Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

କେମିତି ସୁଡଙ୍ଗ ଭିତରେ ମଲା ଦୁନିଆର ସବୁଠୁ ଖତର୍ନାକ୍ ଆତଙ୍କବାଦୀ ବାଗଦାଦି ଜାଣନ୍ତୁ , ଟ୍ରମ୍ପ ଦେଲେ ସୂଚନା

27/10/2019 at 9:50 PM

ନ୍ୟୁୟର୍କ ୨୭।୧୦ – ବିଶ୍ବର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ମୃତ୍ୟୁ ସୂଚନା । ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦି ପ୍ରାଣ ହରାଇଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏ ବିଷୟରେ ଘୋଷଣା କରିଛନ୍ତି ।ବାଗଦାବି ସୁଇସାଇଡ୍‌ କରିଛି । ନିଜେ ପିନ୍ଧିଥିବା ବିସ୍ପୋରକ ଜ୍ୟାକେଟ୍‌ରେ ନିଜକୁ ଉଡାଇ ଦେଇଥିବା ସୂଚନା ମିଳିଛି ।

ଦୁନିଆର ସବୁଠୁ ଖତର୍ନାକ୍ ଆତଙ୍କବାଦୀ ସଫା । ବିଶ୍ବର ସବୁଠୁ ବିପଜ୍ଜନକ ଆତଙ୍କବାଦୀ ଅବୁ ବକର ଅଲ୍ ବାଗଦାଦି ପ୍ରାଣ ହରାଇଥିବା ସୂଚନା ।ଆମେରିକା ସେନାର ଆକ୍ରମଣରେ ବାଗଦାଦି ପ୍ରାଣ ହରାଇଥିବା ସୂଚନା ମିଳିଛି ।ଆମେରିକା ସମେତ ବିଶ୍ବର ଅନେକ ଦେଶର ସୁରକ୍ଷା ଏଜେନ୍ସୀର ନିଦ ହଜାଇ ଦେଇଥିବା ଏହି କୁଖ୍ୟାତ ଆତଙ୍କବାଦୀର ମୃତ୍ୟୁକୁ ଏକ ବଡ଼ ସଫଳତା କୁହାଯାଇପାରେ ।କାରଣ ବାଗଦାଦିରେ ନିର୍ଦ୍ଦେଶରେ କିମ୍ବା ତାର ଆଦର୍ଶରେ ଅନୁପ୍ରାଣିତ ହୋଇ ଇସଲାମିକ୍ ଷ୍ଟେଟ୍ର ଆତଙ୍କବାଦୀ ମାନେ ବିଶ୍ବର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଆକ୍ରମଣ ଘଟାଇ ସାରିଛନ୍ତି ।ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଉତ୍ତର-ପଶ୍ଚିମ ସିରିୟାରେ ଆମେରିକା ସେନା ରେଡ୍ କରିଥିଲା। ଏଥିରେ ବାଗଦାଦି ପ୍ରାଣ ହରାଇଛି।

ନିଜେ ପିନ୍ଧିଥିବା ବିସ୍ଫୋରକ ଜ୍ୟାକେଟକୁ ଉଡ଼ାଇ ବାଗଦାଦି ସୁଇସାଇଡ୍ କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି। ଆଇଏସଆଇଏସ ମୁଖିଆ ଅବୁ ବକର ଅଲବାଗଦାଦିକୁ ଟାର୍ଗେଟ କରି ତା ବିରୋଧରେ ରାଷ୍ଟ୍ରପତି ଟ୍ରମ୍ପ ଏକ ସ୍ବତନ୍ତ୍ର ଅପରେସନ ପାଇଁ ଅନୁମତି ଦେଇଥିଲେ । ଏଥିରେ ଆମେରିକା ସେନାକୁ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି । ଆଗରୁ ମଧ୍ୟ ଅନେକ ଥର ବାଗଦାଦି ପ୍ରାଣ ହରାଇ ଥିବା ନେଇ ପ୍ରଚାର ହୋଇଥିଲା। ISIS ସଂଗଠନ ମୁଖିଆ ବାଗଦାଦିର ଠିକଣା ଇରାକ ଏବଂ ସିରିଆ । ତେବେ ତାର ଅସଲ ଠିକଣା ନେଇ କୌଣସି ସୂଚନା ନାହିଁ ।

ବାଗଦାଦ ସହରର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲା ବାଗଦାଦି । ୨୦୦୩ରେ ଇରାକରେ ଆମେରିକା ସେନା ପ୍ରବେଶ କରିବା ବେଳେ ଏକ ମସଜିଦରେ ମୌଲବୀ ଥିଲା ବାଗଦାଦି । ୨୦୦୪ରେ ଗିରଫ ହେବା ପରେ ଅନେକ ଦିନ ଧରି ତାକୁ ଆମେରିକା ଜେଲରେ ରଖା ଯାଇଥିଲା । ସେଠାରୁ ମୁକୁଳିବା ପରେ ସେ ସିରିଆ ଚାଲି ଯାଇ ସେଠାରେ ଆତଙ୍କୀ ସଂଗଠନ ଚଳାଇବା ଆରମ୍ଭ କରିଥିଲା ।

୨୦୦୬ରେ ଆଲକାଏଦାର ଏକ ଶାଖାକୁ ବଦଳାଇ IS ନାଁ ଦେଇଥିଲା । ୨୦୧୩ରେ ଏହା ISIS ନାଁରେ ଆତଙ୍କୀ କାରନାମା ଚଳାଇଥିଲା । ISIS ଆତଙ୍କୀ ବିଦେଶୀ ନାଗରିକଙ୍କୁ ଧରି ସେମାନଙ୍କ ମୁଣ୍ଡ କାଟିବା ଭଳି ଜଘନ୍ୟ କାଣ୍ଡ କରୁଥିଲେ । ଏହାଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଚାପ ସୃଷ୍ଟି କରିବା ଏବଂ ଆତଙ୍କ ଖେଳାଇବା ଥିଲା ଲକ୍ଷ୍ୟ । ଏହାପରଠୁ ବାଗଦାଦିକୁ ଧରିବା ଲାଗି ଆମେରିକା ସେନା ଅପରେସନ୍ ଚଳାଇଥିଲା ।

୨୦୧୪ରେ ମୋସୁଲ ଠାରେ ଥିବା ମସଜିଦରେ ବାଗଦାଦି ଦେଇଥିବା ଭାଷଣ ଚର୍ଚ୍ଚାକୁ ଆସିଥିଲା । ୨୦୧୭ରେ ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ ଅପରେସନରେ ବାଗଦାଦି ଆହତ ହୋଇଥିବା କୁହାଯାଇଥିଲା । ତେବେ ଏହାପରେ ସେ ବାରମ୍ବାର ଭିଡିଓ ଜାରି କରି ନିଜର ଉପସ୍ଥିତି ଜାହିର କରିଥିଲା ।

   Related Posts