ବ୍ରହ୍ମଗିରି ୭।୧୨: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁଲାଗି ଜଳିଗଲା ୧୦ରୁ ଅଧିକ ବଖରା ଘର । ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯାଇଛି । କିଛି ଗାଇଗୋରୁ ଓ ଆସବାବ ପତ୍ର ମଧ୍ୟ ଜଳି ଯାଇଛି ।
{"id":194829,"sizeSlug":"large"}ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।