ଆବାସ ଯୋଜନା ବିବାଦ: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫାଡିଲେ, ଏପଟେ ବିରୋଧିଦଳ ଉପନେତା ଷ୍ଟିକର ପୋଡିଲେ

Published By : Prameya-News7 Bureau | December 24, 2020 IST

ଭଦ୍ରକ୨୪/୧୨: ଅବାସ ଯୋଜନାର ଷ୍ଟିକରକୁ ନେଇ ବବାଦ ତେଜୁଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୋଷ୍ଟର ଫାଡିଥିବା ବେଳେ ଆଜି ବିରୋଧି ଦଳ ଉପନେତା ପୋଷ୍ଟରକୁ ପୋଡିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଲୋଗୋ ଷ୍ଟିକରିଙ୍ଗ ଉଦ୍ୟମ ଓ ସଂପୃକ୍ତ ଅଧିକାରୀଙ୍କୁ ଭୁଲ୍ ଲୋଗୋ କରିଙ୍ଗ କରାଇ ନଦେବାକୁ ହିତାଧିକାରୀଙ୍କୁ ନିବେଦନ କରିବା ସହ ଷ୍ଟିକରକୁ ପୋଡିଛି ବିଜେପି ।

 ୨୦୨୨ ମସିହା ସୁଦ୍ଧା ଦେଶର ସବୁ ଗରିବ ପରିବାରକୁ ପକ୍କାଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇ ଆସୁଛନ୍ତି ।

ସରକାରଙ୍କ ପକ୍ଷରୁ ଯେଉଁ ଲୋଗୋ ଷ୍ଟିକରିଙ୍ଗ ଉଦେଶ୍ୟରେ ପ୍ରସ୍ତୁତ କରାଯାଇଛି, ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଂକ୍ଷିପ୍ତରେ ପୁଣି ଛୋଟ ଆକାରରେ 'ପ୍ର.ଆ.ଯୋ., ଇନ୍ଦିରାଆବାସ ଯୋଜନାକୁ 'ଇ.ଆ.ଯୋ. ଲେଖାଯାଇଛି । ବିଜେପି ଏହାକୁ ପ୍ରବଳ ବିରୋଧ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଚିଠିକୁ ମଧ୍ୟ ସମାଲୋଚନା କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.