ଯାଜପୁର ୪।୩: ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ୪ଟି ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ସହିତ ଟଙ୍କା, ବାସନକୁସନ ଆଦି ପୋଡି ନଷ୍ଟ ହୋଇଯାଇଛି ।
{"id":232511,"sizeSlug":"large"}ଘର ପୋଡିଥିବା ପରିବାରଲୋକ ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।
{"id":232512,"sizeSlug":"large"}ତେବେ ରାତିରେ ଘରେ ଖାଇ, ପିଇ ସମସ୍ତେ ଶୋଇଥିବା କାରଣରୁ ଏପରି ଏକ ଅଘଟଣ ସମ୍ପର୍କରେ ହଠାତ୍ କେହି ଜାଣିପାରିଲେ ନାହିଁ । ତେଣୁ ଘରର ଆସବାବପତ୍ର ବି ବଂଚାଇପାରିଲେ ନାହିଁ । ନିଆଁ ବ୍ୟାପିବା ପରେ ଟାଉନ୍ ଦମକଳବାହିନୀ ଖବର ପାଇ ନିଆକୁ ଆୟତ୍ତ କରିଥିବା ଜଣାପଡିଛି ।