Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜୀବନକୁ ବାଜି ଲଗାଇ ଭୂମିକାଙ୍କୁ ଉଦ୍ଧାର କରିଥିଲେ ପୋଲିସ ଏଏସଆଇ ଓ ୨ ଡ୍ରାଇଭର, କେମିତି ଥିଲା ପୁରା ଘଟଣା…

16/11/2020 at 10:20 AM

କଟକ,୧୬/୧୧: ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା ଅସାବଧାନତା ପାଇଁ ନଦୀରେ ପଡିଯାଆନ୍ତୁ ବା ପାଣିକୁ ଡେଇଁଥାନ୍ତୁ ସେ କିନ୍ତୁ ମହାନଦୀର ମହାସ୍ରୋତରୁ ଉଦ୍ଧାର ପାଇଛନ୍ତି । ଭୂମିକାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ଜଣେ ପୋଲିସ ଏଏସଆଉ ଓ ୨ ଟ୍ରକ୍ ଡ୍ରାଇଭର । ଏହି ଉଦ୍ଧାରରେ ସେମାନେ ଦେବଦୂତ ସାଜିଥିଲେ । ନିଜ ଜୀବନକୁ ଖାତିର ନକରି ମହାନଦୀକୁ ଏହି ତିନି ଜଣ ଡେଇଁ ଭୂମିକାଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ  । ଏଭଳି ଅଦମ୍ୟ ସାହସିକତା ପାଇଁ ଏହି ତିନି ଜଣଙ୍କୁ ସାବାସୀ ଦିଆଯାଉଛି ।

ସୂଚନାନୁସାରେ, ରବିବାର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ସିଡିଏ ଫେଜ୍‌-୨ ପିସିଆର୍‌ରେ କାମ କରୁଥିବା ଏଏସ୍‌ଆଇ ତ୍ରୈଲୋକ୍ୟ ପରିଡ଼ାଙ୍କୁ ମହାନଦୀରେ ଜଣେ ମହିଳା ପଡ଼ିଯାଇଥିବା ଖବର ମିଳିଥିଲା  । ସେ ତୁରନ୍ତ ଯାଇ ଘଟଣା ସ୍ଥଳରେ ପହଁଚିଲେ । ଠିକ୍‌ ଏହି ସମୟରେ ଧବଳେଶ୍ୱର ମନ୍ଦିର ଅଞ୍ଚଳର ଦୁଇ ଟ୍ରକ୍‌ ଡ୍ରାଇଭର ହାଡ଼ିବନ୍ଧୁ ଦଳେଇ ଓ ସୁନିଲ କୁମାର ରାଉତ କଟକରୁ କାମ ସାରି ଘରକୁ ଫେରୁଥିଲେ ।  ସେମାନେ ମଧୁସୂଦନ ବ୍ରିଜ୍‌ ଉପରେ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ । ଜଣେ ମହିଳା ପାଣିରେ ପଡ଼ିଯାଇଥିବା ସେମାନେ ଶୁଣିଥିଲେ । ତେଣୁ ସେମାନେ ନଦୀକୂଳିଆ ପିଲା ହୋଇଥିବାରୁ ନଦୀକୁ ଡେଇଁ ମହିଳାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ।

ଏଭଳି ସ୍ଥିତିରେ ଏଏସ୍‌ଆଇ ପରିଡ଼ା ମଧ୍ୟ ପାଣିରେ ଡେଇଁବା ପାଇଁ ପ୍ରସ୍ତୁତ ହେଲେ । ଏହା ପରେ ତିନି ଜଣ ଏକ ସଙ୍ଗେ ପାଣିକୁ ଡିଆଁ ମାରି ଭୂମିକାଙ୍କ ପାଖରେ ପହଁଚିଥିଲେ । ତିନି ଜଣ ଭୂମିକାଙ୍କୁ ଉଦ୍ଧାର କରିଥିଲେ । ବ୍ରିଜ୍‌ ଉପରୁ ଅନ୍ୟ ପୁଲିସ କର୍ମଚାରୀ ଦଉଡ଼ି ପକାଇବା ପରେ ପ୍ରଥମେ ଭୂମିକାଙ୍କୁ ଉପରକୁ ପଠାଗଲା । ପରେ ଏଏସ୍‌ଆଇ ପରିଡ଼ା ଏବଂ ହାଡ଼ିବନ୍ଧୁ ଓ ସୁନିଲ ଜଣଙ୍କ ପରେ ଜଣେ ଉପରକୁ ଆସିଲେ । ଏହି ଉଦ୍ଧାର କରିବା ବିଷୟ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଚାରିଆଡ଼ୁ ପ୍ରଶଂସାର ସୂଅ ଛୁଟିଛି । ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କୁ ବଞ୍ଚାଇବା ସାହସିକତା ଓ ମହାନତାର କାମ ବୋଲି ପ୍ରଶଂସା କରାଯାଉଛି ।

   Related Posts