Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସାଢ଼େ ୫ ଘଣ୍ଟାର ମାରାଥନ ଜେରା: ବିଦ୍ୟାଶ୍ରୀ କେମିତି ଜାଣିଲେ ଆଦିତ୍ୟ ଲିଙ୍ଗରାଜ ଷ୍ଟେସନ୍‌ରେ ଅଛନ୍ତି…? କିଏ କରିଥିଲା ପ୍ରଥମ ଫୋନ୍‌ କଲ…?

2/08/2020 at 5:06 PM

ଭୁବନେଶ୍ବର୨/୮:  ସାମାଜସେବୀଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାର ଲାଗିଛି। ଆଦିତ୍ୟଙ୍କ ମୃତ୍ୟୁ ମାମଲା କ୍ରାଇମ୍‌ ବ୍ରାଞ୍ଚ ହାତକୁ ଗଲା ପରେ  ତଦନ୍ତ ଦ୍ରୁଗ ଗତିରେ ଆଗେଇ ଚାଲିଛି। ବିଦ୍ୟାଶ୍ରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା କରିଥିଲା। ସେହି ସମୟରେ ବିଦ୍ୟାଶ୍ରୀ କାନ୍ଦି ପକାଇଥିବା ସୂଚନା ମିଳିଥିଲା। ଗୋଟିଏ ଦିନରେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବାପା- ମାଆଙ୍କୁ ସାଢ଼େ ପାଞ୍ଚ ଘଣ୍ଟାର ମାରାଥନ ଜେରା କରିଥିଲା କ୍ରାଇମ୍ ବ୍ରାଞ୍ଚ। ସମସ୍ତଙ୍କୁ ଅଲଗା ଆଲଗା ଜେରା କଲା କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ। ଜେରା ସମୟରେ ବିଦ୍ୟାଶ୍ରୀଙ୍କ ବୟାନ ଉପରେ ଫୋକସ୍ କରିଥିଲା କ୍ରାଇମ୍‌ ବ୍ରାଞ୍ଚ। ମିଳିଥିବା ସୂଚନା ମୁତାବକ, ବିଦ୍ୟାଶ୍ରୀ ଜିଆରପିକୁ ଦେଇଥିବା ବୟାନ ଏବଂ କ୍ରାଇମବ୍ରାଞ୍ଚର ଜେରା ସମୟରେ ଦେଇଥିବା ବୟାନ ଭିତରେ କିଛିଟା ଭିନ୍ନ ଥିଲା।

ମୋ ପୁଅ କେବେ ଆତ୍ମହତ୍ୟା କରିବ ନାହିଁ। ତାକୁ ହତ୍ୟା କରାଯାଇଛି। ଆଦିତ୍ୟଙ୍କୁ ହତ୍ୟା କରି ରେଳ ଧାରଣାରେ ତାଙ୍କ ମୃତଦେହକୁ ଫିଙ୍ଗି ଦେଇଛନ୍ତି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଆଦିତ୍ୟ ମୃତ୍ୟୁ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମର ଜେରା ପରେ ତାଙ୍କ ବାପା ଗଣମାଧ୍ୟମ ଆଗରେ ଏଭଳି ବୟାନ ରଖିଛନ୍ତି। ହତ୍ୟାକରି କିଏ । କାହା ଉପରେ ତାଙ୍କର ସନ୍ଦେହ ତାର ତଥ୍ୟ ସେ କ୍ରାଇମବ୍ରାଞ୍ଚ ର ତଦନ୍ତକାରୀ ଟିମ୍‌କୁ ଜଣାଇଥିବା ଆଦିତ୍ୟଙ୍କ ବାପା କହିଛନ୍ତି। ମଦ ବିରୋଧୀ ଆନ୍ଦୋଳନ ଯୋଗୁଁ ତାଙ୍କର  ବହୁତ ଜଣ ଶତ୍ରୁ ସୃଷ୍ଟି ହୋଇଥିଲେ ।

