Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଜାଣନ୍ତୁ ଏସିର ସଠିକ ଉପଯୋଗ, ସ୍ବାସ୍ଥ୍ୟ ସହ ସଞ୍ଚିତ ହେବ ଟଙ୍କା

19/05/2019 at 6:26 PM

ଗ୍ରୀଷ୍ମ ଓ ବାହ୍ୟ ତାପମାତ୍ରାରୁ ପ୍ରକୋଷ୍ଠର ତାପ ନିୟନ୍ତ୍ରଣ ପାଇଁ ଘର ହେଉ ବା ଅଫିସ ଏବେ ସବୁଠି ବାତାନୁକୂଳିତ ଯନ୍ତ୍ର ବା ଏସିର ବ୍ୟାପକ ଉପଯୋଗ ହେଉଛି। ବୈଷୟିକ ଜ୍ଞାନକୌଶଳର ବିକାଶ ଏଭଳି ଯନ୍ତ୍ର ଏବେ ବିମାନ, ରେଳ, ବସ୍ ଓ କାରରେ ମଧ୍ୟ ବହୁଳ ବ୍ୟବହାର ହେଉଛି। ହେଲେ ଏହାର ଉପଯୋଗ କୌଶଳ ନ ଜାଣିବା ଯୋଗୁ ଲୋକେ ଶୀତତାପନିୟନ୍ତ୍ରକ ପ୍ରଭାବରେ ଆଜମା ଭଳି ଗୁରୁତର  ରୋଗବ୍ୟାଧିର ଶିକାର ହେବା ସହ ଏହାର ବ୍ୟବହାର ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି । ତେବେ ଏସିକୁ କେତେ ଡିଗ୍ରି ସେଲସିୟସରେ ଚଳାଇଲେ ଆମ ସ୍ବାସ୍ଥ୍ୟ  ସୁସ୍ଥ ରହିବା ସହ  ଅନ୍ୟ ଖର୍ଚ୍ଚ ମଧ୍ୟ କମିବ ଆସନ୍ତୁ ଜାଣିବା।

ଦେଶରେ  ଏବେ ଗ୍ରୀଷ୍ମ ଋତୁ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାରେ ଲାଗିଥିବା ବେଳେ ଅସହ୍ୟ ଗରମରେ ଲୋକେ ଛଟପଟ ହେଉଛନ୍ତି। ନା ଲୋକେ ଦିନରେ ଟିକେ ଶାନ୍ତିରେ ବସି ଉଠି ପାରୁଛନ୍ତି ନା ରାତିରେ ଭଲରେ ଟିକେ ଶୋଇ ପାରୁଛନ୍ତି। ଏଣୁ ଗରମରୁ ରକ୍ଷା ପାଇବା ଲାଗି ଲୋକେ ପଙ୍ଖା, କୁଲର ଓ ଏସି ବ୍ୟବହାର କରୁଛନ୍ତି। ତେବେ ବିଳାଶୀ ଲୋକଙ୍କ ଏସି ସଉକ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟାର କାରଣ ପାଲଟୁଛି। କେବଳ ଗ୍ରୀଷ୍ମକାଳୀନ ବ୍ୟବହାର ଉପଯୋଗୀ ନ ହୋଇ ଏବେ ଏସି ସବୁ ଋତୁରେ ଲୋକଙ୍କ ଘରେ ବ୍ୟବହାର ହେଉଥିବା ଦେଖାଯାଉଛି।

ଶୀତତାପ ନିୟନ୍ତ୍ରକ ସମ୍ପର୍କରେ ଲୋକଙ୍କ ଜ୍ଞାନର ଅଭାବ ଯୋଗୁ ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା ପାଇବା ଲାଗି ଲୋକେ  ଯନ୍ତ୍ରକୁ ୧୬ରୁ ୨୦ ଡିଗ୍ରି ରେ ଚଳାଉଛନ୍ତି । ଫଳରେ କିଛି ସମୟ ପରେ ଶୀତ ଲାଗିଲେ ଚାଦର ଘୋଡେଇ ହେଉଛନ୍ତି । ଏହା ଦ୍ବାରା ଲୋକେ ୨ ପ୍ରକାର ଖର୍ଚ୍ଚରେ ପଡନ୍ତି । ପ୍ରଥମ ଖର୍ଚ୍ଚ ଘର ହେଉକି ଅଫିସ ତାର ବିଦ୍ୟୁତ ବିଲ ଓ ଦ୍ବିତୀୟ ଖର୍ଚ୍ଚ ହସ୍ପିଟାଲରେ କରୁଛନ୍ତି। ତେବେ ଏଭଳି ଯନ୍ତ୍ରକୁ ଯଦି ୨୬ରୁ ୨୮ ଡିଗ୍ରି ସେଲସିୟରେ ଚଳାଯାଏ ତେବେ ସ୍ବାସ୍ଥ୍ୟ ସହ ବିଦ୍ୟୁତ ବିଲ ବାବଦ ଖର୍ଚ୍ଚ ମଧ୍ୟ କମ ହୋଇଥାଏ। ଲୋକଙ୍କୁ ଏସିର ଅଭ୍ୟାସ ବି ପଡିନଥାଏ।

ସେହିପରି ଯାନବାହନରେ ଏଭଳି ଯନ୍ତ୍ରର ତୀବ୍ର ଉପଯୋଗ ବାହନର ଇନ୍ଧନ ବାବଦ ଖର୍ଚ୍ଚବୃଦ୍ଧିର କାରଣ ହୋଇଥାଏ। ଲୋକେ ଘରେ, ଗାଡିରେ ଓ କାର୍ଯ୍ୟାଳୟରେ ଏସିରେ ରହିବା ଯୋଗୁ ଏହା ସେମାନଙ୍କ ଶାରୀରିକ ଆବଶ୍ୟକତା ପଡିଯାଏ। ତେବେ ଶୀତ ଋତୁକୁ ଛାଡି ଅନ୍ୟ ସବୁ ଋତୁରେ ଏସି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଯେହେତୁ ଭାରତ ୬ଟି ଋତୁର ଦେଶ, ସବୁ ଋତୁ  ସହ୍ୟ କରିନପାରିଲେ  ଡାକ୍ତରୀ ଖର୍ଚ୍ଚ ବଢିବଢି ଚାଲେ। ଏହି ଖର୍ଚ୍ଚ ଘରର ଜଣକ ପାଇଁ ହେଲେ ଚଳନ୍ତା, ଯେହେତୁ ସମସ୍ତେ ଏହାର ଅଭ୍ୟସ୍ତ ହୋଇଯାଆନ୍ତି ତେଣୁ ପରିବାରର ସମସ୍ତଙ୍କ ପାଇଁ ଖର୍ଚ୍ଚ ପଡିବା ସହ ଲୋକେ ବାହାର କାମ କରିବା ବେଳେ ସବୁ ବେଳେ ଅସୁସ୍ଥତା ଅନୁଭବ କରନ୍ତି। ଏଣୁ ଶୀତତାପ ନିୟନ୍ତ୍ରକ ତାପକୁ ଯଦି ୨୬ରୁ ୨୮ ଡିଗ୍ରି ସେଲସିୟସ ରଖାଯାଏ ତେବେ ଶରୀର ସବୁଋତୁ ଅନୁଭବ କରିବା ସହ ଅସୁସ୍ଥ ହୋଇନଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

   Related Posts