ଆଉ ୧୫ଦିନ ବଢିଲା ସର୍ବକ୍ଷମା ଅବଧି, ନିୟମ ଉଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
4/02/2020 at 1:43 PM

ଭୁବନେଶ୍ବର ୪।୨: ସର୍ବକ୍ଷମା ଅବଧି ବଢିଲା । ଲୋକଙ୍କ ଭିଡ ଓ ଆଗ୍ରହ ଦେଖି ସର୍ବକ୍ଷମା ଅବଧିକୁ ଆଉ ୧୫ଦିନ ଅଧିକ ବଢାଇବାକୁ ନିଷ୍ପତ୍ତି ନେଇଛି ନଗର ଉନ୍ନୟନ ବିଭାଗ । ଆସନ୍ତାକାଲି ସୁଦ୍ଧା ସରୁଥିଲା ସର୍ବକ୍ଷମା ଅବଧି ।
ଭୁବନେଶ୍ବରରେ ଯେଉଁମାନେ ବିଡିଏ ନିୟମ ଅନୁଯାୟୀ ଘର ତିଆରି କରିନାହାନ୍ତି, କିମ୍ବା ବିଡିଏ ଆପ୍ରୁଭାଲ ନେଇ ତାଠାରୁ ଅଧିକ ଏରିଆର ଘର ତିଆରି କରିଛନ୍ତି ସେମାନଙ୍କ ଘର ରେଗୁଲାରାଇଜ୍ କରିବା ପାଇଁ ସର୍ବକ୍ଷମା ଯୋଜନା ଆଣିଥିଲା ନଗର ଉନ୍ନୟନ ବିଭାଗ । ଏଥିପାଇଁ ଲୋକମାନଙ୍କୁ ୬ ମାସ ସମୟ ଦିଆଯାଇଥିଲା । ବିଡିଏ ଯେଉଁ ସର୍ତ୍ତ ରଖିଥିଲା ସେଥିରେ ବହୁ ଲୋକ ଏହି ଯୋଜନାରେ ସାମିଲ ନହେବାରୁ ତାକୁ ପୁଣି ପରିବର୍ତ୍ତନ କରି ଆଉ ୬ ମାସ ବଢାଯାଇଥିଲା ।
ଏବେ ପୁଣି ଲୋକଙ୍କୁ ୧୫ ଦିନ ମହଲତ ଦେଇଛନ୍ତି ସରକାର । ଏହାପରେ ଆଉ ସମୟ ସୀମା ବୃଦ୍ଧି ହେବନି । ନିୟମ ଉଲଂଘନକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।