ଘରେ ବସି ମାସକୁ ୮ଲକ୍ଷ ଟଙ୍କା ରୋଜଗାର କରନ୍ତି ରୀତୁ : ଆପଣ ବି କରିପାରିବେ ଏହି କାମ

Published By : Prameya-News7 Bureau | January 28, 2019 IST

ସୋନିପତ ୨୮/୧: ଉତ୍ତର ଭାରତର ଏକ ରାଜ୍ୟ ହରିୟାଣା, ଯେଉଁଠାରେ ଲିଙ୍ଗାନୁପାତ ବହୁତ କମ୍ ଦେଖିବାକୁ ମିଳିଥାଏ। ଏଠଟାରେ ମହିଳାମାନେ ନିଜର ସ୍ଥାନ ପାଇବା ପାଇଁ କେବଳ କଠୋର ପରିଶ୍ରମ ନୁହେଁ ବରଂ ବିଭିନ୍ନ ପ୍ରକାର ସାମାଜିକ ପରିସ୍ଥିତିରେ ସଂଘର୍ଷ କରିଥାଆନ୍ତି। କିନ୍ତୁ ଏହି ରାଜ୍ୟରେ ରୀତୁ କୈାଶିକ ନାମ୍ନୀ ଜଣେ ମହିଳା ରୁହନ୍ତି ଯିଏ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ଜଡ଼ିତ ହୋଇ ନିଜର ବ୍ୟବସାୟ କରି ମାସକୁ ୮ଲକ୍ଷ ଟଙ୍କା ଉପାର୍ଜନ କରନ୍ତି।

{"id":79110,"width":596,"height":294}

ରୀତୁ କୈାଶିକଙ୍କ ଘର ହରିୟାଣାର ସୋନିପତରେ। ରୀତୁ ହ୍ୟାଣ୍ଡବ୍ୟାଗ୍ ପ୍ରସ୍ତୁତ କରି ଫ୍ଲିପକାର୍ଟ ସହ ଏକ ବିକ୍ରେତା ଭାବେ ବ୍ୟବସାୟ କରନ୍ତି। ସେ ୨୦୧୬ମସିହାରୁ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏକ ସାକ୍ଷାତକାରରେ ରୀତୁ କହିଥିଲେ ‘‘ମୁଁ ନିଜ ସୈାକକୁ ହିଁ ନିଜ ବ୍ୟବସାୟରେ ପରିଣତ କଲି। ’’

ରୀତୁ ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗ୍ରାଜୁଏସନ୍ ପୂରା କରିଥିଲେ। ନିଜ ଦୁଇ ପିଲାଙ୍କ ଯତ୍ନ ନେବା ସହ ରୀତୁ କଲେଜ ଯାଉଥିଲେ। ୧୬ବର୍ଷ ବୟସରେ ବିବାହ କରିଥିବା ରୀତୁଙ୍କ ସ୍ବାମୀ ତାଙ୍କୁ ଏଦିଗରେ ପୂରା ସହଯୋଗ କରିଥିଲେ।

ନିଜ ଆଖପାଖର ଲୋକଙ୍କୁ ଅନଲାଇନ୍ ଶପିଂ କରୁଥିବା ଦେଖି ରୀତୁଙ୍କ ମନକୁ ଏହି ବ୍ୟବସାୟର କୈାଶଳ ଆସିଥିଲା। କିନ୍ତୁ ଏଥିପାଇଁ ମଧ୍ୟ ତାଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟମାନେ କହିଥିଲେ ଯେ ତାଙ୍କ ସ୍ବାମୀ ରୋଜଗାର କରୁଥିବାରୁ ତାଙ୍କୁ ଏସବୁ କରିବା କିଛି ଆବଶ୍ୟକତା ନାହିଁ। ସେ ଏକ ମହିଳା ହୋଇଥିବାରୁ ସମସ୍ତେ ତାଙ୍କୁ ଏପରି କହିଥିବାର ସେ କହିଥିଲେ।

ଏଦିଗରେ ତାଙ୍କୁ ଫ୍ଲିପକାର୍ଟ ସାହାଯ୍ୟର ହାତ ବଢ଼ାଇଥିଲା ବୋଲି ସେ କହିଛନ୍ତି। କିପରି ବସ୍ତୁକୁ ପ୍ରମୋଟ କରିବାକୁ ହେବ ଏହା ଫ୍ଲିପକାର୍ଟ ତାଙ୍କୁ ଶିଖାଇଥିଲା। ଫ୍ଲିପକାର୍ଟ ତାଙ୍କୁ ଲୋନର ଅଫର ମଧ୍ୟ ଦେଇଥିଲା। କିନ୍ତୁ ସେ ଲୋନ୍ ନ ନେଇ ତାଙ୍କ ଜମା ପଇସାରୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ।

ରୀତୁ ତାଙ୍କ ସ୍ବାମୀଙ୍କଠୁ କମ୍ପ୍ୟୁଟର ଚଲାଇବା ଶିଖିଥିଲେ ଏବଂ ତାପରଠୁ ଅଭ୍ୟାସ କରିବା ଆରମ୍ଭ କରିଦେଇଥିଲେ। ନିଜ ବ୍ୟବସାୟର ପ୍ରଥମ ବର୍ଷରୁ ହିଁ ତାଙ୍କୁ ମାସିକ ୧ଲକ୍ଷ ଟଙ୍କା ମିଳିଥିଲା। ତାଙ୍କଦ୍ବାରା ପ୍ରସ୍ତୁତ ହୋଇଥିବା ଜିନିଷକୁ  ଫ୍ଲିପକାର୍ଟ ଗ୍ରାହକ ଅତ୍ୟନ୍ତ ପସନ୍ଦ କରୁଥିଲେ। ଆଜି ତାଙ୍କ ମାସିକ ରୋଜଗାର ୮ଲକ୍ଷ ଟଙ୍କାର ଏହା ହେଉଛି ମୁଖ୍ୟ କାରଣ। ବ୍ୟବସାୟର ୩ବର୍ଷ ପରେ ରୀତୁ ନିଜ ଜିନିଷର ମୂଲ୍ୟ ୨୦୦ଟଙ୍କାରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି।

{"id":79112,"width":595,"height":334}

ରୀତୁଙ୍କ କହିବାନୁସାରେ ଦକ୍ଷିଣ ଭାରତରେ ତାଙ୍କ ଜିନିଷର ଲୋକପ୍ରିୟତା ଅଧିକ। ଏବେ ସେ ତାଙ୍କ ବ୍ୟବସାୟ ଉତ୍ତର-ପୂର୍ବ ଭାରତରେ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏହା ସହିତ ସେ ନିଜ ରୋଜଗାର ପ୍ରତି ମାସ ୨୦ଲକ୍ଷ ଟଙ୍କା କରିବା ଲକ୍ଷ୍ୟ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.