ଆଶୁତୋଷ ରାଣାଙ୍କୁ ଏହିଭଳି ମିଳିଥିଲା 'ଲଜ୍ଜା ଶଙ୍କର ପାଣ୍ଡେ' ଚରିତ୍ର ଯାହାକୁ ଦେଖି ଦର୍ଶକଙ୍କ ଲୋମଟାଙ୍କୁରୀ ଉଠିଥିଲା

Published By : Prameya-News7 Bureau | November 10, 2020 IST

ମୁମ୍ବାଇ ୧୦/୧୧ : ବଲିଉଡର ବରିଷ୍ଠ ଅଭିନେତା ଆଶୁତୋଷ ରାଣାଙ୍କର ଆଜି ୫୩ତମ ଜନ୍ମଦିନ। ୧୯୬୭ ନଭେମ୍ବର ୧୦ ତାରିଖରେ ମଧ୍ୟ ପ୍ରଦେଶ ଗାଡରବାରାରେ ଜନ୍ମ ହୋଇଥିଲେ ଆଶୁତୋଷ ରାଣା। ୧୯୯୬ ମସିହାରୁ ଏବେ ସୁଦ୍ଧା ଆଶୁତୋଷ ରାଣା ଫିଲ ଜଗତରେ ସକ୍ରିୟ ଅଛନ୍ତି। ବଲିଉଡରେ ନେଗେଟିଭ ଚରିତ୍ର ପାଇଁ ସେ ବହୁତ ଲୋକପ୍ରିୟ | ୧୯୯୯ ମସିହାରେ ତାଙ୍କ ଅଭିନୀତ ଫିଲ୍ମ 'ସଂଘର୍ଷ' ତାଙ୍କୁ ବହୁତ ଲୋକପ୍ରିୟତା ଦେଇଥିଲା | ଏହି ଫିଲ୍ମରେ ଆଶୁତୋଷଙ୍କ ଅଭିନୟକୁ ଦର୍ଶକ ଆଜି ମଧ୍ୟ ମନେରଖିଛନ୍ତି।

{"id":359262,"sizeSlug":"large"}

ଫିଲ୍ମ ସଂଘର୍ଷରେ ଅକ୍ଷୟ କୁମାର ଓ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଆଶୁତୋଷ ଜଣେ କିନ୍ନର ଲଜ୍ଜା ଶଙ୍କର ପାଣ୍ଡେ ଚରିତ୍ରରେ ଅଭିନୟ କରିଥିଲେ। କାହାଣୀ ଅନୁସାରେ ସେ ଶିଶୁଙ୍କୁ ବଳି ଦେଇ ଅମର ହେବାକୁ ଚାହୁଁଥିଲା। ଏହି ଫିଲ୍ମରେ ଆଶୁତୋଷଙ୍କ ଦମଦାର ଅଭିନୟ ତାଙ୍କୁ ବଲିଉଡର ଜଣେ ପ୍ରତିଷ୍ଠିତ ଭିଲେନ ଭାବେ ପରିଚୟ ଦେଇଥିଲା। ଫିଲ୍ମରେ ଆଶୁତୋଷଙ୍କ ଗେଟ ଅପ ଠାରୁ ଆରମ୍ଭ କରି ତାଙ୍କ ଚରିତ୍ରକୁ ଏହିଭଳି ଦର୍ଶାଯାଇଥିଲା ଯେ ଲୋକଙ୍କ ଲୋମଟାଙ୍କୁରୀ ଉଠିଥିଲା। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର ଅଭିନୟ କରିଥିଲେ ସୁଦ୍ଧା ଫିଲ୍ମର ପୁରା କ୍ରେଡିଟ ଲଜ୍ଜା ଶଙ୍କର ପାଣ୍ଡେକୁ ମିଳିଥିଲା।

