Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ୟୁଟି କୁଇନ୍‌ରୁ କେମିତି ହେଲେ ଆର୍ମି ଅଫିସର, ଜାଣନ୍ତୁ ପୂରା କାହାଣୀ…

ନୂଆଦିଲ୍ଲୀ ୧୪|୮: ଇଚ୍ଛା ଶକ୍ତି ଥିଲେ ମଣିଷ କିଛି ବି ଅସମ୍ଭବ କାମକୁ ସମ୍ଭବ କରିପାରେ । ସଫଳତା ପାଇବାରୁ କେହି ରୋକି ମଧ୍ୟ ପାରିବେନି । ଏମିତି ଏକ ପ୍ରେରଣାଦାୟୀ କାହାଣୀ ହରିୟାଣାରେ ରହୁଥିବା ବ୍ୟୁଟି କୁଇନ୍ ଗରିମା ଯାଦବଙ୍କର । ତାଙ୍କ ମନ ଭିତରେ ଦେଶ ପାଇଁ କିଛି କରିବାର ଇଚ୍ଛା ଥିଲା । ହଠାତ୍ ଦିନେ ସେ ମଡେଲିଂ ଛାଡିଦେଲେ । ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଲେ । ପ୍ରଥମ ଥର ହିଁ ସେ ସଫଳ ମଧ୍ୟ ହେଲେ । ଆଜି ସେ ଜଣେ ଦକ୍ଷ ଆର୍ମି ଅଫିସର ହୋଇପାରିଛନ୍ତି ।

ଗରିମା ଯାଦବ ଭାରତୀୟ ଆର୍ମି ଅଫିସର ହେବା ପଛରେ କେତେକଙ୍କର ପ୍ରେରଣା ରହିଛି । ଅଧିକାଂଶ ସୁନ୍ଦରୀ ମହିଳାମାନେ ମଡେଲିଂ ଏବଂ ଅଭିନୟରେ ରୁଚି ରଖିଥାନ୍ତି । ମାତ୍ର ଗରିମା ସେ ସମସ୍ତଙ୍କଠାରୁ ଭିନ୍ନ ଥିଲେ । ସେ ବ୍ୟୁଟି କଣ୍ଟେଷ୍ଟ ଜିତିବା ପରେ ମଧ୍ୟ ନିଜ ଜୀବନକୁ ଦେଶ ସେବା ପାଇଁ ସମର୍ପଣ କରିଦେଇଥିଲେ । ଗରିମା ଏହା ପ୍ରମାଣିତ କରିଦେଲେ ଯେ, ଜଣେ ଦେଶଭକ୍ତକୁ ସବୁ ସମୟରେ ଦେଶ ସେବା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଯଦି ଜଣେ ଠିକ୍ ଭାବେ ପରିଶ୍ରମ କରିବ ତେବେ କିଛି ବି ଅସମ୍ଭବ କାମ ବି ସମ୍ଭବ ହୋଇପାରିବ ।

ଗରିମା ନଭେମ୍ବର ୨୦୧୭ରେ ଇଣ୍ଡିଆଜ୍ ମିସ୍ ଚାର୍ମିଂ ଫେସ୍-୨୦୧୭ ର ମୁକୁଟ ପିନ୍ଧିଥିଲେ । ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଆଗାମୀ ପ୍ରତିଯୋଗିତା ପାଇଁ ମଧ୍ୟ ଚୟନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଜିତିବା ମଧ୍ୟ ସମ୍ଭବପର ନଥିଲା । ମାତ୍ର ଗରିମା ୨୦ରାଜ୍ୟର ଯୁବତୀମାନଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଥିଲେ । ଏହି ପ୍ରତିଯୋଗିତାରେ ଜିତିବା ପରେ ସେ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ସେ ତାଙ୍କ ଇଚ୍ଛାକୁ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ଓଟିଏଚ୍ ଚେନ୍ନାଇରେ ସାମିଲ୍ ହେବାର ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ଯେ, ରେଓ୍ବଡିର ସୁରହେଲି ଗାଁର ଥିଲେ ଗରିମା ଯାଦବ । ସେ ସିମଲା ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲରୁ ତାଙ୍କ ସ୍କୁଲ ଶିକ୍ଷା ଶେଷ କରିଥିଲେ । ସ୍କୁଲ ପରେ ସେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ । ମାତ୍ର ଏହା ତାଙ୍କର କ୍ୟାରିୟରର ପ୍ରଥମ ପସନ୍ଦ ନଥିଲା । ଏହାପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ସେଣ୍ଟ ଷ୍ଟିଫେନ କଲେଜରେ ଆଡମିଶନ କରିଥିଲେ । ଗରିମା ଆଇଏଏସ ହେବାକୁ ଚାହୁଁଥିଲେ । ମାତ୍ର ସେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିନଥିଲେ । ପରେ ସେ ଆର୍ମି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଆର୍ମିରେ ଭର୍ତ୍ତି ହୋଇଥିଲେ ।

293 Views

   ସମ୍ବନ୍ଧିତ ଖବର