ହ୍ବାଟ୍‌ସଆପ୍ କେମିତି ଆୟ କରେ ଲକ୍ଷେ ଲକ୍ଷେ ଟଙ୍କା, ଜାଣନ୍ତୁ…

Published By : Prameya-News7 Bureau | August 29, 2019 IST

 ହ୍ବାଟ୍‌ସଆପ ଏବେ ସବୁଠୁ ବଡ ଟେକ୍‌ଷ୍ଟ ମେସେଜିଂ ପ୍ଲାଟଫର୍ମ ହୋଇଯାଇଛି। ଅଧିକାଂଶ ଏଣ୍ଡ୍ରୋଏଡ୍‌ ୟୁଜର୍ସ ହ୍ବାଟ୍‌ସଆପ ବ୍ୟବହାର କରନ୍ତି। ସ୍ମାର୍ଟଫୋନ କିଣିଲେ ଲୋକେ ପ୍ରଥମେ ହ୍ବାଟ୍‌ସଆପ ଇନ୍‌ଷ୍ଟଲ କରନ୍ତି। ହ୍ବାଟ୍‌ସଆପ ଯେମିତି ଜୀବନରେ ଏକ ଦରକାରୀ ଜିନିଷ ପାଲଟିଯାଇଛି। ବ୍ୟକ୍ତିଗତ ବ୍ୟବହାରଠୁ ଆରମ୍ଭ କରି ଲୋକେ ଏହି ଆପ୍‌କୁ ଅଫିସିଆଲ କାମ ପାଇଁ ବ୍ୟବହାର କରୁଛନ୍ତି।

{"id":150429}

ହେଲେ ହ୍ବାଟ୍‌ସଆପ ଲକ୍ଷ ଲକ୍ଷ ଟଙ୍କା ଆୟ କରେ ବୋଲି ଅଧିକାଂଶ ଲୋକେ ଜାଣିନଥାନ୍ତି। ୨୦୧୪ ମସିହାରେ ସୋସିଆଲ ମିଡିଆ ଫେସ୍‌ବୁକ ହ୍ବାଟ୍‌ସଆପକୁ କିଣିଥିଲା। ୧୯ ବିଲିୟନ ଡଲାରରେ ଫେସବୁକ୍‌ ହ୍ବାଟ୍‌ସଆପକୁ କିଣିଥିଲା। ମାଇକ୍ରୋ ଏଡଭରଟାଇଜିଂ ଅନୁସାରେ ଫେସବୁକ୍‌, ନିଜ ୟୁଜର୍ସଙ୍କ ବିଷୟରେ ସେମାନଙ୍କଠୁ ଅଧିକ ଜିନିଷ ଜାଣିଥାଏ। ଏହି ସୂଚନା ଦ୍ବାରା କମ୍ପାନୀ ଅଧିକ ଆୟ କରେ। ହ୍ବାଟ୍‌ସଆପ ଡାଟାକୁ ଫେସବୁକ୍‌ ଦେଖିପାରେ।

{"id":150430,"width":570,"height":320}

ଯେଉଁ ଜିନିଷ ମଣିଷକୁ ଦରକାର ଥାଏ ସେହି ସବୁ ପ୍ରଡକ୍ଟର ଆଡ୍‌ ଦେଖାଏ ଫେସବୁକ୍‌। କିନ୍ତୁ ହ୍ବାଟ୍‌ସଆପ ଅନୁସାରେ ଏହି ଆପର ମେସେଜ କାହା ସହ ସେୟାର ହୋଇନଥାଏ। ତେବେ ଫେସବୁକ୍‌ରେ ଆସୁଥିବା ଆଡ୍‌ ପାଇଁ ହ୍ବାଟ୍‌ସଆପ ମୋଟା ଅଙ୍କ ଆୟ କରେ। ତେବେ ଫେସବୁକ ଓ ହ୍ବାଟ୍‌ସଆପ ଅନୁସାରେ ସେମାନଙ୍କ ଆପ୍‌ ସମ୍ପୂର୍ଣ୍ଣ ସେଫ। କାରଣ ସେମାନେ କୌଣସି ୟୁଜର୍ସଙ୍କ ପର୍ସନାଲ ଡାଟା କେଉଁଠି ସେୟାର କରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.