ପିଏସି ଗେଷ୍ଟ ହାଉସରେ ପ୍ରିୟଙ୍କା ଗାନ୍ଧୀଙ୍କୁ କେମିତି ମିଳିଲା ଝାଡ଼ୁ? କୋଠରୀରେ କେଉଁଠୁ ଆସିଲା ଧୂଳି? ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | October 06, 2021 IST

ଲକ୍ଷ୍ନୌ ୦୬/୧୦ : ଉତ୍ତର ପ୍ରଦେଶର ଖିରୀରେ ଘଟିଥିବା ଅଭାବନୀୟ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୋଗୀ ବିରୋଧୀ ଏବେ ଲଗାତାର ଭାବେ ସରକାରଙ୍କୁ ଘେରୁଥିବା ବେଳେ ଜାତୀୟ ସ୍ତରର ନେତାମାନେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଲଖୀମପୁର ଖିରୀକୁ ଯିବା ସମୟରେ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । କୌଣସି ପ୍ରକାର ଅପ୍ରୀତିକର ଘଟଣା ଯେଭଳି ନଘଟେ ସେଥିପାଇଁ ପୋଲିସ କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନଙ୍କୁ ଅଟକ ରଖିଥିଲା । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ଲଖିମପୁର ପିଏସି ଗେଷ୍ଟ ହାଉସରେ ରଖାଯାଇଛି ।

ପ୍ରିୟଙ୍କା ଗାନ୍ଧି ପିଏସ୍‌ ଗେଷ୍ଟ ହାଉସରେ ରହିଥିବା ବେଳେ ଝାଡ଼ୁ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ତାଙ୍କୁ ଝାଡ଼ୁ କିଏ ଦେଲ ? ଭିଆଇପି ଗେଷ୍ଟ ହାଉସ୍ ରୁମରେ ଧୂଳି କେଉଁଆଡୁ ଆସିଲା? ଏବେ ଏହି ପୁରା ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।

wp:html /wp:html

ସୂଚନା ମୁତାବକ ପ୍ରିୟଙ୍କାଙ୍କ ସହଯୋଗୀ ହିଁ ଗେଷ୍ଟ ହାଉସ୍‌ର କର୍ମଚାରୀଙ୍କୁ ଛାଡୁ ମାଗିଥିଲେ । ଏହା ପରେ ତାଙ୍କ ପିଏସ୍‌ଓ ଭିଡିଓ ବନାଇଥିଲେ ଯାହାକି ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହି ମାମଲାରେ ପିଏସି ଅଧିକାରୀ ମାନେ ଗେଷ୍ଟ ହାଉସର କର୍ମଚାରୀମାନଙ୍କୁ ପଚରା ଉଚୁରା କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏନେଇ ଯାଦବେନ୍ଦ୍ର ସିଂହ ନାମକ ଜଣେ ସେନାଧିକାରୀ କହିଛନ୍ତି କି ଗେଷ୍ଟ ହାଉସ କର୍ତ୍ତୃପକ୍ଷଙ୍କ ଠାରୁ ଆଣି ପ୍ରିୟଙ୍କାଙ୍କୁ ତାଙ୍କ କର୍ମଚାରୀ ଝାଡ଼ୁ ଦେଇଥିଲେ । ଏହା ପରେ ପ୍ରିୟଙ୍କା ଝାଡ଼ୁ କରୁଥିବା ସମୟରେ ତାଙ୍କ ପିଏସ୍ଓ ଏହାର ଭିଡିଓ କରିଥିଲେ। ତାପରେ ଏହା ଭାଇରାଲ ହୋଇଛି।

ସୂଚନା ଥାଉ କି, ପ୍ରିୟଙ୍କା ଗାନ୍ଧୀ ରହିଥିବା ଗେଷ୍ଟ ହାଉସରେ ସର୍ବମୋଟ ଚାରୋଟି କୋଠରୀ ରହିଛି । ଏଠାରେ ଯାତ୍ରୀ ରୁହନ୍ତୁ କିମ୍ୱା ନ ରୁହନ୍ତୁ ରୁମ୍‌ ଗୁଡିକୁ ପ୍ରତିଦିନ ସଫେଇ କରିବା ଏବଂ ରକ୍ଷଣାବେମକ୍ଷଣ ପାଇଁ କର୍ମଚାରୀ ନିୟୋଜିତ ରହିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କୁ ବି   ଭିଭିଆଇପି ପ୍ରୋଟକଲ ମଧ୍ୟରେ ରଖାଯାଇଥିଲା । କିନ୍ତୁ ପ୍ରଶ୍ନ ଉଠୁଛି ଯେ ସବୁବେଳେ ସଫା ହେଉଥିବା କଠୋରୀ ଗୁଡ଼ିକରେ ଧୂଳି କୁଆଡ଼ୁ ଆସିଲା ? ଏହାର ତଦନ୍ତ ଆରମ୍ଭ ହୋଇଛି ।

{"width":803,"height":556}
Priyanka Gandhi Lakhimpur Room Cleaning/ Sweeping Viral Video

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.