Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବିକାଶ ଦୁବେକୁ କିପରି କରାଗଲା ଏନକାଉଣ୍ଟର ? କାନପୁର ପୋଲିସ କହିଲା ସମ୍ପୂର୍ଣ୍ଣ ଘଟଣା

10/07/2020 at 9:33 AM

କାନପୁର, ୧୦|୦୭:  ମୋଷ୍ଟଓ୍ୱାଣ୍ଡେଡ୍ ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି । କାନପୁରର ବିକରୁ ଗ୍ରାମରେ ଗତ ୨ ତାରିଖରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବିକାଶ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା । ଉଜ୍ଜୟିନୀରୁ କାନପୁର ନେବା ବାଟରେ ଫେରାର ହେବାକୁ ଚେଷ୍ଟା କରିଥିଲା ବିକାଶ । ତେଣୁ ପୋଲିସକୁ ବାଧ୍ୟ ହୋଇ ଏନକାଉଣ୍ଟର କରିବାକୁ ପଡିଥିଲା ।

ବିକାଶର ଏନକାଉଣ୍ଟରକୁ ନେଇ କାନପୁର ପୋଲିସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବିକାଶକୁ ଉଜ୍ଜୟିନୀରେ ଗିରଫ କରାଯିବା ପରେ ଏସଟିଏଫ ଟିମ୍ ଶୁକ୍ରବାର ସକାଳେ କାନପୁର ନଗର ଅଣାଯାଉଥିଲା । କାନପୁର ନଗରର ଭୌତି ନିକଟରେ ପୋଲିସର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିା । ବିକଶ ଓ ପୋଲିସ କର୍ମୀ ଏଥିରେ ଆହତ ହୋଇଥିଲେ । ଏହି ସମୟରେ ବିକାଶ ଆହତ ପୋଲିସ କର୍ମୀଙ୍କ ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ପିଛା କରି ଆତ୍ମସମର୍ପଣ କରିବାକୁ କହିଥିଲା । କିନ୍ତୁ ସେ ପୋଲିସ ଉପରକୁ ଓଲଟା ଗୁଳି ଚଳାଇଥିଲା । ପୋଲିସ ଆତ୍ମରକ୍ଷା ଲାଗି ପାଲଟା ଆକ୍ରମଣ କରିଥିଲା । ଏଥିରେ ବିକାଶ ଗୁରୁତର ହୋଇ ପଡିଥିଲା ।

ପୋଲିସର କହିବାନୁସାରେ, ବିକାଶକୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳ ବିକାଶ ପ୍ରାଣ ହରାଇଥିଲା ।

   Related Posts