Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

‘ଓମିକ୍ରନ୍‌’ର ଲକ୍ଷଣ କ’ଣ କ’ଣ : ଅନ୍ୟ କୋଭିଡ୍‌ ସଂକ୍ରମଣ ଠାରୁ ଏହା କେତେ ଅଲଗା ଓ ଭୟଙ୍କର ?

29/11/2021 at 10:14 PM

କେପଟାଉନ୍‌/ଜେନିଭା ୨୯/୧୧: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ଚିନ୍ତାରେ ବିଶ୍ବ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)  ମଧ୍ୟ ଏହି ଭୂତାଣୁକୁ ଚିନ୍ତାର ବିଷୟ ବୋଲି କହିଛି। ଆମେରିକା, ବ୍ରିଟେନ୍‌ ସମେତ ଦୁନିଆର ଅନେକ ଦେଶ ଏବେ ପୁଣି ଥରେ ନିଜର ସୀମା ସିଲ୍‌ କରିବା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍‌ ଭାରିଏଣ୍ଟ ଆବିଷ୍କାର କରିଥିବା ଡାକ୍ତର ଏଞ୍ଜୋଲିକ୍‌ କୋଏତଜୀ ନୂଆ ଖୁଲାସା କରିଛନ୍ତି। ରୋଗୀଙ୍କ ଶରୀରରେ ନୂଆ ଭାରିଏଣ୍ଟ କେମିତି ପ୍ରଭାବ ପକାଇବ ସେନେଇ କହିଛନ୍ତି ଏଞ୍ଜୋଲିକ୍‌।

ଲକ୍ଷଣ କହିଲେ ଡାକ୍ତର

ଡାକ୍ତର ଏଞ୍ଜୋଲିକ୍‌ କୋଏତଜୀଙ୍କ ମତରେ ଏବେ ସୁଦ୍ଧା ଓମିକ୍ରନ୍‌ ଭାରିଏଣ୍ଟ ଦ୍ବାରା ସଂକ୍ରମିତଙ୍କ ଶରୀରରେ ବହୁତ କମ ଲକ୍ଷଣ ଦେଖାଦେଇଛି। କିନ୍ତୁ କମଜୋର ଲୋକଙ୍କ କ୍ଷେତ୍ରରେ ଓମିକ୍ରନ୍‌ର ପ୍ରଭାବ କଣ ହେବ ସେନେଇ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। ନଭେମ୍ବର ୧୮ ତାରିଖରେ ତାଙ୍କ ପାଖକୁ ଆସିଥିବା ଜଣେ ରୋଗୀ ଭୀଷଣ ଦେହ ହାତ ବିନ୍ଧା ଏବଂ ମୁଣ୍ଡବ୍ୟଥା ଅନୁଭବ କରୁଥିଲେ ବୋଲି ସେ କହିଛନ୍ତି। ଏହି ଲକ୍ଷଣ ବିଲକୁଲ୍‌ ସାଧରଣ ଜ୍ବରର ଲକ୍ଷଣ ଭଳି। ସେପଟେ ୮ରୁ ୧୦ ସପ୍ତାହ ହେଲା କରୋନା ସମ୍ପର୍କରେ ସେମିତି କିଛି ତଥ୍ୟ ସାମ୍ନାକୁ ଆସିନାହିଁ ତେଣୁ ନୂଆ ଭାରିଏଣ୍ଟର ଲକ୍ଷଣ ଉପରେ ଆହୁରି ଅଧ୍ୟୟନ ହେବା ଦରକାର ବୋଲି ​ ଏଞ୍ଜୋଲିକ୍‌ କୋଏତଜୀ କହିଛନ୍ତି। ଏହା ସହ ସେହି ଦିନ ଆହୁରି ଅଧିକ କରୋନା ସଂକ୍ରମିତ ତାଙ୍କ କ୍ଲିନ୍‌କ ଆସିଥିଲେ। ଯେଉଁମାନଙ୍କ ଠାରେ ସମାନ ଲକ୍ଷଣ ଦେଖାଯାଇଥିଲା ବୋଲି ସେ କହିଛନ୍ତି। ତୃତୀୟ ଲହର ସମୟରେ ଡେଲଟା ଭାରିଏଣ୍ଟ ସଂକ୍ରମିତଙ୍କ ଠାରେ ଯେଉଁ ଲକ୍ଷଶ ଦେଖାଯାଉଥିଲା, ଏବେ ଦେଖାଯାଉଥିବା ଲକ୍ଷଣଠୁ ବିଲକୁଲ ଭିନ୍ନ। ଏନେଇ ଜଣପଡ଼ିବା ପରେ କୋଏତଜୀ ସାଙ୍ଗେସାଙ୍ଗେ ଏନେଇ ଏନଆଇସିଡିକୁ ସୂଚନା ଦେଇଥିଲେ।

