦ୍ର ସରକାର କଣ କହୁଛନ୍ତି ଏବଂ କଣ ନିର୍ଦ୍ଦେଶ ଦେଉଛନ୍ତି ତାହା ମଧ୍ୟରେ ସ୍ପଷ୍ଟତାର ଅଭାବ ରହିଛି। ସଚିବାଳୟରେ ଜାତୀୟ ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା ବେଳେ ମମତା ଏପରି ଶାଣିତ ସ୍ଵରରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ମମତା କହିଛନ୍ତି, ତାଙ୍କ ସରକାର ଲକ୍‌ଡାଉନ୍‌ ଅବଧି ବଢାଇବା ସପକ୍ଷରେ ଅଛନ୍ତି।

ଯଦି ତୁମେ ଦୋକାନ ଖୋଲା ରଖିବାକୁ କହିବ ତେବେ ଲକ୍‌ଡାଉନ୍ କିପରି ଲାଗୁ ହେବ ? ତେଣୁ ମୁଁ ଭାବୁଛି କେନ୍ଦ୍ର ସରକାରଙ୍କୁ ଏହା ଉପରେ ଅଧିକ ସ୍ପଷ୍ଟ କରି ଦେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ନିର୍ଦ୍ଦେଶନାମା କିମ୍ବା  ଗାଇଡ୍‌ ଲାଇନ୍‌ ଜାରି ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମତାମତ ନେବା ଉଚିତ୍।

କେନ୍ଦ୍ର ସରକାର ସମସ୍ତ ଗାଇଡ୍‌ ଲାଇନ୍ ଅଚାନକ ଜାରି କରୁଛନ୍ତି। ମୋତେ ଏହାକୁ ନେଇ କୌଣସି ଅସୁବିଧା ନାହିଁ ମାତ୍ର ସରକାରଙ୍କଠୁ ପରାମର୍ଶ ଲୋଡିବା ଉଚିତ୍। କେନ୍ଦ୍ରକୁ ରାଜ୍ୟର ସ୍ଥିତ ବିଷୟରେ ଆଲୋଚନା କରିବା ଉଚିତ୍ ବୋଲି ମମତା କହିଛନ୍ତି।

ଉଲ୍ଲେଖନୀୟ ଲକ୍‌ଡାଉନ୍‌ ଅବଧି ମେ ୩ରେ ଶେଷ ହେବାକୁ ଯାଉଛି। ଏହାର ପରବର୍ତ୍ତୀ ରଣନୀତି କଣ ରହିବ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନେକ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗରେ ଅଦ୍ୟାବଧି କୋଭିଡ୍ ୧୯ ସଂକ୍ରମିତଙ୍କ ସଂଖ୍ୟା ୬୯୬ରେ ପହଞ୍ଚିଛି।

ଗତ ସପ୍ତାହରେ ଦୁଇ କେନ୍ଦ୍ରୀୟ ଟିମଙ୍କ ରାଜ୍ୟ ଗସ୍ତ ନେଇ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ରାଜ୍ୟରେ କଣ୍ଟେନମେଣ୍ଟ ଜୋନର ସ୍ଥିତି କେମିତି ରହିଛି, କରୋନା ମୁକାବିଲା ଲାଗି କଣ କଣ ବ୍ୟବସ୍ଥା ରହିଛି ଏହାକୁ ନେଇ ଦୁଇ  କେନ୍ଦ୍ରୀୟ ଟିମ୍‌ ମମତା ସରକାରଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଏହାକୁ ନେଇ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାର କରୋନା ସ୍ଥିତିର ସମୀକ୍ଷା ବେଳେ କୌଣସି ପ୍ରକାରର ସହାୟତା ଯୋଗାଇ ନଥିବା ଆରୋପ ଲଗାଇଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ଟିମ୍‌ ରାଜ୍ୟକୁ କରୋନା ଭାଇରସ୍‌ ସଂକ୍ରମିତ କରିବାକୁ ଆସିଥିବା କହିଥିଲେ।

   Related Posts