Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଯାହା ନାଁରେ ଅଭିଯୋଗ କରିଥିଲେ ତାକୁ ବାହା ହୋଇଗଲେ : ପ୍ରେମ ବନାମ ଲଭ- ଜିହାଦ ବିବାଦରେ ବରେଲିର ହିନ୍ଦୁ ଯୁବତୀ ଓ ମୁସଲିମ୍ ଯୁବକଙ୍କ ବିବାହ

21/10/2020 at 2:44 PM

ବରେଲି ୨୧/୧୦: ବରେଲିରେ ଲଭ ଜିହାଦର ଏକ ମାମଲା ସାମନାକୁ ଆସିଛି। ଯୁବତୀଙ୍କ ବାପାଙ୍କ ତରଫରୁ  ସେହି କଲୋନୀର ବିଲାଲ ଘୋସି,ତାଙ୍କ ମାଆ,ଶିବମ୍ ଶର୍ମା,ବିଶାଲ ଏବଂ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଫୁସୁଲାଇ ଅପହରଣ କରି ନେଇଯିବାର ମାମଲା ରୁଜୁ ହୋଇଛି। ଯୁବତୀଙ୍କ ପରିବାର ଏବଂ ହିନ୍ଦୁ ଜାଗରଣ ମଞ୍ଚ,ବିଶ୍ବ ହିନ୍ଦୁ ପରିଷଦର ନେତାଙ୍କ ଅଭିଯୋଗ ଥିଲା ଯେ ଏହା ଲଭ ଜିହାଦର ମାମଲା। ହିନ୍ଦୁ କହି ଫୁସୁଲାଇ ଯୁବତୀଙ୍କୁ ଅପହରଣ କରି ନିଆଯାଇଛି। ସେଠାରେ ଜବରଦସ୍ତି ତାଙ୍କ ବୟାନ ବଦଳାଇ ଭିଡିଓ ଭାଇରାଲ୍ କରାଯାଉଛି। ଏହି ମାମଲାରେ ବରେଲିରେ ମଙ୍ଗଳବାର କିଲା ଥାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ ବିକ୍ଷୋଭ କରି ଭଙ୍ଗାରୁଜା କରିଥିଲେ। ଯେଉଁଥିରେ ପୋଲିସ୍ ଲାଠିଚାର୍ଜ କରିଥିଲା। ମାମଲାରେ କିଲା ଥାନାର ଇନସ୍ପେକ୍ଟରଙ୍କୁ ଲାଇନ୍ ହାଜିର ଏବଂ ଦରୋଗା ସମେତ ୩ଜଣ ପୋଲିସକୁ ସସପେଣ୍ଡ କରାଯାଇଛି।

କିଲା ଅଞ୍ଚଳର ଯୁବତୀ ୨ବର୍ଷ ତଳେ ବିଲାଲ ଘୋସିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଥାନାଠୁ ଆରମ୍ଭ କରି ପରିବାର ଲୋକେ ତାଙ୍କୁ ଅନେକ ଗାଳି ଗୁଲଜ କରିଥିଲେ। ପରେ ଯୁବତୀ ସେହି ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ଏହି କାରଣ ଯୋଗୁଁ ସାରା ଦିନ କିଲା ଥାନାରେ ହଇଚଇ ସୃଷ୍ଟି ହୋଇଥିଲା। ଯୁବକ,ଯୁବତୀଙ୍କ ସହ ସପ୍ତମ ଶ୍ରେଣୀ ଯାଏଁ ପଢ଼ିଥିଲେ। ଅଷ୍ଟମରେ ଫେଲ୍ ହେବା ପରେ ସେ କ୍ଷୀର,ଦହିର ପୈତୃକ ବ୍ୟବସାୟ ସମ୍ଭାଳିଥିଲେ। ଯୁବତୀ ତାଙ୍କୁ ପୂର୍ବରୁ ଜାଣିଥିଲା। ପୋଲିସକୁ ଯୁବକଙ୍କ ଲୋକେସନ ପ୍ରଥମେ ହଲଦଓ୍ବାନିରେ ମିଳିଥିଲା। ଏବେ ସେ ଦିଲ୍ଲୀରେ ଅଛନ୍ତି।

ବିଲାଲ ତାଙ୍କ ହିନ୍ଦୁ ବନ୍ଧୁଙ୍କ ସହ ତାଙ୍କ ପରି ହୋଇ ରହୁଥିଲେ। ସେ ମନ୍ଦିରକୁ ଯାଉଥିଲେ ଏବଂ ମୁଣ୍ଡରେ ଚନ୍ଦନ ମଧ୍ୟ ଲଗାଉଥିଲେ। ତାଙ୍କ ହାତରେ ସୂତା ମଧ୍ୟ ବନ୍ଧା ହୋଇ ରହିଥିଲା। ବିଲାଲ ଅଷ୍ଟମ ଫେଲ୍ ଥିବାବେଳେ ଯୁବତୀ ବିଏସସି କରୁଥିଲେ। ଦୁହେଁ ପରସ୍ପର ସହ କଥା ହେଉଥିଲେ।

ମଙ୍ଗଳବାର ସକାଳେ ପୋଲିସକୁ ଯୁବକ ଏବଂ ଯୁବତୀଙ୍କ ଦିଲ୍ଲୀରେ ରହିଥିବାର ସୂଚନା ମିଳିଛି। ଏହା ପରେ ୨ଦରୋଗା ସମେତ ୮ଜଣ ପୋଲିସ୍ କର୍ମଚାରୀ ଦିଲ୍ଲୀ ପହଞ୍ଚି ଯାଇଥିଲେ। ପୋଲିସ୍ ସାକେତ କୋର୍ଟର ବାହାରେ ଥିଲା। ଯୁବକ ଏବଂ ଯୁବତୀ ଓକିଲଙ୍କ ସହ ଭିତରେ ଥିଲେ। ବରେଲିରେ କିଲା ଥାନାରେ ଯେତେବେଳେ ତାଙ୍କୁ ଉତ୍ତେଜନାର ସୂଚନା ମିଳିଥିଲା ଓକିଲମାନେ ତାଙ୍କ ମୋବାଇଲ୍ ନମ୍ବର ବନ୍ଦ କରି ଦେଇଥିଲେ। ଯାହା ଫଳରେ ତାଙ୍କ ଲୋକେସନ ମିଳିବା ବନ୍ଦ ହୋଇ ଯାଇଥିଲା। ପରେ ଯୁବକ ଏବଂ ଯୁବତୀ ବୁରଖା ପିନ୍ଧି କୋର୍ଟରୁ ଫେରାର ହୋଇ ଯାଇଥିଲେ।

   Related Posts