{"id":359263,"sizeSlug":"large"}

ମିଡ଼ିଆ ରିପୋର୍ଟ ଅନୁସାରେ, ସେତେବେଳେ ଆଶୁତୋଷ ହାଇଦ୍ରାବାଦରେ ଅକ୍ଷୟ କୁମାରଙ୍କ ସହ 'ଜାନଵର୍' ଫିଲ୍ମର ସୁଟିଂ କରୁଥିଲେ। ସେତେବେଳେ ମହେଶ ଭଟ୍ଟ ଦିନେ ତାଙ୍କୁ ଫୋନ୍ କରିଥିଲେ। ସେ କହିଥିଲେ ଯେ ସେ ଏକ ଫିଲ୍ମ କରିବାକୁ ଯାଉଛନ୍ତି 'ସଂଘର୍ଷ', ଯେଉଁଥିରେ ଭିଲେନର ଏକ ଚରିତ୍ର ଅଛି, ସେହି ଚରିତ୍ର ଠାରୁ ବଡ ଭିଲେନ୍ ଚରିତ୍ର ଆଜି ଯାଏଁ ହୋଇନି। କିନ୍ତୁ ଏହି ଚରିତ୍ର ମୁଁ ତୁମକୁ ଦେବିନି ଆଉ କାହାକୁ ଦେବି। ମହେଶ ଭଟ୍ଟଙ୍କ ଏହି କଥା ଶୁଣି ଆଶୁତୋଷ ଆର ଦିନ ଫ୍ଲାଇଟରେ ଚେମ୍ବୁରରେ ପହଞ୍ଚିଗଲେ ଯେଉଁଠାରେ ସେ ଏକ ଫିଲ୍ମର ସୁଟିଂ କରୁଥିଲେ। ଆଶୁତୋଷ ମହେଶ ଭଟ୍ଟଙ୍କୁ କହିଥିଲେ ଯେ, 'ଆପଣ କହିଦିଅନ୍ତୁ ଯେ ମୁଁ ଭଲ ଅଭିନେତା ନୁହେଁ, କିମ୍ବା ଆପଣ ଯାହାକୁ ଏହି ଚରିତ୍ର ଦେବାକୁ ଚାହୁଁଛନ୍ତି ତା ସହ ମୋର ଏକ ଅଡିସନ୍ ନେଇଯାଆନ୍ତୁ। ଯଦି ଅଡିସନରେ ମୁଁ ସିଲେକ୍ଟ ନ ହୁଏ ତାହେଲେ ଆପଣ ମୋତେ ଖାରଜ୍ କରିଦେବେ।' ଆଶୁତୋଷଙ୍କ ଏହି କଥା ଶୁଣି ମହେଶ ଭଟ୍ଟ ହସିଲେ। କାରଣ ଏହି ଚରିତ୍ର ପାଇଁ ଆଶୁତୋଷଙ୍କୁ ସେ ପୂର୍ବରୁ ହିଁ ବାଛି ସାରିଥିଲେ। ସେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ, ସେଥିପାଇଁ ଫୋନ କରି ଏହିସବୁ କଥା କହିଥିଲେ।

{"id":359264,"sizeSlug":"large"}

ମହେଶ ଭଟ୍ଟ ବହୁତ ଭଲ ଭାବେ ଜାଣିଥିଲେ ଯେ ଏହି ଚରିତ୍ର ଆଶୁତୋଷ ରାଣାଙ୍କ ଠାରୁ ଆଉ କେହି ବି ଭଲ କରିପାରିବେନି। ତାହା ହିଁ ହେଲା। ଆଶୁତୋଷ ଏହି ଚରିତ୍ର ବହୁତ ଭଲ କରିଥିଲେ ଓ ଫିଲ୍ମର ପୁରା କ୍ରେଡିଟ୍ ନେଇଥିଲେ। ସଂଘର୍ଷ ଫିଲ୍ମ ପରେ ଆଶୁତୋଷ ଆଉ କେବେ ପଛକୁ ବୁଲି ଦେଖିନଥିଲେ। ଲଗାତାର ଫିଲ୍ମ କରିଚାଲିଲେ। ବଲିଉଡରେ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.