ଏହି ଆନ୍ଦୋଳନକୁ ବନ୍ଦ କରିବା ନେଇ ଆଦିତ୍ୟଙ୍କ  ପାଖକୁ ଧମକ ପୂର୍ଣ୍ଣ କଲ ମାଧ୍ୟ ଆସୁଥିଲା। ହୁଏତ ସେମାନେ ହତ୍ୟା କରିଥାଇ ପାରନ୍ତି ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ସନ୍ଦେହ ପ୍ରକଟ କହିଛନ୍ତି। ପିପୁଲ ଫର୍ ସେବା ଆଶ୍ରମରେ ଟଙ୍କା ହେରଫେର କାରକାର ହେଉଥିବା  ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିଲେ  । ତଦନ୍ତକାରୀ ଟିମକୁ ସବିଶେଷ ତଥ୍ୟ ଦେଇଥିବା ସେ କହିଛନ୍ତି। ଘଟଣା ଘଟିବା ଦିନ ସେ ଯଦି ଆଦିତ୍ୟଙ୍କ ସହ ଫୋନରେ କଥା ହୋଇ ଥାଆନ୍ତେ। ତେବେ ତାଙ୍କ ପୁଅ ଆଜି ତାଙ୍କ ପାଖରେ ଥାଆନ୍ତା ବୋଲି ନନ୍ଦକିଶୋର କହିଛନ୍ତି। ସେହିପରି ଜିଆରପିର ତଦନ୍ତ ଶୈଳୀ ଉପରେ ମାଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଜିଆରପିର ଠିକ ଢଙ୍ଗରେ ତଦନ୍ତ ଏହି ଘଟଣାକୁ ତଦନ୍ତ କରି ନାହିଁ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଠିକ ବାଟରେ କରୁଛି। ଆଦିତ୍ୟଙ୍କ ହତ୍ୟାକରି ଏବଂ  ଏହି ଘଟଣାରେ ସମ୍ପୃକ୍ତ  ସବୁ ଦୋଷୀଙ୍କ କ୍ରାଇମବ୍ରାଞ୍ଚ ଧରିବ ବୋଲି ଆଦିତ୍ୟଙ୍କ ବାପା ନନ୍ଦକିଶୋର କହିଛନ୍ତି।

ଏହା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ପିପୁଲ ଫର୍ ସେବା ଆଶ୍ରମରେ ପହଁଞ୍ଚି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ଯାଞ୍ଚ କରିଛନ୍ତି। ଏପଟେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଏହି ସଂସ୍ଥା ହେଉଥିବା ଅର୍ଥ​‌ କାରବାର ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଆଦିତ୍ୟଙ୍କ  ସହଯୋଗୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପଚାରଉଚାର ଜାରି ରଖିଛି କ୍ରାଇମ୍ ବ୍ରାଞ୍ଚ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ସାଧାରଣରେ ଉଠୁଛି। ଘଟଣାଦିନ ଆଦିତ୍ୟଙ୍କ ପୂର୍ବରୁ ବିଦ୍ୟାଶ୍ରୀ କାହିଁକି ଘରୁ ବାହାରିଥିଲେ ?  ମାଷ୍ଟର କ୍ୟାଣ୍ଟିନରୁ କେମିତି ସିଧା ରେଳ ଷ୍ଟେସନରେ ବିଦ୍ୟାଶ୍ରୀ ପହଁଞ୍ଚିଲେ? ସେ କେମିତି ଜାଣିଲେ, ସେହି ସ୍ଥାନରେ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି। ପ୍ରଥମେ ଏହି ଘଟଣା ସଂପର୍କରେ ବିଦ୍ୟାଶ୍ରୀଙ୍କୁ କିଏ ଫୋନ କରି ଜଣାଇଥିଲେ। ଏହି ସଂପର୍କରେ ଜିଆର୍‌ପି କୌଣସି ଉତ୍ତର ଦେଇ ପାରି ନଥିଲେ ବିଦ୍ୟାଶ୍ରୀ। କିନ୍ତୁ କ୍ରାଇମ୍‌ ବ୍ରାଞ୍ଚକୁ ବିଦ୍ୟାଶ୍ରୀ କଣ କହିଛନ୍ତି, ଏ  ସଂପର୍କରେ କିଛି ଜଣାପଡି ନାହିଁ।

   Related Posts