ଏହା ବ୍ୟତୀତ ଅଧିକାଂଶ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତଙ୍କ ଠାରେ ବହୁତ କମ୍‌ ଲକ୍ଷଣ ଦେଖାଯାଉଥିବା ବେଳେ ସେମାନଙ୍କୁ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଉଛି। ଏହି ପ୍ରକାର କରୋନା ଭୂାତଣୁ ପ୍ରାୟତଃ ୪୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ସଂକ୍ରମିତ କରୁଛି। ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତଙ୍କ ମଧ୍ୟରେ ଅଧାରୁ ଅଧିକ ଭ୍ୟାକସିନ୍‌ ନେଇନାହାନ୍ତି ବୋଲି କୋଏତଜୀ କହିଛନ୍ତି। ଡାକ୍ତର କୋଏତଜୀଙ୍କ ଅନୁସାରେ ‘ଥକାପଣ’ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମଣର ମୁଖ୍ୟ ଲକ୍ଷଣ। ଏହା ସହ ମୁଣ୍ଡ ବିନ୍ଧା, ଦେହ ହାତ ବ୍ୟଥା, ଗଳା କୁଣ୍ଡାଇ ହେବା ମଧ୍ୟ  ଏହାର ଗୋଟିଏ ଗୋଟିଏ ଲକ୍ଷଣ ।

WHO ପାଖରେ ନାହିଁ ତଥ୍ୟ

କରୋନା ଭୂତାଣୁର ଓମିକ୍ରନ୍‌ ଭାରିଏଣ୍ଟ, ଡେଲ୍ଟା ଓ୍ବାନ ତୁଳନାରେ ଅଧିକ ଘାତକ ବୋଲି କହିବା ପାଇଁ ପର୍ଯ୍ୟାପ୍ତ ଡାଟା ନଥିବା ନେଇ କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ସେହିଭଳି ଓମିକ୍ରନ୍‌ ବିରୋଧରେ ଭ୍ୟାକସିନ୍‌ର ପ୍ରଭାବକୁ ନେଇ WHO ଆଶଙ୍କା ପ୍ରକାଶ କରିଛି। ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକମାନଙ୍କ ପାଇଁ କରୋନାର ନୂଆ ଭାରିଏଣ୍ଟ କେତେ ବିପଦ ଆଣିବ ସେନେଇ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାଖରେ ତଥ୍ୟ ନାହିଁ।

ଶୁକ୍ରବାର ହୋଇଥିଲା ଚିହ୍ନଟ

ଶୁକ୍ରବାର ଦିନ ଡବ୍ଲୁଏଚ୍‌ଓ ଓମିକ୍ରନ୍‌ ଭାରିଏଣ୍ଟର ଚିହ୍ନଟ କରିଥିଲା। ଏହି ଭାରିଏଣ୍ଟ ସଂକ୍ରମିତ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲେ। ଏହାକୁ ପୂର୍ବରୁ ମିଳିଥିବା ଅନ୍ୟ ଭାରିଏଣ୍ଟଠୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଗ୍ରୀକ ବର୍ଣ୍ଣମାଳାର ୧୫ ତମ ଅକ୍ଷର ଆଧାରରେ କରୋନାର ଏହି ଭାରିଏଣ୍ଟର ନାମକରଣ କରାଯାଇଛି।   

   Related Posts