Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭୂତାଣୁକୁ ଚିହ୍ନେନା 2DG ଔଷଧ, କରୋନାର ଅନ୍ୟ ଷ୍ଟ୍ରେନ୍ ଲାଗି ମଧ୍ୟ ହେବ ରାମବାଣ: DRDO ଅଧ୍ୟକ୍ଷ

17/05/2021 at 7:45 PM

ନୂଆଦିଲ୍ଲୀ ୧୭।୫: ଦେଶରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଛି। ଏଥିରେ ଭାରତୀୟ ପ୍ରତିରକ୍ଷା  ଅନୁସନ୍ଧାନ ସଙ୍ଗଠନ (ଡିଆରଡିଓ) ଦ୍ୱାରା ବିକଶିତ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨ଡିଜି) ଔଷଧର ପ୍ରଥମ ନିଦାନ ସୋମବାର ଲୋକାର୍ପିତ ହୋଇଛି। ଏହି ଔଷଧ କରୋନା ଆକ୍ରାନ୍ତଙ୍କଉପରେ କିପରି ପ୍ରଭାବ ପକାଇବ ସେ ନେଇ ଡିଆରଡିଓ ଅଧ୍ୟକ୍ଷ ଡା.ଜି.ସତୀଶ ରେଡ୍ଡୀ ଗଣମାଧ୍ୟମକୁ ସୂଚିତ କରିଛନ୍ତି।

ଡା.ରେଡ୍ଡୀ କହିଛନ୍ତି ଯେ ଔଷଧ ଭୂତାଣୁ ଚିହ୍ନେନା। ତେବେ ଏହା ଭୂତାଣୁ ଦ୍ୱାରା ସଂକ୍ରମିତ କୋଷିକାମାନଙ୍କ ଉପରେ କାମ କରୁଛି। ଶରୀରରେ ଔଷଧର ପ୍ରତିକ୍ରିୟା ଆରମ୍ଭ ହେବାମାତ୍ରେ ଭୂତାଣୁ ନିଷ୍କ୍ରିୟ ହେଉଛି। ଭାରତରେ କରୋନା ବିସ୍ଫୋରଣ କାଳରେ ଡିଆରଡିଓଙ୍କ ଏହି ଔଷଧ ମୃତ୍ୟୁସଞ୍ଜିବନୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ଔଷଧର ଦ୍ୱିତୀୟ ନିଦାନ ମେ ୨୭ ପାଖାପାଖି ମିଳିବ ବୋଲି ଜଣାପଡିଛି। ତେବେ ଜୁନ ମାସ ପ୍ରାରମ୍ଭରୁ ଔଷଧର ନିୟମିତ ଉତ୍ପାଦନ ଆରମ୍ଭ ହେବା ସହ  ଦେଶର ପ୍ରତ୍ୟେକ ସ୍ଥାନରେ ସବୁବେଳେ ଉପଲବ୍ଧ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।

ଏହି ଔଷଧ ଏକ ପ୍ୟାକେଟରେ ପାଉଡର ଆକାରରେ ମିଳୁଛି। ଯାହାକୁ ରୋଗୀଙ୍କୁ ସାଧାରଣ ପାଣିରେ ଗୋଳି ପିଇବାକୁ ପଡିବ। ଔଷଧ ଶରୀରକୁ ଯିବା ପରେ ଏହା କାର୍ଯ୍ୟ କରିବାରେ ଲାଗିବ। ମଧ୍ୟମରୁ ଗୁରୁତାର ଆକ୍ରାନ୍ତ ଯେଉଁମାନେ ଅକ୍ସିଜେନ ସପୋର୍ଟ ଆବଶ୍ୟକ କରୁଛନ୍ତି ସେମାନଙ୍କଠାରେ ଔଷଧ ରାମବାଣ ଉପାୟ ଭଳି କାମ କରିବ। ଏଥିରେ ରୋଗୀଙ୍କ ଲାଗି ଆଉ ଅକ୍ସିଜେନର ଆବଶ୍ୟକତା ରହିବ ନାହିଁଓ ଆକ୍ରାନ୍ତ ଭୂତାଣୁ ସଂକ୍ରମଣରୁ ଶୀଘ୍ର ଆରୋଗ୍ୟ ହେବେ। ଦେଶରେ ଏହି ଔଷଧର ଜରୁରି ଉପଯୋଗ ଲାଗି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ( ଡିସିଜିଆଇ)ଙ୍କ ଅନୁମୋଦନ ଅନେକ ପୂର୍ବରୁ ମିଳିସାରିଛି।   

   Related Posts