Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବୁହାନ ଫୁଡ୍ ମାର୍କେଟରୁ ଏପରି ବ୍ୟାପିଥିଲା କରୋନା ଭାଇରସ, ପଜିଟିଭ୍ ରିପୋର୍ଟ ପରେ ବି ବଜାରରେ ବୁଲୁଥିଲେ ପ୍ରଥମ ସଂକ୍ରମିତ

28/03/2020 at 7:39 PM

ବୁହାନ, ୨୮|୦୩ :    ଚୀନର ବୁହାନ ସହରରୁ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଛି । ଶନିବାର ସୁଦ୍ଧା ଏହି ମାରାତ୍ମକ ଭାଇରସରେ ସାରା ବିଶ୍ୱରେ ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୨୮ ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ଏହି ଭାଇରସ ଚୀନ ବୁହାନରେ ଥିବା ଫୁଡ୍ ମାର୍କେଟରୁ ସୃଷ୍ଟି ହୋଇଥିବା କୁହାଯାଏ । କାରଣ ଏଠାରେ ହିଁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଡେଲି ମେଲର ରିପୋର୍ଟ ଅନୁସାରେ, ବୁହାନର ଫୁଡ୍ ମାର୍କେଟରୁ ବେଇ ନାମକ ଜଣେ ମହିଳା ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ । ସେ ବାଦୁଡି ବିକ୍ରି କରନ୍ତି । ସେ ଏହି ମାର୍କେଟରୁ ୫୦୦ ମିଟର ଦୂରରେ ରହୁଥିଲେ । ଡିସେମ୍ବର ୧୧ରେ ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ତାଙ୍କୁ ସ୍ଥାନୀୟ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନହେବାରୁ ଏକ ବଡ ହସ୍ପିଟାଲକୁ ନିଆଯାଇଥିଲା ।

ବେଇ କହିଛନ୍ତି ଯେ, ତାଙ୍କୁ ପ୍ରଥମେ କ୍ଳାନ୍ତ ଲାଗୁଥିଲା । ପ୍ରଥମେ ଥଣ୍ଡାରେ କୌଣସି ଫ୍ଲୁ ହୋଇଥିବା ସେ ଭାବିଥିଲେ । କିନ୍ତୁ ଚୀନର ସେଣ୍ଟର ଫର୍ ଡିଜିଜ୍ କରୋନା ହୋଇଥିବା ନେଇ ତାଙ୍କୁ କହିଥିଲା । ଫୁଡ୍ ମାର୍କେଟୁ ଏହି ଭାଇରସ ବ୍ୟାପିଥିବା ସେ ଜାଣିବାକୁ ପାଇଥିଲେ । ସଂକ୍ରମିତ ହେବା ପରେ ବି ସେ ମାର୍କେଟ ଯାଉଥିଲେ । ଡିସେମ୍ବର ୧୬ର ତାଙ୍କୁ ବୁହାନ ମେଡିକାଲର ଡାକ୍ତର ଚିକିତ୍ସା କରିବା ସହ ଅନେକ ରୋଗୀ ସମାନ ସମସ୍ୟାର ସାମ୍ନା କରୁଥିବା ଡାକ୍ତର କହିଥିଲେ ।

ମାମଲା ଗମ୍ଭୀର ହେବା ପରେ ଚୀନ ସରକାର ବୁହାନ ମାଂସ ବଜାରକୁ ବନ୍ଦ କରିଦେଇଥିଲେ । ତେବେ ଚୀନର ପ୍ରଥମ ସଂକ୍ରମିତ କିଏ ତାକୁ ନେଇ ସରକାର ଦେଇଥିବା ତଥ୍ୟକୁ ଅନେକ ସ୍ଥାନରେ ଗ୍ରହଣ କରାଯାଉ ନାହିଁ । ବିବିସି ଜଣେ ୭୦ ବର୍ଷର ବ୍ୟକ୍ତି ପ୍ରଥମ କରୋନା ସଂକ୍ରମିତ ବୋଲି ଦାବି କରିଛି । ସାଉଥ୍ ଚାଇନା ମର୍ଣିଂ ନଭେମ୍ବର ୧୭ରେ ପ୍ରଥମ କରୋନା ମାମଲା ଆସିଥିବା କହିଥିଲେ ମଧ୍ୟ ଚୀନ ଅଧିକାରୀ ଡିସେମ୍ବର ୭ରେ ପ୍ରଥମ ମାମଲା ଆସିଥିବା କହିଥିଲେ ।

   Related Posts