Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

“ତମାଖୁ, ପାଟିର ଖଳନାୟକ” ଶୀର୍ଷକ ବିଷୟକୁ ନେଇ ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର ଅନୁଷ୍ଠିତ

1/07/2021 at 6:46 PM

ଭୁବନେଶ୍ୱର, ୧/୦୭: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍‌ ସାଇନ୍‌ସେସ୍ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ବିଷୟରେ ଆଲୋଚନା କରିଥିଲେ ।

ମୁଖ କର୍କଟ ରୋଗର କାରଣ ଓ ନିଦାନ ସମ୍ପର୍କରେ ବାସ୍ତବ ରୋଗୀ ସେବାର ଚିତ୍ର ଜରିଆରେ ସେ ବୁଝାଇବା ସହିତ କର୍କଟ ରୋଗର କେଉଁ ଲକ୍ଷଣ ପ୍ରତି ଯତ୍ନବାନ ହେଲେ ଆଗରୁ ଚିହ୍ନଟ କରିହେବ ସେ ବିଷୟରେ କହିଥିଲେ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ସୁସ୍ଥତା ହାର ବଢ଼ାଇ ଥାଏ ବୋଲି ସେ କହିଥିଲେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କର୍କଟ ରୋଗରୁ ପ୍ରତିବର୍ଷ କେମିତି ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ସେ ବିଷୟରେ କହିଥିଲେ । ସ୍ତନ କର୍କଟକୁ ପ୍ରଥମରୁ ଚିହ୍ନଟ କରିବାର ଉପାୟ ମଧ୍ୟ ବତାଇଥିଲେ ।

ରାଜ୍ୟ ଏନ୍‌ଏସ୍‌ଏସ୍ ଅଧିକାରୀ ଡ. ରମେଶ କୁମାର ବେହେରା ସମୟୋପଯୋଗୀ ବିଷୟ ଉପରେ ସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ଶୃଙ୍ଖଳା ସହିତ ଆୟୋଜିତ ୱେବିନାରର ପ୍ରଶଂସା କରିଥିଲେ ଏବଂ କିପରି ଆଗାମୀ ଦିନରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ପ୍ରାଥମିକତା ଦେବେ ସେ ବିଷୟରେ କହିଥିଲେ । ଭୁବନେଶ୍ୱର ଆଂଚଳିକ ଏନ୍‌ଏସ୍‌ଏସ୍‌ର ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ କିଭଳି ନିର୍ଭୁଲ୍ ତଥ୍ୟ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କ ପାଖରେ ପହଂଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ବକ୍ତା ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ୍‌ର ଡ. ପ୍ରଣତି ହିରଲକର ମୁଖ କର୍କଟ ସଚେତନତା ସହିତ ତମାଖୁ ବଦଭ୍ୟାସ ଛାଡିବାର ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ । ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ଦେଇଥିଲେ । ଜୁନ୍ ମାସରେ ହୋଇଥିବା ଏନ୍‌ଏସ୍‌ଏସ୍ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ ତଥା ଏନ୍‌ଏସ୍‌ଏସ୍ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା । ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ. କମଳ ଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଗୁଗୁଲମିଟ ଓ ୟୁଟ୍ୟୁବ୍ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ବେଶି ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

   Related Posts