କେମିତି ଫିଲ୍ମଷ୍ଟାଇଲରେ ମୃତ ନିହାରିକାଙ୍କ ବୟଫ୍ରେଣ୍ଡ ପୋଲିସ ପାଖରେ ଆତ୍ମସମର୍ପଣ କଲେ ଜାଣନ୍ତୁ

Published By : Prameya-News7 Bureau | September 20, 2019 IST

ଜଗତସିଂହପୁର୨୦|୯; ଆତ୍ମସମର୍ପଣ କଲେ ନର୍ସ ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ୍‌ ରାଜା ।ସେ ଜଗତସିଂହପୁର ବିରିଡ଼ି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି । ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ମୃତଦେହ ମିଳିବା ପରଠାରୁ ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଫେରାର ଥିଲେ ।

{"id":160348}

ସେପଟେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ମା’ଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି ।  ଡିଏନ୍‌ଏ ଟେଷ୍ଟ ପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ଉପସ୍ଥାପନ କରାଯିବା ପରେ ଏହାକୁ ଟେଷ୍ଟ ପାଇଁ ଭୁବନେଶ୍ବର ଅଣାଯିବ ।…

{"id":160349}

ଯାହାଙ୍କୁ ଖୋଜା ଚାଲିଥିଲା  ଆଜି ସେ ଧରାଦେଲେ। ଆତ୍ମସମର୍ପଣ କଲେ । ଜଗତସିଂହପୁର ବିରିଡ଼ି ଥାନାରେ ଆତ୍ମସମର୍ପଣ କଲେ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ୍ ରାଜା । ନର୍ସ ନିହାରିକା ପାତ୍ରଙ୍କ ବୟଫ୍ରେଣ୍ଡ ।  କିଶୋର ଆଜି ଟ୍ରେନ୍‌ରେ ଆସି କଟକରେ ଓହ୍ଲାଇବା ପରେ ଏକ କାରରେ ଯାଇ ଜଗତସିଂହପୁର ବିରିଡ଼ି ଥାନା ହାଜିପୁର ବଜାର ଠାରୁ କିଛି ଦୂରରେ ଓହ୍ଲାଇଥିଲେ ।

{"id":160350}

ଏହାପରେ ବିରିଡ଼ି ଥାନାର ଜଣେ କନେଷ୍ଟବଳ ତାଙ୍କୁ ବାଇକରେ କିଛି ବାଟ ନେବାପରେ ବିରିଡ଼ି ଥାନା ଗାଡ଼ିରେ ତାଙ୍କୁ କଟକ ଆଡ଼କୁ ନିଆଯାଇଥିଲା ।ପରେ ଅଭିଯୁକ୍ତ ରାଜାଙ୍କୁ ପୋଲିସ କଟକ ଜିଲ୍ଲାର କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।ରାଜାଙ୍କ ଠାରୁ ହିଁ ନିହାରିକାଙ୍କ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାସ୍ ହେବ ବୋଲି ଆଶା କରାଯାଉଛି ।…

{"id":160074}

ଏପଟେ  ନିହାରିକାଙ୍କ ବାପା ମା’ଙ୍କର ଡିଏନ୍‌ଏ ଟେଷ୍ଟ ପାଇଁ ବିରିଡ଼ି ପୋଲିସ ସେମାନଙ୍କୁ ନେଇ ଆଜି ଦିନ ୨ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲା । ନିହାରିକାର ମୃତ୍ୟୁରେ ତାଙ୍କର ମା’ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ବାରମ୍ବାର ମୂର୍ଚ୍ଛା ହୋଇ ଯାଉଥିଲେ ।

{"id":160057}

ନିହାରିକାଙ୍କ ମା’ଙ୍କ ମୁହଁରେ ଗୋଟିଏ କଥା ଥିଲା ଯିଏ ମୋ ଝିଅକୁ ହତ୍ୟା କରିଛି ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ।ତାଙ୍କ ବାପାଙ୍କ ଅବସ୍ଥା ମଧ୍ୟ ସେହିଭଳି । ନିହାରିକାଙ୍କ ବାପା କାନ୍ଦିକାନ୍ଦି ଝିଅର ହତ୍ୟାକାରୀକୁ ଫାଶୀଖୁଣ୍ଟରେ ଝୁଲାଇବାକୁ ଗଣମାଧ୍ୟମ ଆଗରେ ବାରମ୍ବାର ଅନୁରୋଧ କରୁଥିଲେ ।…

{"id":160109}

କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ମାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏହାପରେ ଏହି ନମୁନାକୁ ଜଉମୁଦ ସିଲ୍‌ କରାଯାଇ ସଂପୁର୍ଣ୍ଣ ସୁରକ୍ଷିତ ଭାବେ ଜଗତସିଂହପୁର ବିରିଡ଼ି ଥାନାକୁ ନିଆଯାଇଛି । ଆସନ୍ତାକାଲି ରକ୍ତ ନମୁନା ସହ ବିରିଡ଼ି ପୋଲିସ ଜଗତସିଂହପୁର ଏସଡିଜେଏମ୍‌ କୋର୍ଟରେ ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ କରିବ ।

{"id":160152}

କୋର୍ଟଙ୍କ ନିର୍ଦ୍ଦେଶ ପରେ ଜଉମୁଦ ଦେଇ ସିଲ୍‌ କରାଯାଇଥିବା ରକ୍ତ ନମୁନା ଭୁବନେଶ୍ବର ରସୁଲଗଡ଼ରେ ଥିବା ଡିଏନ୍‌ଏ ଟେଷ୍ଟ ଲାବୋରୋଟୋରୀକୁ ପଠାଯିବ । ଡିଏନ୍‌ଏ ଟେଷ୍ଟ ରିପୋର୍ଟ ସ୍ପଷ୍ଟ କରିବ ବିଲୁଆଖାଇ ନଦୀ ପଠାରୁ ମିଳିଥିବା ମୃତଦେହ ନିହାରିକାଙ୍କର ବୋଲି। …

{"id":160116}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.